Strawberry Farming: ଷ୍ଟ୍ରବେରି ଚାଷ କରି ଜାତିସଂଘର ୧୦୦ ମହିଳାଙ୍କ ତାଲିକାରେ ଜେଡ୍ଟି ଲାଲରିଥାଙ୍ଗି

Oct 23, 2026 - 14:05
Strawberry Farming: ଷ୍ଟ୍ରବେରି ଚାଷ କରି ଜାତିସଂଘର ୧୦୦ ମହିଳାଙ୍କ ତାଲିକାରେ ଜେଡ୍ଟି ଲାଲରିଥାଙ୍ଗି

ମିଜୋରାମ: ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଜଣେ ମହିଳା କିପରି ନିଜ ଭାଗ୍ୟ ବଦଳାଇବା ସହ ବିଶ୍ୱସ୍ତରରେ ପରିଚୟ ସୃଷ୍ଟି କରିପାରନ୍ତି, ତାହାର ଉଦାହରଣ ପାଲଟିଛନ୍ତି ମିଜୋରାମର ଜେଡ୍ଟି ଲାଲରିଥାଙ୍ଗି।

ସ୍ଥାନୀୟ ଅଞ୍ଚଳରେ 'ପି ମାରି-ଆଇ' ନାମରେ ପରିଚିତ ଏହି ୩୫ ବର୍ଷୀୟା ମହିଳା ଚାଷୀ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ) ପକ୍ଷରୁ ମନୋନୀତ ୧୦୦ ମହିଳା ନାୟିକାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ଦିନେ ଘର ଓ ତିନି ପିଲାଙ୍କ ଦାୟିତ୍ୱ ମଧ୍ୟରେ ସମୟ ବାହାର କରି ୟୁଟ୍ୟୁବ୍ରୁ କୃଷି ଶିକ୍ଷା ଲାଭ କରୁଥିବା ମାରି-ଆଇ ଆଜି ଦୁଇ ହେକ୍ଟର ଜମିରେ ୧୦ ହଜାରରୁ ଅଧିକ ଷ୍ଟ୍ରବେରି ଗଛ ଲଗାଇ ସଫଳ ଚାଷୀ ଭାବେ ପରିଚିତ ହୋଇଛନ୍ତି।

Advertisment ମିଜୋରାମର ଲଙ୍ଗତଲାଇ ଜିଲ୍ଲା ଅନ୍ତର୍ଗତ ସାଙ୍ଗାଉ ଗାଁର ବାସିନ୍ଦା ମାରି-ଆଇ ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି।

ଚାଷ ଆରମ୍ଭ କରିବା ପୂର୍ବରୁ ସେ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିଲେ।

ସରକାରୀ ଚାକିରି ପାଇବା ପାଇଁ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇଥିଲେ ମଧ୍ୟ ସେଥିରେ ସଫଳ ହୋଇପାରି ନଥିଲେ।

ତେବେ ସେ ହାର ମାନିନଥିଲେ।

ସ୍ୱାମୀଙ୍କ ଆୟ ଉପରେ ନିର୍ଭର ନକରି ନିଜେ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଥିଲେ।

ଏହି ଚିନ୍ତାଧାରା ତାଙ୍କୁ ଚାଷ ପ୍ରତି ଆକର୍ଷିତ କରିଥିଲା।

ପଡ଼ୋଶୀ ସିଆହା ଜିଲ୍ଲାରେ କେତେକ ଚାଷୀ ସଫଳତାର ସହ ଷ୍ଟ୍ରବେରି ଚାଷ କରୁଥିବା ଜାଣିବା ପରେ ସେ ନିଜ ଗାଁରେ ଏହାକୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ।

କୌଣସି ଔପଚାରିକ ପ୍ରଶିକ୍ଷଣ ନଥିଲେ ମାରି-ଆଇଙ୍କ ପାଖରେ କୃଷି କ୍ଷେତ୍ରରେ କୌଣସି ଔପଚାରିକ ପ୍ରଶିକ୍ଷଣ ନଥିଲା।

ଘରେ ତିନି ଜଣ ପିଲାଙ୍କ ଦାୟିତ୍ୱ ଥିବାରୁ ଦିନରେ ଚାଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ସମୟ ମିଳୁନଥିଲା।

ତେଣୁ ସେ ରାତିରେ ୟୁଟ୍ୟୁବ୍‌ରୁ କୃଷି ସମ୍ବନ୍ଧୀୟ ଶିକ୍ଷଣୀୟ ଭିଡିଓ ଦେଖିବା ସହ ଅନ୍ୟ ଚାଷୀଙ୍କଠାରୁ ମଧ୍ୟ ଅନୁଭବ ଓ ଜ୍ଞାନ ହାସଲ କରୁଥିଲେ।

