Young Student Found Dead in Dangerous Stream: ମାଗୁରମା ନାଳରେ ଛାତ୍ରଙ୍କ ମୃତ୍ୟୁ, ବାନ୍ଧବୀଙ୍କ ପତ୍ତା ମିଳୁନି
ବିପଦଜନକ ବାଟ, ଗଭୀର ପାଣି, ସଙ୍କୀର୍ଣ୍ଣ ରାସ୍ତା...ଆଉ ଭିତରେ ଘଟିଛି ସେଇ ଘଟଣା।
ଯେଉଁ ବୟସରେ ଜୀବନ ଜିଇଁବା ଆରମ୍ଭ କରିବା କଥା ସେଇ ବୟସରେ ଏବେ ସେ ଆରପାରିରେ।
ପରିଚୟ ମିଳିଛି ହେଲେ କାରଣ କଣ ଜଣାପଡ଼ୁନି।
ଗଞ୍ଜାମ ଦିଗପହଣ୍ଡି ଥାନା ବାଙ୍କେଶ୍ବରୀ ଘାଟିର ମାଗୁରମା ନାଳ।
ଛୋଟିଆ ଝରଣାଟେ, ହେଲେ ଏତେ ବିପଦଜନକ କି ଏଠି ଯିବାକୁ ସାହସ ଜୁଟାଇ ପାରନ୍ତିନି ସ୍ଥାନୀୟ ଲୋକେ।
ଆଜି ସକାଳେ ଏଠି ଯାଇଥିଲେ ଦୁଇ ଛାତ୍ରଛାତ୍ରୀ।
ବୟସ ସେଇ ୧୮ରୁ ୨୦ ହେବ।
ହେଲେ ସେଠି ଏମିତି କିଛି ଘଟିଲା ଯେ ଜୀବନ ହରାଇଛନ୍ତି ଓମ୍ ସାଇ ଶଙ୍କର ପଣ୍ଡା।
Advertisment ଅପରାହ୍ଣ ପ୍ରାୟ ୧୨ଟା।
ପାଖ ଗାଁକୁ ଦୌଡ଼ି ଦୌଡ଼ି ଆସିଥିଲେ ଛାତ୍ରୀ ଜଣକ।
ନିଜ ବନ୍ଧୁ ପାଣିରେ ପଡ଼ି ଯାଇଥିବା କହିବା ପରେ ଆରମ୍ଭ ହୋଇଥିଲା ଖୋଜାଖୋଜି।
ପ୍ରାୟ ଦୁଇ ଘଣ୍ଟାର ରେସ୍କ୍ୟୁ ପରେ ଓମ୍ ମିଳିଥିଲେ ହେଲେ ସେତେବେଳକୁ ସବୁ କିଛି ସରି ଯାଇଥିଲା।...ପାଖ ବାଙ୍କେଶ୍ୱରୀ ମନ୍ଦିର ଦର୍ଶନ କରି ସ୍କୁଟରରେ ଓମ୍ ଓ ତାଙ୍କ ବାନ୍ଧବୀ ଏଇ ବିପଦଜନକ ମାଗୁରମା ନାଳ ପାଖକୁ ଆସିଥିଲେ।
ଓମ୍ ଏଠି ଭିଡିଓ କରୁଥିବା ବେଳେ ହଠାତ୍ ଖସି ଯାଇଥିଲା ଗୋଡ଼।
ଉଦ୍ଧାର କରିବାକୁ ଚେଷ୍ଟା କରି ନପାରିବାରୁ ଶେଷରେ ଗାଁ ଲୋକଙ୍କୁ ଜଣାଇଥିଲେ ଛାତ୍ରୀ ଜଣକ।
ହେଲେ ଏଇ ଘଟଣାକୁ ସହଜରେ ଗ୍ରହଣ କରି ନାହାନ୍ତି ଓମ୍ ଙ୍କ ପରିବାରଲୋକେ।
କାହିଁକି ଓମ୍ ଓ ତାଙ୍କ ବାନ୍ଧବୀ ଏଠି ଆସିଥିଲେ ତାକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ସତ ଖୋଜି ବାହାର କରିବାକୁ ଦାବି କରିଛନ୍ତି।
Advertisment ହେଲେ ଏଇ ଘଟଣା ଅନେକ ପ୍ରଶ୍ନ ପଛରେ ଛାଡ଼ି ଯାଇଛି।
ଏତେ ବଡ଼ ଅଘଟଣ ପରେ ଯୁବତୀ ଜଣକ ଗଲେ କୁଆଡ଼େ?
ଏଇ ଦୁଇ ଜଣ ସେଠି ଥିଲେ ନା ଆଉ କିଏ ବି ସେଠି ଥିଲା?
ଯଦି, ରିଲ୍ସ କରୁଥିଲେ ତାହେଲେ ସେ ମୋବାଇଲ୍ ଗଲା କୁଆଡ଼େ?
ମୋବାଇଲ୍ ପୁରା ଘଟଣା ଉପରୁ ପରଦା ହଟାଇବ କି?
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
