Odisha's EV Sales Rise 161 Times: ଓଡ଼ିଶାରେ EV କ୍ରେଜ୍, ଚଳିତବର୍ଷ ବିକ୍ରି ହେଲାଣି ୧ ଲକ୍ଷ ୪୫ ହଜାର ଗାଡ଼ି
ବିଧାନସଭାରୁ ଆସିଛି ଏଭଳି ଉତ୍ସାହଜନକ ତଥ୍ୟ।
ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କ ସୂଚନା ଅନୁସାରେ, କେବଳ ଏଇ ବର୍ଷ ନଭେମ୍ବର ୨୧ ତାରିଖ ସୁଦ୍ଧା ବିକ୍ରି ହୋଇଛି ୧ ଲକ୍ଷ ୪୫ ହଜାର ୬୧୪ଟି ଇଲେକ୍ଟ୍ରିକ୍ ଭେହିକିଲ୍।
ଯାହାକି ଗତ ୬ ବର୍ଷରେ ୧୬୧ ଗୁଣ ଅଧିକା।
ତଥ୍ୟ ଅନୁସାରେ, ୨୦୨୦ରେ ରାଜ୍ୟରେ ବିକ୍ରି ହୋଇଥିଲା ମାତ୍ର ୯୦୩ଟି ଇଭି।
୨୦୨୧ରେ ଏହି ସଂଖ୍ୟା ୫ ହଜାର ୬୨୭କୁ ବୃଦ୍ଧି ପାଇଥିଲା।
୨୦୨୨ରେ ୨୮ ହଜାର ୪୪୬ ଓ ୨୦୨୩ରେ ୪୪ ହଜାର ୫୪୩, ୨୦୨୪ରେ ୬୫ ହଜାର ୩୧୨ ଏବଂ ୨୦୨୫ରେ ସଂଖ୍ୟା ଛୁଇଁଥିଲା ୭୯ ହଜାର ୨୩୮।
ତେବେ ଚଳିତବର୍ଷ ଭାଙ୍ଗିଛି ସବୁ ରେକର୍ଡ।
ଦେଢ ଲକ୍ଷ ମୁହାଁ ହୋଇଛି ବିଦ୍ୟୁତ ଚାଳିତ ଯାନ ବିକ୍ରି।
ବିଜେପି କହିଛି, ବୈଦ୍ୟୁତିକ ଯାନ ନୀତି ପ୍ରଣୟନପରଠାରୁ ହାଇଜମ୍ପ ମାରିଛି EV କିଣା।
ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଏବଂ ଅନ୍ୟାନ୍ୟ ସୁବିଧା ଲୋକଙ୍କ ଇଭି ଆଗ୍ରହକୁ ବଢାଇଛି।
Advertisment କାହିଁକି ବଢୁଛି ଇଭି କ୍ରେଜ୍ ?
ପେଟ୍ରୋଲ-ଡିଜେଲ୍ ବଦଳରେ କାହିଁକି ପସନ୍ଦ ପାଲଟିଛି ଇଲେକ୍ଟ୍ରିକ୍ ଭେହିକିଲ୍ ?
ବିଦ୍ୟୁତ୍ ଚାଳିତ ଯାନ ପ୍ରତି ଲୋକଙ୍କ ଆକର୍ଷଣ ବଢ଼ିବା ପଛରେ ରହିଛି ଅନେକ କାରଣ।
ସବୁଠାରୁ ବଡ଼ କାରଣ ହେଉଛି ପେଟ୍ରୋଲ୍ ଓ ଡିଜେଲ୍ ଖର୍ଚ୍ଚରୁ ମୁକ୍ତି।
ଅନ୍ୟପଟେ ଓଡ଼ିଶାର EV ନୀତି ଅନୁସାରେ, ସ୍କୁଟର ପାଇଁ ୨୦ ହଜାର, ଇ-ଅଟୋ ପାଇଁ ୩୦ ହଜାର ଏବଂ ଇ-କାର ପାଇଁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ବ୍ୟବସ୍ଥା ରହିଛି।
EVର ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମ୍।
ଚାର୍ଜିଂ ଭିତ୍ତିଭୂମିର ବିକାଶ ମଧ୍ୟ EV ବ୍ୟବହାରକୁ ସହଜ କରିଛି।
ଆକର୍ଷଣୀୟ ଡିଜାଇନ୍, ନୂଆ ଫିଚର୍ ଓ ଉନ୍ନତ ଟେକ୍ନୋଲୋଜି ଗ୍ରାହକଙ୍କୁ EV ଆଡ଼କୁ ଟାଣୁଛି।
ବିଶେଷକରି ଅଫିସ୍ ଯାତାୟାତ, ବଜାର ସଉଦା ଓ ସ୍ୱଳ୍ପ ଦୂରତା ଯାତ୍ରା ପାଇଁ ଇଭି ଏକ ସୁବିଧାଜନକ ବିକଳ୍ପ।
କେବଳ ବ୍ୟକ୍ତିଗତ ବ୍ୟବହାର ନୁହେଁ, ଫୁଡ୍ ଡେଲିଭରି, କୋରିଅର୍ ଓ ଇ-କମର୍ସ କ୍ଷେତ୍ରରେ ମଧ୍ୟ ଇଲେକ୍ଟ୍ରିକ୍ ଦୁଇଚକିଆ ଓ ତିନିଚକିଆ ଯାନର ବ୍ୟବହାର ବଢ଼ୁଛି।
ମଧ୍ୟପ୍ରାଚ୍ୟ ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭି ବ୍ୟବହାର ବଢାଇବାକୁ ଦେଶବାସୀଙ୍କୁ ଅପିଲ୍ କରିଥିଲେ।
ନିଜ କାରକେଡରେ ମଧ୍ୟ ଅଧିକାଂଶ ଇଲେକ୍ଟ୍ରିକ୍ ଯାନ ସାମିଲ କରିଥିଲେ।
ଇଭି ବିପ୍ଳବରେ ଓଡ଼ିଶା ରେକର୍ଡ ରହିଥିବାବାବେଳେ ଆଗକୁ କେତେଦୂର ଯାଉଛି ତା ଉପରେ ନଜର।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
