WTC: ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼: ଭାରତର ଆଶା ବଢ଼ାଇଲା ଦକ୍ଷିଣ ଆଫ୍ରିକା

Oct 23, 2026 - 15:54
WTC: ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼: ଭାରତର ଆଶା ବଢ଼ାଇଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପାଳି ଓ ୩୧ ରନ୍‌ରେ ହରାଇ ଦକ୍ଷିଣ ଆଫ୍ରିକା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ୍ ଦୌଡ଼କୁ ରୋଚକ କରିଛି।

ଅଷ୍ଟ୍ରେଲିଆ ଶୀର୍ଷରେ ରହିଥିଲେ ମଧ୍ୟ ଏହି ପରାଜୟ ଭାରତ ସହ ଅନ୍ୟ ଦଳଙ୍କ ପାଇଁ ଆଶା ସଞ୍ଚାର କରିଛି।

ଡବ୍ଲ୍ୟୁଟିସି ଟେବୁଲରେ ଅଷ୍ଟ୍ରେଲିଆ ୭୫.୦୦ ପିସିଟି ସହ ଶୀର୍ଷରେ ଥିଲା ବେଳେ ନ୍ୟୁଜିଲାଣ୍ଡ (୭୨.୨୨) ଦ୍ୱିତୀୟ ଏବଂ ଦକ୍ଷିଣ ଆଫ୍ରିକା (୬୬.୬୭) ତୃତୀୟ ସ୍ଥାନରେ ରହିଛି।

ବାଂଲାଦେଶ (୫୫.୫୬) ତଳକୁ ଭାରତ (୫୧.୫୨) ପଞ୍ଚମରେ ରହିଛି।

ଆଗକୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨ଟି ଏବଂ ଘରୋଇ ମାଟିରେ ଅଷ୍ଟ୍ରେଲିଆ ସହ ୫ ଟେଷ୍ଟ୍‌ ଖେଳିବ।

ଏହି ଦୁଇ ଶୃଙ୍ଖଳା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ।

ଭାରତକୁ ୬୦ ପିସିଟି ପାଇବାକୁ ହେଲେ ଏହି ୭ ମ୍ୟାଚ୍‌ରୁ ୬୨ ପଏଣ୍ଟ ସଂଗ୍ରହ କରିବାକୁ ପଡ଼ିବ ଏବଂ ୨ରୁ ଅଧିକ ଟେଷ୍ଟ୍‌ ନ ହାରିବା ଆବଶ୍ୟକ।

ଭଲ ପ୍ରଦର୍ଶନ କଲେ ମଧ୍ୟ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରୁ ଅତିକମ୍‌ରୁ ୨ଟି ଦଳ ପଏଣ୍ଟ ହରାଇଲେ ଭାରତର ଫାଇନାଲ୍‌ ସ୍ଥାନ ନିଶ୍ଚିତ ‌ହୋଇପାରେ।

ସେହିପରି ବାଂଲାଦେଶର ମଧ୍ୟ ଫାଇନାଲ୍‌ ଖେଳିବା ଆଶା ରହିଛି।

ଏହି ଦଳ ଆଗକୁ ୬ ଟେଷ୍ଟ ଖେଳିବାକୁ ଥିଲା ବେଳେ ୪ଟି ଘରୋଇ ମାଟିରେ ଖେଳିବ।

ଏଥିରୁ ଯଦି ଭଲ ପଏଣ୍ଟ ପାଇବା ସହ ଶୀର୍ଷ ଥିବା ଦଳ ପଏଣ୍ଟ ହରାଇବେ, ତେବେ ବାଂଲାଦେଶ ପାଇଁ ସୁଯୋଗ ଆସିବ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)