Arrested: ବଡ଼ଚଣା ଆର ଆଣ୍ଡ ବି ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ
କଟକ / ଯାଜପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଆର ଆଣ୍ଡ ବି (R&B) ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ତପନ ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ।
ଗତକାଲି ତପନ ସେଠୀଙ୍କର ୭ଟି ଭିନ୍ନ ଭିନ୍ନ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା।
କଟକ ସ୍ପେଶାଲ ଭିଜିଲାନ୍ସ ଜଜ୍ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସ ର ୩ ଜଣ ଏସପି, ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁର (ବଡ଼ଚଣା) ସମେତ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା।
ଗତକାଲି ତପନ ସେଠୀଙ୍କୁ କଟକ ସିଡିଏ ସେକ୍ଟର ୭ରେ ଥିବା ଘରୁ ଭିଜିଲାନ୍ସ ଟିମ୍ ଉଠାଇ ନେଇକି ଯାଇଥିଲା।
Advertisment କଟକ ସିଡିଏ ସେକ୍ଟର ୭ରେ ଥିବା ତିନି ମହଲା କୋଠା, ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା, କଟକ କଣ୍ଟାପଡ଼ାଠାରେ ଥିବା ଫାର୍ମ ହାଉସ, ପୁରୀ କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆସ୍ଥିତ ପୈତୃକ ଗ୍ରାମର ଦୁଇ ମହଲା ଘର, କଟକ ୪୨ ମୌଜାରେ ଥିବା ଶ୍ୱଶୁର ଘର, ଭୁବନେଶ୍ୱରରେ ଥିବା ଦୁଇ ମହଲା କୋଠା ସହ ଚୌଦ୍ୱାର ଚାରିବାଟିଆ ଆର ଆଣ୍ଡ ବି ଡିଭିଜନ ଅଧୀନସ୍ଥ ବଡ଼ଚଣାରେ ଥିବା ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା | କଟକ, ଭୁବନେଶ୍ୱର ଓ ପୁରୀରେ ୩ଟି ବହୁତଳ କୋଠା ଶ୍ରୀ ସେଠୀଙ୍କ ସମ୍ପତ୍ତି ଉପରେ ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ତଲାସି ବେଳେ ତାଙ୍କ ନିକଟରୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି।
ଏଥିରେ କଟକ, ଭୁବନେଶ୍ୱର ଓ ପୁରୀରେ ଥିବା ୩ଟି ବହୁତଳ କୋଠା, ୩ଟି ମୂଲ୍ୟବାନ ପ୍ଲଟ୍, ୧.୦୨ ଏକର ଜମିରେ ପରିବ୍ୟାପ୍ତ କଟକ କଣ୍ଟାପଡ଼ାଠାରେ ଫାର୍ମହାଉସ୍, ୭୪୭ ଗ୍ରାମ ସୁନା, ୨୦.୮୭ ଲକ୍ଷ ଟଙ୍କାର ଜମା ରାଶି ଏବଂ ୨ଟି ଚାରିଚକିଆ ଯାନ ଆଦି ରହିଛି।
ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ବ୍ୟାଖ୍ୟା ଦେଇପାରିନଥିବା ଜଣାପଡ଼ିଛି।
Brown Sugar : କୁଆଖିଆରେ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ; ୫ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