୨୦୨୪ରେ ସେ ପ୍ରଥମଥର ପାଇଁ ପ୍ରାୟ ୧,୦୦୦ ଷ୍ଟ୍ରବେରି ଚାରା ଲଗାଇଥିଲେ।

ଚାଷ ପାଇଁ ସରକାରୀ ସହାୟତା ଲୋଡ଼ିଥିଲେ ମଧ୍ୟ ପ୍ରାରମ୍ଭରେ ଏହି ଚାଷ ସମ୍ପୃକ୍ତ ଯୋଜନା ଅନ୍ତର୍ଗତ ନଥିବାରୁ ତାଙ୍କୁ ସହାୟତା ମିଳିନଥିଲା।

ତଥାପି ସେ ନିଜ ଉଦ୍ୟମରେ ଚାଷ ଜାରି ରଖିଥିଲେ।

ପରବର୍ତ୍ତୀ ସମୟରେ ତାଙ୍କୁ ସରକାରୀ ସହାୟତା ମଧ୍ୟ ମିଳିଥିଲା।

ଦୁଇ ହେକ୍ଟର ଜମିରେ ଚାଷ ମାରି-ଆଇଙ୍କ ପରିଶ୍ରମର ଫଳ ପ୍ରଥମ ବର୍ଷରୁ ହିଁ ମିଳିବା ଆରମ୍ଭ ହୋଇଥିଲା।

୨୦୨୪ରେ ଷ୍ଟ୍ରବେରି ଚାଷରୁ ସେ ପ୍ରାୟ ୧.୫ ଲକ୍ଷ ଟଙ୍କା ଆୟ କରିଥିଲେ।

ଏହି ସଫଳତା ତାଙ୍କୁ ଚାଷର ପରିସର ବଢ଼ାଇବା ପାଇଁ ପ୍ରେରଣା ଦେଇଥିଲା।

ବର୍ତ୍ତମାନ ସେ ପ୍ରାୟ ଦୁଇ ହେକ୍ଟର ଜମିରେ ୧୦ ହଜାରରୁ ଅଧିକ ଷ୍ଟ୍ରବେରି ଚାଷ କରୁଛନ୍ତି ।

୨୦୨୬ ମିଜୋରାମ ଉଦ୍ୟାନ କୃଷି ମେଳାରେ ମାରି-ଆଇଙ୍କୁ ଲଙ୍ଗତଲାଇ ଜିଲ୍ଲାର ଶ୍ରେଷ୍ଠ ଚାଷୀ ଭାବେ ସମ୍ମାନିତ କରାଯାଇଥିଲା।

ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିଛି ମାରି-ଆଇଙ୍କ ସଫଳତାକୁ ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ମିଳିଛି।

ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ତାଙ୍କୁ କୃଷି-ଖାଦ୍ୟ ବ୍ୟବସ୍ଥା ଓ ଗ୍ରାମୀଣ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ ୧୦୦ ମହିଳା ନାୟିକାଙ୍କ ମଧ୍ୟରେ ସାମିଲ କରିଛି।

ଏହି ସମ୍ମାନ ସମ୍ପର୍କରେ ସେପ୍ଟେମ୍ବର ୨୧ରେ ତାଙ୍କୁ ଇ-ମେଲ୍ ମିଳିଥିଲା।

ତାଙ୍କ ଏହି ସଫଳତା ପଛରେ ପରିବାରର ସହଯୋଗ, ରାଜ୍ୟର ଉଦ୍ୟାନ କୃଷି ବିଭାଗର ସହାୟତା ଏବଂ ନିଜ ଉପରେ ଥିବା ଆସ୍ଥାକୁ ସେ ଶ୍ରେୟ ଦେଇଛନ୍ତି।

Art Gallery: ଚିତ୍ରଶାଳା: ମାଟିକୁ ଜୀବନ୍ୟାସ ଦିଅନ୍ତି ପ୍ରିୟତମା ମାରି-ଆଇଙ୍କ କାହାଣୀ କେବଳ ଜଣେ ଚାଷୀଙ୍କ ସଫଳତା ନୁହେଁ; ଏହା କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଓ ଆତ୍ମନିର୍ଭରଶୀଳତାର ଗୁରୁତ୍ୱକୁ ମଧ୍ୟ ଦର୍ଶାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)