ମୁମ୍ବାଇରେ ବୋମା ଆତଙ୍କ: ଅମିତାଭ ବଚ୍ଚନଙ୍କ ‘ଜଲସା’ ବଙ୍ଗଳା ଓ ମେୟରଙ୍କୁ ଉଡ଼ାଇ ଦେବାକୁ ଧମକ

Nov 26, 2026 - 16:06
ମୁମ୍ବାଇରେ ବୋମା ଆତଙ୍କ: ଅମିତାଭ ବଚ୍ଚନଙ୍କ ‘ଜଲସା’ ବଙ୍ଗଳା ଓ ମେୟରଙ୍କୁ ଉଡ଼ାଇ ଦେବାକୁ ଧମକ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ପୁଣି ଥରେ ବୋମା ଧମକକୁ ନେଇ ଆତଙ୍କ ଖେଳିଯାଇଛି। ମୁମ୍ବାଇ ମେୟର ରିତୁ ତାୱଡେ ଏବଂ ବିଏମସି କମିଶନର ଅଶ୍ୱିନୀ ଭିଡେଙ୍କୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି, ଯେଉଁଥିରେ ବଲିଉଡ୍ ସେହେନସା ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲସା’ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଉଡ଼ାଇ ଦେବାକୁ ଚେତାବନୀ ଦିଆଯାଇଛି।

ଏହି ଧମକପୂର୍ଣ୍ଣ ଇମେଲରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଆଉ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରାଯିବ ବୋଲି ଉଲ୍ଲେଖ କରାଯାଇଛି। କେବଳ ସେତିକି ନୁହେଁ, ଏହି ଇମେଲରେ ୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ହୋଇଥିବା ଶିଖ ବିରୋଧୀ ଦଙ୍ଗାର ମଧ୍ୟ ଅବତାରଣା କରାଯାଇଛି। ଏହାକୁ ନେଇ ପୁଲିସ ପ୍ରଶାସନ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି।

ଇମେଲ୍ ମୁତାବକ, ଅମିତାଭ ବଚ୍ଚନଙ୍କ ‘ଜଲସା’ ବଙ୍ଗଳା ଏବଂ ଆଚାର୍ଯ୍ୟ ମେଟ୍ରୋ ଷ୍ଟେସନରେ ବୋମା ରଖାଯାଇଛି। ଏହା ସହିତ ମେୟରଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ୍ କରାଯାଇଛି। ମୁମ୍ବାଇର ଅନ୍ୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମଧ୍ୟ ବୋମା ବିସ୍ଫୋରଣ କରାଯିବ ବୋଲି ଏଥିରେ ଦାବି କରାଯାଇଛି।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହି ଇମେଲ୍ କେଉଁଠାରୁ ଏବଂ କିଏ ପଠାଇଛି ସେ ନେଇ ସାଇବର ସେଲ୍ ସହାୟତାରେ ଖୋଳତାଡ଼ ଜାରି ରହିଛି।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)