High-Speed Car Turns Deadly: ଡିଭାଇଡରରେ ପିଟି ହୋଇ ଓଲଟିଲା କାର୍, ୧୦ ଫୁଟ ତଳକୁ ଖସି ୨ ମୃତ
ମୃତ୍ୟୁର ଦୂତ ସାଜିଲା ଦ୍ରୁତଗତିର କାର୍।
ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେବା ପରେ ପ୍ରାୟ ୧୦ ଫୁଟ ତଳକୁ ଖସିପଡ଼ିଲା କାର୍।
ଘଟଣାସ୍ଥଳରେ ଚାଲିଗଲା ୨ ଜଣଙ୍କ ଜୀବନ।
ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୋନାକଣିଆ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା।
Advertisment ସୂଚନା ଅନୁସାରେ, କାର୍ ରେ ୪ ଜଣ ପଶ୍ଚିମବଙ୍ଗରୁ ଫେରୁଥିବା ବେଳେ ସୋନାକଣିଆ ନିକଟରେ ହଠାତ୍ ଚାଳକ ଗାଡ଼ିରୁ ନିୟନ୍ତ୍ରଣ ହରାଇଥିଲେ।
ଫଳରେ କାର୍ ଟି ରାସ୍ତା ଡିଭାଇଡରରେ ଜୋର୍ ରେ ପିଟି ହୋଇ ତଳକୁ ଖସିପଡ଼ିଥିଲା।
ଦୁର୍ଘଟଣା ପରେ କାର୍ ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି।
ଗୁରୁତର ଦୁଇ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଛି।
ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି।
୧୦ ଫୁଟ ତଳକୁ ଖସିଲା କାର୍, ୨ ମୃତ ଡିଭାଇଡରରେ ପିଟି ହୋଇ ୧୦ ଫୁଟ ତଳକୁ ଖସିଲା କାର୍ ଦୁର୍ଘଟଣାରେ ୨ ମୃତ, ୨ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସୁନାକଣିଆ ନିକଟରେ ଦୁର୍ଘଟଣା ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି, ଘଟଣାସ୍ଥଳରେ ପୋଲିସ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
