ଗୁଜରାଟରେ ଅମାନବୀୟ କାଣ୍ଡ : ଗୋଟିଏ ପରିବାରର ୬ ଜଣଙ୍କୁ କେନାଲକୁ ଫିଙ୍ଗିଦେଲେ, ୩ ମୃତ, ୨ ନିଖୋଜ

Nov 25, 2026 - 16:31
ଗୁଜରାଟରେ ଅମାନବୀୟ କାଣ୍ଡ : ଗୋଟିଏ ପରିବାରର ୬ ଜଣଙ୍କୁ କେନାଲକୁ ଫିଙ୍ଗିଦେଲେ, ୩ ମୃତ, ୨ ନିଖୋଜ

ସୁରଟ: ଗୁଜରାଟର ସୁରଟ ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଜଳଗାଓଁର ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କୁ ଅପହରଣ କରି କେନାଲକୁ ଫିଙ୍ଗିଦେବା ଅଭିଯୋଗ ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୨ ଜଣ ଶିଶୁ ନିଖୋଜ ଅଛନ୍ତି। ତେବେ ୧୩ ବର୍ଷର ଜଣେ ବାଳକ କେନାଲରୁ ପହଁରି ବାହାରି ଆସି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଛି। ତା’ର ବୟାନ ପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁସାରେ, ନଭେମ୍ବର ୨୧ ତାରିଖରେ ସୁରଟ ଜିଲ୍ଲାର ବାରଡୋଲି ତାଲୁକା ଅନ୍ତର୍ଗତ ଉଭା ଗାଁ ନିକଟରେ ଏହି ଘଟଣା ଘଟିଥିଲା। ପରିବାରଟି କାମ ପାଇଁ ମହାରାଷ୍ଟ୍ରରୁ ସୁରଟ ଯାଉଥିବା ବେଳେ ଅନ୍ୟ ଏକ ଗାଡ଼ିରେ ଆସୁଥିବା ୪ ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇଥିଲେ। ଅଭିଯୁକ୍ତମାନେ ପରିବାରକୁ ପୂର୍ବରୁ ଜାଣିଥିବା ପୋଲିସ କହିଛି।
ସୁରଟ ଗ୍ରାମାଞ୍ଚଳ ଏସ୍‌ପି ରାଜେଶ ଗାଢ଼ିୟାଙ୍କ କହିବା ଅନୁସାରେ, ରବିବାର ସକାଳେ ଜଣେ ୧୩ ବର୍ଷର ବାଳକ ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ସେ ମରାଠୀ ଭାଷାରେ କଥା ହେଉଥିଲା। ପୋଲିସ ତାକୁ ପଚରାଉଚରା କରିବା ପରେ ପୂରା ଘଟଣା ଜାଣିବାକୁ ପାଇଥିଲା। ଏସ୍‌ପିଙ୍କ ସୂଚନା ଅନୁସାରେ, ସେହି ରାତିରେ ଅନ୍ୟ ଏକ ଗାଡ଼ି ପରିବାରର ଗାଡ଼ିକୁ ପିଛା କରିଥିଲା। ଉଭା ଗାଁ ନିକଟରେ ଗାଡ଼ିକୁ ଅଟକାଇବା ପରେ ଅଭିଯୁକ୍ତମାନେ ବାପା, ମାଆ ଓ ୨ ବର୍ଷର ଶିଶୁକୁ ଗୋଟିଏ ଗାଡ଼ିରେ ବସାଇଥିଲେ। ଅନ୍ୟପଟେ ୧୩ ବର୍ଷର ବାଳକ, ତା'ର ୧୬ ବର୍ଷର ଭାଇ ଓ ୯ ବର୍ଷର ଭଉଣୀଙ୍କୁ ଅନ୍ୟ ଗାଡ଼ିରେ ନିଆଯାଇଥିଲା। ପରେ ତିନି ଜଣ ଶିଶୁଙ୍କୁ କେନାଲକୁ ଫିଙ୍ଗି ଦିଆଯାଇଥିବା ବାଳକ ଜଣକ ପୋଲିସକୁ କହିଥିଲା। ତେବେ ସେ ପହଁରି ପହଁରି କେନାଲ କୂଳରେ ପହଞ୍ଚି ଜୀବନ ବଞ୍ଚାଇଥିଲା। ଏହାପରେ ଘରେ ଥିବା ନିଜ ବଡ଼ ଭଉଣୀଙ୍କ ସହ ଯୋଗାଯୋଗ କରିଥିଲା। ପୋଲିସ ତାଙ୍କୁ ଡକାଇ ବୟାନ ରେକର୍ଡ କରିବା ପରେ ମାମଲା ରୁଜୁ କରିଥିଲା। ପୋଲିସ ଓ ଉଦ୍ଧାରକାରୀ ଦଳ କେନାଲରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ମହୁଭା ତାଲୁକାର ଡୁଙ୍ଗରି ନିକଟସ୍ଥ ଉକାଇ-କାକରାପାର କେନାଲରୁ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳିକାଙ୍କ ମୃତଦେହ ମିଳିଥିଲା। ମୃତକଙ୍କୁ ନିତିନ ଓରଫ ଭୁରିୟା ପାଟିଲ, ତାଙ୍କ ପତ୍ନୀ କବିତା ପାଟିଲ ଏବଂ ସେମାନଙ୍କ ୯ ବର୍ଷର ଝିଅ ଭାବେ ଚିହ୍ନଟ କରାଯାଇଛି। ପୋଲିସର ସୂଚନା ଅନୁସାରେ, କବିତାଙ୍କ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ନିତିନଙ୍କ ସହ ରହୁଥିଲେ। ତେବେ ଏହି ପରିବାରର ୧୬ ବର୍ଷର ପୁଅ ଓ ୨ ବର୍ଷର ଶିଶୁ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀ ପକ୍ଷରୁ କେନାଲରେ ତଲାସୀ ଜାରି ରହିଛି।ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ। ଏହି ଘଟଣାର ତଦନ୍ତ ପାଇଁ ସୁରଟ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ୬ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହା ସହିତ ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍‌କୁ ମଧ୍ୟ ତଦନ୍ତରେ ନିୟୋଜିତ କରାଯାଇଛି। ଏସ୍‌ପି ରାଜେଶ ଗାଢ଼ିୟା କହିଛନ୍ତି ଯେ, ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ତେବେ ଏଭଳି ଜଘନ୍ୟ କାଣ୍ଡ ପଛରେ କାରଣ କ'ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)