School Gate Locked Over Teacher Transfer: ଶିକ୍ଷକଙ୍କ ବଦଳିକୁ ନେଇ ତେଜିଲା ଅସନ୍ତୋଷ, ସ୍କୁଲ ଗେଟ୍‌ରେ ତାଲା

Nov 26, 2026 - 19:09
School Gate Locked Over Teacher Transfer: ଶିକ୍ଷକଙ୍କ ବଦଳିକୁ ନେଇ ତେଜିଲା ଅସନ୍ତୋଷ, ସ୍କୁଲ ଗେଟ୍‌ରେ ତାଲା

ଶିକ୍ଷକଙ୍କ ବଦଳିକୁ ନେଇ ତେଜିଲା ଅସନ୍ତୋଷ।

ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କୁସୁଡ଼ା ପଞ୍ଚାୟତର ବବଡେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା।

ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମହେନ୍ଦ୍ର ନାଥ ଜେନାଙ୍କ ବଦଳି ଆଦେଶକୁ ବିରୋଧ କରି ଏକାଠି ହୋଇଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।

Advertisment ବଦଳି ନିଷ୍ପତ୍ତିକୁ ବାତିଲ କରିବା ଦାବିରେ ସ୍କୁଲ ଗେଟରେ ତାଲା ପକାଇ ଆରମ୍ଭ କରିଥିଲେ ଆନ୍ଦୋଳନ।

ଏଥିରେ ପଞ୍ଚାୟତର ସରପଞ୍ଚ ଓ ନାଏବ ସରପଞ୍ଚ ମଧ୍ୟ ସାମିଲ ହୋଇଛନ୍ତି।

ଶିକ୍ଷକଙ୍କ ବଦଳି ହେଲେ ବିଦ୍ୟାଳୟରେ ପାଠପଢ଼ା ପ୍ରଭାବିତ ହେବା ଆଶଙ୍କା କରୁଛନ୍ତି ଅଭିଭାବକ।

ତେଣୁ ବଦଳି ଆଦେଶ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ଜିଦ୍ ରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ।

ଏବେ ଶିକ୍ଷା ବିଭାଗର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା।

ଶିକ୍ଷକଙ୍କ ବଦଳିକୁ ନେଇ ତେଜିଲା ଅସନ୍ତୋଷ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ବବଡେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟର ଘଟଣା ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇଲେ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)