Masked Robbers Flee With ₹2 Lakh: ରାଜଧାନୀରେ ପୁଣି ଲୁଟ୍, ବ୍ୟାଙ୍କରୁ ଫେରୁଥିବା ମହିଳାଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ
ରାଜଧାନୀରେ ପୁଣି ମାତିଲେ ଲୁଟେରା।
ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ମହିଳାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ।
ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଘଟିଛି ଏହି ଲୁଟ୍ ଘଟଣା।
ସୂଚନା ଅନୁସାରେ, ମହିଳା ଜଣକ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଏକ ବାଇକ୍ ରେ ଆସିଥିଲେ ଦୁଇ ଦୁର୍ବୃତ୍ତ।
Advertisment ମୁଖା ପିନ୍ଧିଥିବା ଲୁଟେରାମାନେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ରାଜଧାନୀରେ ଝାମ୍ପିନେଲେ ୨ ଲକ୍ଷ ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବେଳେ ୨ ଲକ୍ଷ ଟଙ୍କା ଲୁଟ ବାଇକରେ ଆସି ବମିଖାଲରେ ମହିଳାଙ୍କ ଠାରୁ ଝାମ୍ପି ନେଇ ଚମ୍ପଟ୍ ମାରିଲେ ମୁଖା ପିନ୍ଧି ଆସିଥିଲେ, ଲକ୍ଷ୍ମୀସାଗର ଥାନା ପୋଲିସର ତଦନ୍ତ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
