Maruti Suzuki: ନୂଆ ଅବତାରରେ ଆସିଲା ମାରୁତି ସୁଜୁକି ୱାଗନ୍-ଆର୍

Oct 23, 2026 - 15:38
Maruti Suzuki: ନୂଆ ଅବତାରରେ ଆସିଲା ମାରୁତି ସୁଜୁକି ୱାଗନ୍-ଆର୍

ଭୁବନେଶ୍ୱର: ଭାରତୀୟ ଅଟୋମୋବାଇଲ୍ ବଜାରରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ହ୍ୟାଚବ୍ୟାକ୍ କାର୍ ମାରୁତି ସୁଜୁକି ୱାଗନ୍-ଆର୍ (Maruti Suzuki WagonR) ଏବେ ଆହୁରି ଆକର୍ଷଣୀୟ ଓ ଆଧୁନିକ ଫିଚର୍ସ ସହିତ ନୂଆ ଅବତାରରେ ବଜାରକୁ ଆସିଛି।

ଦେଶର ସବୁଠାରୁ ଲୋକପ୍ରିୟ ଫ୍ୟାମିଲି କାର୍ ଭାବେ ଗଣାଯାଉଥିବା ଏହି ଗାଡ଼ିଟିରେ କମ୍ପାନୀ ସୁରକ୍ଷା ଓ ମାଇଲେଜ୍ ଉପରେ ବିଶେଷ ଧ୍ୟାନ ଦେଇଛି।

Advertisment ଷ୍ଟାଇଲିସ୍ ଲୁକ୍ ଓ ଆକର୍ଷଣୀୟ ଡିଜାଇନ ନୂଆ ୱାଗନ୍-ଆରରେ କମ୍ପାନୀ ସ୍ପୋର୍ଟି 'ଫ୍ଲୋଟିଂ ରୁଫ୍' ଡିଜାଇନ୍ ଏବଂ ଆକର୍ଷଣୀୟ ଆଲୋୟ ୱିଲ୍‌ସ (Alloy Wheels) ପ୍ରଦାନ କରିଛି।

ଏହା ବ୍ୟତୀତ ନୂଆ ଫ୍ରଣ୍ଟ ଗ୍ରୀଲ୍, ଆଡଜଷ୍ଟେବଲ୍ ORVMs (ବାହାର ମିରର୍) ଏବଂ ଆକର୍ଷଣୀୟ ଡୁଆଲ୍-ଟୋନ୍ କଲର୍ ଅପସନ୍ ଗାଡ଼ିକୁ ଆହୁରି ପ୍ରିମିୟମ୍ ଲୁକ୍ ଦେଉଛି।

ପେଟ୍ରୋଲ୍ ଭାରିଆଣ୍ଟରେ ପ୍ରାୟ ୨୩.୫୬ ରୁ ୨୫.୧୯ କିମି/ଲିଟର୍ ଏବଂ ସିଏନଜି ଭାରିଆଣ୍ଟରେ ପ୍ରାୟ ୩୩.୪୭ କିମି/କିଗ୍ରା ପର୍ଯ୍ୟନ୍ତ ମାଇଲେଜ୍ ମିଳିଥାଏ, ଯାହା ଏହାକୁ ସେଗ୍‌ମେଣ୍ଟରେ ସବୁଠାରୁ ଅଧିକ ଇନ୍ଧନ ସଞ୍ଚୟକାରୀ କାର୍ କରିଛି ।

ଆହୁରି ପଢନ୍ତୁ: Prabhas Birthday: ପ୍ରଭାସଙ୍କ ଜନ୍ମଦିନରେ 'ଫୌଜି'ର ନୂଆ ପୋଷ୍ଟର ରିଲିଜ୍, ସାମ୍ନାକୁ ଆସିଲା 'ଫାଇଲ୍ ନମ୍ବର ୦୨୫' ଇଣ୍ଟେରିୟର ଓ ଆଧୁନିକ ଟେକ୍ନୋଲୋଜି କ୍ୟାବିନ୍‌ରେ ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ଆଧୁନିକ ଫିଚର୍ସ ଦିଆଯାଇଛି | ଏଥିରେ ୭-ଇଞ୍ଚ୍ SmartPlay Studio ଟଚ୍‌ସ୍କ୍ରିନ୍ ଇନ୍‌ଫୋଟେନ୍‌ମେଣ୍ଟ ସିଷ୍ଟମ୍ ସହ ପ୍ରଶସ୍ତ କ୍ୟାବିନ୍, ଅଧିକ ହେଡ୍‌ରୁମ୍ ଏବଂ ୩୪୧ ଲିଟର୍‌ର ବଡ଼ ବୁଟ୍ ସ୍ପେସ୍ ମିଳିବ | ସେହିପରି ସୁରକ୍ଷାକୁ ପ୍ରାଥମିକତା ଦେଇ ଏଥିରେ ଡୁଆଲ୍ ଏୟାରବ୍ୟାଗ୍ / ୬ଟି ଏୟାରବ୍ୟାଗ୍ ସୁବିଧା ଦିଆଯାଇଛି | କେବଳ ଏତିକି ନୁହେଁ ଏବିଏସ ସହିତ ଇବିଡ଼ି ରିୟର ପାର୍କିଂ ସେନ୍ସର, ହିଲ୍ ହୋଲ୍ଡ ଆସିଷ୍ଟ ଭଳି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)