Murder: ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ମାଲଗୁଡ଼ିଆ ଛକରୁ ମୃତଦେହ ଉଦ୍ଧାର

Oct 23, 2026 - 15:23
Murder: ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା ଅଭିଯୋଗ, ମାଲଗୁଡ଼ିଆ ଛକରୁ ମୃତଦେହ ଉଦ୍ଧାର

କବିସୂର୍ଯ୍ୟନଗର: ଘରୁ ଡାକି ଆଣି ଯୁବକ ଙ୍କୁ ବୀଭତ୍ସ ହତ୍ୟା ଅଭିଯୋଗ।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଲଗୁଡ଼ିଆ ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।

ମୃତ ଯୁବକ ହେଉଛନ୍ତି ଡୁଙ୍ଗୁରି ଗାଁର ନାରାୟଣ ପ୍ରଧାନ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କିଛି ଯୁବକ ନାରାୟଣଙ୍କୁ ଘରୁ ଡାକି ନେଇଥିଲେ।

Advertisment ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଆଜି ସକାଳେ ମାଲଗୁଡ଼ିଆ ଛକ ନିକଟରେ ନାରାୟଣଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକ ଦେଖିଥିଲେ ।

ପ୍ରାଥମିକ ତଦନ୍ତରୁ ତାଙ୍କ ମୁଣ୍ଡ ଓ ମୁହଁକୁ କାଠ ଫଳିଆ ଏବଂ ମଦ ବୋତଲରେ ଆକ୍ରମଣ କରାଯାଇଥିବା ଜଣାପଡ଼ୁଛି ।

ହତ୍ୟା ପଛର ପ୍ରକୃତ କାରଣ ଅସ୍ପଷ୍ଟ ଘଟଣାସ୍ଥଳରୁ ମୃତଦେହ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାଇଛି।

ଏହାସହ ଘଟଣାର ତଦନ୍ତ ଜାରି ରହିଛି ।

ତେବେ ନାରାୟଣଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ପୁଲିସର ତଦନ୍ତ ପରେ ହତ୍ୟା ପଛର ପ୍ରକୃତ କାରଣ ଜଣାପଡ଼ିବ ।

Arrested: ବଡ଼ଚଣା ଆର ଆଣ୍ଡ ବି ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)