ହୋମିଓପ୍ୟାଥିକ ରେ ଅଧିକ ଗବେଷଣା ଆବଶ୍ୟକ - ରାଷ୍ଟ୍ରପତି

Nov 25, 2026 - 13:24
ହୋମିଓପ୍ୟାଥିକ ରେ ଅଧିକ ଗବେଷଣା ଆବଶ୍ୟକ - ରାଷ୍ଟ୍ରପତି

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ଆରମ୍ଭ ହେଲା ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ । ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନିଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୭୦୦ ପ୍ରତିନିଧି ସାମିଲ ହୋଇଛନ୍ତି ।

ଭୁବନେଶ୍ୱରସ୍ଥିତ ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ୍ କଲେଜରେ ଆୟୋଜିତ ସଭାକାର୍ଯ୍ୟ ଆରମ୍ଭରେ ଡକ୍ଟର ଏ.ସି.ଏଚ୍.ଏମ୍.ସି.ଏଚ୍, ଭୁବନେଶ୍ୱରର ଅଧ୍ୟକ୍ଷା ଡକ୍ଟର ପୁଷ୍ପାଞ୍ଜଳି ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । 

ଏହି ଅବସରରେ ଓଡ଼ିଶାର ରାଜ୍ୟପାଳ ବ୍ରଜମୋହନ ରାମଙ୍କ ଦ୍ୱାରା ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ-୨୦୨୬ର ସ୍ମରଣିକା "AUDE SAPERE" ଉନ୍ମୋଚନ କରାଯାଇଥିଲା ଏବଂ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଥିଲେ ରାଜ୍ୟପାଳ ବ୍ରଜମୋହନ ରାମ । ଆଜିଠାରୁ (ନଭେମ୍ବର ୨୫ ତାରିଖ) ତିନିଦିନ ଧରି ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । 

ସମ୍ମିଳନୀରେ ଜାତୀୟ ହୋମିଓପାଥି ଆୟୋଗ (National Commission for Homeopathy) ର ଅଧ୍ୟକ୍ଷ ଡାକ୍ତର ତାରକେଶ୍ୱର ଜୈନ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସମ୍ବଳ ବ୍ୟକ୍ତି ଡାକ୍ତର ଫାରୁକ୍ ଜେ. ମାଷ୍ଟର ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ।

 ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗ ଦେଇ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, ହୋମିଓପାଥିକ ଶିକ୍ଷା ଓ ଗବେଷଣାରେ ବୈଜ୍ଞାନିକ ଦୃଷ୍ଟିକୋଣ, ସ୍ୱଚ୍ଛତା ଏବଂ ମାନବିକ ସେବା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି । ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଓଡ଼ିଶା ଓ ଦେଶବାସୀଙ୍କୁ ସେବା ଯୋଗାଇ ଆସୁଛି । ହୋମିଓପାଥିର ବିକାଶ ପାଇଁ ବୈଜ୍ଞାନିକ ଅନୁସନ୍ଧାନ, ବ୍ୟବସ୍ଥିତ ଡକ୍ୟୁମେଣ୍ଟେସନ, ପାରଦର୍ଶୀ ରିପୋର୍ଟିଂ ଏବଂ ନିର୍ଭରଯୋଗ୍ୟ କ୍ଲିନିକାଲ ଡାଟାବେସ ଅତ୍ୟନ୍ତ ଜରୁରୀ ବୋଲି ସେ ମତ ଦେଇଛନ୍ତି । ଗବେଷଣାରେ ପ୍ରତିକୂଳ ଫଳାଫଳ ଓ ସୀମିତତାକୁ ସ୍ୱୀକାର କରିବାରେ ବୌଦ୍ଧିକ ସଚ୍ଚୋଟତା ରହିବା ଆବଶ୍ୟକ ବୋଲି ରାଷ୍ଟ୍ରପତି କହିଛନ୍ତି । ଏହି କାର୍ଯ୍ୟକ୍ରମ ଶେଷ କରିବା ପରେ ସିଧାସଳଖ ଭୁବନେଶ୍ୱର ବିମାନବନ୍ଦର ଯିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)