ଭୁବନେଶ୍ୱର ଓ ପିପିଲିରେ ହାଇଡ୍ରାମା: ଚାକିରିରୁ ଛଟେଇ ପରେ ଟାୱାର ଉପରେ ଚଢ଼ି କର୍ମଚାରୀଙ୍କ ପ୍ରତିବାଦ

Nov 25, 2026 - 15:26
ଭୁବନେଶ୍ୱର ଓ ପିପିଲିରେ ହାଇଡ୍ରାମା: ଚାକିରିରୁ ଛଟେଇ ପରେ ଟାୱାର ଉପରେ ଚଢ଼ି କର୍ମଚାରୀଙ୍କ ପ୍ରତିବାଦ

ଭୁବନେଶ୍ୱର: ଭୁବନେଶ୍ୱର ଓ ପିପିଲିରେ ଛଟେଇ କର୍ମଚାରୀଙ୍କ ହାଇ-ଭୋଲଟେଜ୍ ଡ୍ରାମା । ଛଟେଇ ହୋଇଥିବା ବିଦ୍ୟୁତ କର୍ମଚାରୀ ନିଜର ଦାବି ପୂରଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟାୱାର ଉପରକୁ ଚଢ଼ି ପ୍ରତିବାଦ କରିଛନ୍ତି। ପ୍ରଶାସନିକ ଅବହେଳା ଓ ବେଆଇନ ଛଟେଇ ବିରୋଧରେ ଏହି ଚରମ ପଦକ୍ଷେପ ନେଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ସଚିବାଳୟ (ନ'ତାଲା), ସତ୍ୟ ବିହାର, ଆଚାର୍ଯ୍ୟ ବିହାର, ହାଇଟେକ୍ ଛକ ଏବଂ ମଞ୍ଚେଶ୍ୱର ଅଞ୍ଚଳରେ କର୍ମଚାରୀମାନେ ଟାୱାର ଉପରକୁ ଚଢ଼ି ଯାଇଥିଲେ। ସେହିପରି ପିପିଲି ଥାନା ଅନ୍ତର୍ଗତ ଉତ୍ତରା ନିକଟରେ ଥିବା CIFA ନିକଟସ୍ଥ ଏକ ଟାୱାର ଉପରକୁ ଦୁଇଜଣ କର୍ମଚାରୀ ଚଢ଼ିଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ସଂଯୋଗ କାଟିବା ସହ ସୁରକ୍ଷା ଜାଲ ବିଛାଇ ସେମାନଙ୍କୁ ଉଦ୍ଧାର କରିଥିଲେ।

ଗତ ୫୫ ଦିନ ଧରି ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଏହି କର୍ମଚାରୀମାନେ ଧାରଣାରେ ବସିଛନ୍ତି। ଏଥିମଧ୍ୟରୁ ବିଗତ ୨୩ ଦିନ ଧରି ଅନଶନ ଜାରି ରହିଥିବା ବେଳେ ପ୍ରାୟ ୫୦ ଜଣ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବରୁ ସେମାନେ ମୁଣ୍ଡନ ହେବା ଓ ଶବ ଶୋଭାଯାତ୍ରା ଭଳି ପ୍ରତିକାତ୍ମକ ବିରୋଧ ପ୍ରଦର୍ଶନ କରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sakala-ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)