Mathew Vandyke: ଦିଲ୍ଲୀ କୋର୍ଟରେ ହାଜର ହେଲେ ଆମେରିକୀୟ ନାଗରିକ ମାଥ୍ୟୁ ଭାନଡାଇକ
ନୂଆଦିଲ୍ଲୀ: ମ୍ୟାଁମାର ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ତାଲିମ ଦେବା ଅଭିଯୋଗରେ ଅଭିଯୁକ୍ତ ଆମେରିକୀୟ ନାଗରିକ ମାଥ୍ୟୁ ଭାନଡାଇକଙ୍କୁ ଫେବ୍ରୁଆରି ୨୪ ପର୍ଯ୍ୟନ୍ତ ବିଦେଶରେ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି।
ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଆମେରିକୀୟ ଭଡ଼ାଟିଆ ସୈନିକ ମାଥ୍ୟୁ ଆରୋନ ଭାନଡାଇକଙ୍କୁ ଆମେରିକା ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ଓ ଫେବ୍ରୁଆରି ୨୪ ତାରିଖର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଛଅ ଜଣ ୟୁକ୍ରେନୀୟ ନାଗରିକଙ୍କୁ ଭାରତ ବାହାରେ ରହିବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି।
ମ୍ୟାଁମାରରେ ଜାତିଗତ ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ଅସ୍ତ୍ରଶସ୍ତ୍ର ଓ ଡ୍ରୋନ-ଯୁଦ୍ଧ ତାଲିମ ପ୍ରଦାନ କରିବା ଅଭିଯୋଗରେ ଭାନଡାଇକ ଓ ଏହି ଛଅ ଜଣ ୟୁକ୍ରେନୀୟ ନାଗରିକଙ୍କୁ ମାର୍ଚ୍ଚ ୨୦୨୬ ରେ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଦ୍ୱାରା ଗିରଫ କରାଯାଇଥିଲା।
Advertisment ସେପ୍ଟେମ୍ବରରେ ଏକ ମାସ ପାଇଁ ଆମେରିକା ଯାତ୍ରା କରିବାକୁ ଅନୁମତି ପାଇବା ପରେ, ତାଙ୍କ ଭାରତ ଫେରିବା ନେଇ ପ୍ରଶ୍ନ ଉଠିଥିଲା।
ଅକ୍ଟୋବର ୧ ତାରିଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇ ଭାନଡାଇକ ଭାରତ ଫେରିବାକୁ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ।
ଶୁକ୍ରବାର ସେ କୋର୍ଟରେ ହାଜର ହୋଇଥିଲେ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ମାଥ୍ୟୁ ଭାନଡାଇକଙ୍କୁ ଏନଆଇଏ ଗିରଫ କରିଥିଲା।
ପ୍ରାୟ ଛଅ ମାସ ଜେଲରେ ରହିବା ପରେ, ତାଙ୍କୁ ସେପ୍ଟେମ୍ବର ୧୮ ରେ ଡିଫଲ୍ଟ ଜାମିନ ମିଳିଥିଲା।
ତା'ପରେ କୋର୍ଟ ତାଙ୍କୁ ତାଙ୍କ ପରିବାରକୁ ଭେଟିବା ପାଇଁ ଆମେରିକା ଯାତ୍ରା କରିବାକୁ ଅନୁମତି ଦେଇଥିଲେ।
ମ୍ୟାଁମାର ସଶସ୍ତ୍ର ଗୋଷ୍ଠୀକୁ ତାଲିମ ଦେବା ମାମଲା ସେପ୍ଟେମ୍ବର ଶେଷ ସପ୍ତାହରେ, ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାରେ ଅଭିଯୁକ୍ତ ଭାନଡାଇକ୍ ଓ ଛଅ ଜଣ ୟୁକ୍ରେନୀୟ ନାଗରିକଙ୍କୁ ଏକ ମାସ ପାଇଁ ସେମାନଙ୍କ ଦେଶକୁ ଯାତ୍ରା କରିବାକୁ ଅନୁମତି ପ୍ରଦାନ କରିଥିଲେ।
ଏହି ଅନୁମତି କିଛି ସର୍ତ୍ତ ସହିତ ଦିଆଯାଇଥିଲା।
ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଧାରିତ ସମୟ ପରେ ଭାରତ ଫେରିବା ଓ ତଦନ୍ତରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ମାର୍ଚ୍ଚ ୧୩ ତାରିଖରେ ଭାନଡାଇକଙ୍କ ସହିତ ଗିରଫ ହୋଇଥିବା ଛଅ ଜଣ ୟୁକ୍ରେନୀୟ ନାଗରିକ ଭାରତ ଫେରି ନାହାନ୍ତି।
କୁଆଖିଆରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ; ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
