ପାରାଦୀପ ରେ ବୋଇତ ବନ୍ଦାଣ କଲେ ମୁଖ୍ୟମନ୍ତ୍ରୀ

Nov 24, 2026 - 16:50
ପାରାଦୀପ ରେ ବୋଇତ ବନ୍ଦାଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କାର୍ତ୍ତିକ ପୂର୍ଣ୍ଣିମା ପୂର୍ବ ସନ୍ଧ୍ୟାରୁ ପାରାଦୀପ ପଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କରକମଳରେ ଉଦ୍‌ଘାଟିତ ହୋଇଛି ‘କଳିଙ୍ଗ ବାଲିଯାତ୍ରା’ । ଓଡିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିବା ସହ ଜଗତସିଂହପୁର ଜିଲ୍ଲା ଓ ପାରାଦୀପର ସାମଗ୍ରୀକ ଶିଳ୍ପାୟନ, ଭିତ୍ତିଭୂମି ଓ ଶିକ୍ଷା ବିକାଶ ପାଇଁ ଅନେକ ଉନ୍ନତିମୂଳକ ପ୍ରକଳ୍ପର କାର୍ଯ୍ୟକାରୀ ହେଉଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜଗତସିଂହପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଅର୍ଥର ଅଭାବ ରହିବନାହିଁ । ଶୀଘ୍ର ପାରାଦୀପ ହେବ ଓଡିଶା ଅଭିବୃଦ୍ଧିର ଇଂଜିନ୍ । ଖୁବଶୀଘ୍ର ଏଠାରେ ସରକାରୀ ଇଂଜିନିୟରିଂ କଲେଜ, ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ ଇଏସଆଇ ହସ୍ପିଟାଲ, ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଛନ୍ତି ମୋହନ । ତିର୍ତ୍ତୋଲରେ ସୂତାକଳ ପ୍ରତିଷ୍ଠା ହେବ । ଖୁବଶୀଘ୍ର ପୁଣି ଜଗତସିଂହପୁର ଗସ୍ତ କରି ଏସବୁର ଶୁଭ ଉଦଘାଟନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀା 

ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୀତିର ନୂଆକ୍ଷେତ୍ର ଉନ୍ମୋଚିତ ହେଉଥିବା ବେଳେ ସରକାର ଓଡିଶାକୁ ବନ୍ଦର-ଭିତ୍ତିକ ଅର୍ଥନୀତି ରୂପେ ଗଢିବାକୁ ବ୍ୟାପକ ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ସରକାର ଓ ନୀତି ଆୟୋଗଙ୍କ ସହଯୋଗରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ ରିଜିଅନ ନିର୍ମାଣ ହେଉଛି । ଯାହା ଉପକୂଳ ଓଡିଶାର ଏକ ବିସ୍ତୀର୍ଣ୍ଣ ଅଂଚଳକୁ ଦେଶର ଏକ ପ୍ରମୁଖ ଶିଳ୍ପ, ଅର୍ଥନୈତିକ ଏବଂ ସହରାଂଚଳ ହବ୍‌ରେ ପରିଣତ କରିବ । ରାଜ୍ୟର ଅଭିବୃଦ୍ଧିରେ ସିଂହବାଘ ଅବଦାନ ଦେବ । ଆଂଚଳିକ ଯୋଗାଯୋଗ ଓ ସଡକ ଭିତ୍ତିଭୂମିକୁ ସୁଦୃଢ କରିବାକୁ ପ୍ରାୟ ୧୬୦ କିଲୋମିଟରରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ପ୍ରସ୍ତାବିତ ଗ୍ରୀନଫିଲ୍ଡ ଓଡିଶା ଉପକୂଳ ରାଜପଥ ନିର୍ମାଣ ପାଇଁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଯାହା ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାରୁ କୋଣାର୍କ ଓ କୋଣାର୍କରୁ ପାରାଦୀପ ସଂଯୋଗ କରିବ । ଦ୍ୱିତୀୟ ପର୍ଯ୍ୟାୟରେ ଭଦ୍ରକ ଦେଇ ପଶ୍ଚିମବଙ୍ଗ ସୀମା ନିକଟ ଦୀଘା ସହ ଗୋପାଳପୁରକୁ ଯୋଡିବ । ଭୁବନେଶ୍ୱର ସହ ପାରାଦୀପକୁ ସିଧାସଳଖ ଯୋଡିବାକୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସୱେ ନିର୍ମାଣ ହେଉଛି ।

ଜଗତସିଂହପୁର ଜିଲ୍ଲାରେ ସମୁଦାୟ ୨.୫୨ ଲକ୍ଷ କୋଟି ଟଙ୍କା ନିବେଶରେ ୨୦ଟି ଶିଳ୍ପ ସ୍ଥାପିତ ହେବାର ବିଭିନ୍ନ ପ୍ରକ୍ରିୟା ଜାରି ରହିଛି, ଯାହାଦ୍ୱାରା ଜିଲ୍ଲାରେ ୯୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ । ଶିଳ୍ପାୟନ ସହିତ ଜଗତସିଂହପୁର ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି ଓ ଗମନାଗମନ ଭଳି ମୌଳିକ ସୁବିଧାର ବିକାଶକୁ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି ସରକାର। ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷାକୁ ଦୃଷ୍ଟିରେ ରଖି ହରିଶପୁରଠାରେ ଲୁଣାବନ୍ଧ ନିର୍ମାଣ କରାଯାଉଥିବା ବେଳେ ପର‌୍ୟ୍ୟଟନର ବିକାଶ ପାଇଁ ପାରାଦୀପ ସମୁଦ୍ରକୂଳକୁ ‘ବ୍ଲୁ-ଫ୍ଲାଗ୍ ବିଚ୍’ର ମାନ୍ୟତା ଦେବା ନିମନ୍ତେ ବିକଶିତ କରାଯାଉଛି । ସେହିପରି ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରତିଭାର ବିକାଶ ପାଇଁ ଜିଲ୍ଲାର ବାଲିକୁଦା, ଏରସମା, କୁଜଙ୍ଗ, ନାଉଗାଁ, ରଘୁନାଥପୁର ଏବଂ ତିର୍ତ୍ତୋଲଠାରେ ବ୍ଲକ ସ୍ତରୀୟ ଅତ୍ୟାଧୁନିକ ଷ୍ଟାଡିଅମ ନିର୍ମାଣ କାର‌୍ୟ୍ୟ ଜାରି ରହିଛି ।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବା ସମୟରେ ପ୍ଲାଷ୍ଟିକ ଓ ଜରି ସାମଗ୍ରୀ ପରିବର୍ତ୍ତେ ଆମ ପାରମ୍ପରିକ କଦଳୀ ପାଟୁଆର ଡଙ୍ଗା ବ୍ୟବହାର କରି ଜଳାଶୟଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଏହି ଉଦ୍ଘାଟନୀ ଉତ୍ସବରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ସାଂସଦ ଡକ୍ଟର ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡକ୍ଟର ରମାକାନ୍ତ ଭୋଇ, ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ, ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)