ପକ୍ଷୀଙ୍କ ମେଳା

Nov 25, 2026 - 13:58
ପକ୍ଷୀଙ୍କ ମେଳା

 

ଇଟାଲୀର ରୋମ୍ ସହରରେ ବର୍ତ୍ତମାନ ପକ୍ଷୀମାନଙ୍କର ମେଳା ଦେଖିବାକୁ ମିଳୁଛି । ଏଠାରେ  ଲକ୍ଷ ଲକ୍ଷ ସଂଖ୍ୟାରେ ଷ୍ଟାରଲିଂ ପକ୍ଷୀଙ୍କ ସମାଗମ ଘଟିଛି । ତେବେ ଏହି ସମାଗମ ସ୍ଥାନୀୟଲୋକଙ୍କୁ ସମସ୍ୟାରେ ପକାଇଛି । ଏହି ପକ୍ଷୀମାନଙ୍କୁ ଘଉଡ଼ାଇବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଆଲାର୍ମ ବଜାଉଥିବା ଦେଖିବାକୁ ମିଳୁଛି । ପକ୍ଷୀମାନଙ୍କ ଉପଦ୍ରବରେ ଅତିଷ୍ଠହୋଇ ବାସିନ୍ଦାମାନେ ଗଛ ନିକଟରେ ସ୍ପିକର, ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜରିଆରେ ଶବ୍ଦ ବଜାଇ ସେମାନଙ୍କୁ ନିକଟରେ ବିପଦ ଥିବା ଭ୍ରମ ସୃଷ୍ଟି କରିଥିଲେ। ସେମାନଙ୍କୁ ତଡ଼ିବା ପାଇଁ ସହର ପକ୍ଷରୁ ତିନି ଦିନିଆ ପରୀକ୍ଷଣ କରାଯାଇଥିଲା । ଶୀତଦିନେ ଉଷ୍ମ ପାଗ ସନ୍ଧାନରେ ସମଗ୍ର ୟୁରୋପରୁ ଲକ୍ଷ ଲକ୍ଷ ଷ୍ଟାରଲିଂ ରୋମ୍‌କୁ ପ୍ରବାସ କରି ଆସିଥାନ୍ତି । ସନ୍ଧ୍ୟା ସମୟରେ ସେମାନେ ଝଙ୍କାଳିଆ ଗଛରେ ଏକାଠି ହୁଅନ୍ତି ଏବଂ ପ୍ରବଳ ଶବ୍ଦ କରନ୍ତି । ସକାଳ ହେବା ମାତ୍ରେ ସେମାନେ ଖାଦ୍ୟ ସନ୍ଧାନରେ ଉଡ଼ିଯାଆନ୍ତି, କିନ୍ତୁ ଗଛ ତଳେ ଥିବା ରାସ୍ତା, ଫୁଟପାଥ୍ ଏବଂ କାର ଉପରେ ସେମାନଙ୍କ ମଳ ପଡ଼ି ସେଗୁଡ଼ିକୁ ଅପରିଷ୍କାର କରିଦିଏ । ଏହି ମଳ ଯୋଗୁଁ ଦୁର୍ଗନ୍ଧ ସୃଷ୍ଟି ହେବା ସହ ରାସ୍ତାଘାଟ ଅପରିଷ୍କାର ମଧ୍ୟ ହୋଇଯାଏ । ଏପରିକି କେତେକ ବାସିନ୍ଦା ନିଜକୁ ଏବଂ କାରକୁ ପକ୍ଷୀଙ୍କ ମଳରୁ ରକ୍ଷା କରିବା ପାଇଁ ଛତା ମଧ୍ୟ ଧରି ବୁଲନ୍ତି । ପ୍ରାୟ ୮୦ ବର୍ଷ ଧରି ଏହି ପକ୍ଷୀମାନେ ଶୀତଦିନେ ରୋମ୍‌କୁ ଆସୁଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)