Mumbai on Alert as Amitabh's Residence: ଅମିତାଭଙ୍କ ‘ଜଲସା’କୁ ବୋମା ଧମକ, ମୁମ୍ବାଇ ମେୟର ଅଫିସ୍ ଓ ମେଟ୍ରୋକୁ ଟାର୍ଗେଟ୍

Nov 26, 2026 - 16:41
Mumbai on Alert as Amitabh's Residence: ଅମିତାଭଙ୍କ ‘ଜଲସା’କୁ ବୋମା ଧମକ, ମୁମ୍ବାଇ ମେୟର ଅଫିସ୍ ଓ ମେଟ୍ରୋକୁ ଟାର୍ଗେଟ୍

ମୁମ୍ବାଇରେ ପୁଣି ଆତଙ୍କର ଛାୟା।

ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ବାସଭବନ 'ଜଲସା'କୁ ମିଳିଛି ତାଜା ବୋମା ଧମକ।

କେବଳ ଅମିତାଭଙ୍କ ଘର ନୁହେଁ, ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ସମେତ ସହରର ଅନ୍ୟ କିଛି ସ୍ଥାନକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।

ଏହାସହ ମୁମ୍ବାଇର ମେଟ୍ରୋ ରେଳ ନେଟୱର୍କକୁ ମଧ୍ୟ ଟାର୍ଗେଟ୍ କରାଯିବ ବୋଲି ଧମକପୂର୍ଣ୍ଣ ଇମେଲ୍‌ରେ ଉଲ୍ଲେଖ ରହିଛି।

ଘଟଣାକୁ ନେଇ ସହରରେ ସୁରକ୍ଷା ଚିନ୍ତା ବଢ଼ିଛି।

Advertisment ଗୁରୁବାର ଦିନ ଏହି ଧମକପୂର୍ଣ୍ଣ ଇମେଲ୍ ମିଳିଥିବା ଜଣାପଡ଼ିଛି।

ମୁମ୍ବାଇ ମେୟର ଋତୁ ତାୱଡେ ଏବଂ ବୃହନ୍‌ମୁମ୍ବାଇ ମହାନଗର ନିଗମ କମିଶନର ଅଶ୍ୱିନୀ ଭିଡେଙ୍କ ଇମେଲ୍ ଆଇଡିକୁ ଏହି ବାର୍ତ୍ତା ପଠାଯାଇଥିଲା।

BMC ମୁଖ୍ୟାଳୟରେ ଥିବା ମେୟରଙ୍କ କାର୍ଯ୍ୟାଳୟକୁ ମଧ୍ୟ ବିସ୍ଫୋରଣର ଧମକ ଦିଆଯାଇଛି।

ଏପରିକି ମୁମ୍ବାଇର ଏକ ମେଟ୍ରୋ ଷ୍ଟେସନରେ ବିସ୍ଫୋରଣ ଘଟିବ ବୋଲି ଇମେଲ୍‌ରେ ଦାବି କରାଯାଇଛି।

ଏହି ଧମକରେ ଆଉ ଏକ ବଡ଼ ଚେତାବନୀ ଦିଆଯାଇଛି।

ଆସନ୍ତା ଶୁକ୍ରବାର, ନଭେମ୍ବର ୨୭ରେ ମୁମ୍ବାଇରେ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କ କନ୍‌ସର୍ଟ ହେବାକୁ ଥିବାବେଳେ ସେଠାକୁ ନଯିବା ପାଇଁ ଲୋକଙ୍କୁ ଧମକ ଦେଇଛି ଇମେଲ୍ ପଠାଇଥିବା ବ୍ୟକ୍ତି।

ଏହି ଧମକ ପରେ କନ୍‌ସର୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି।

Advertisment ସବୁଠାରୁ ଚିନ୍ତାଜନକ କଥା ହେଉଛି, ଧମକପୂର୍ଣ୍ଣ ଇମେଲ୍‌ରେ ଖଲିସ୍ତାନ ପ୍ରସଙ୍ଗ ସହ ୧୯୮୪ ମସିହାର ଶିଖ୍ ବିରୋଧୀ ହିଂସାକାଣ୍ଡର ଉଲ୍ଲେଖ ରହିଛି।

ଏଥିରେ 'ବବର ଖାଲସା ' ଏବଂ 'ଖଲିସ୍ତାନ ନ୍ୟାସନାଲ୍ ଆର୍ମି' ଭଳି ସଂଗଠନର ନାଁ ମଧ୍ୟ ଉଲ୍ଲେଖ କରାଯାଇଛି।

ତେବେ ଏହି ସଂଗଠନଗୁଡ଼ିକର ପ୍ରକୃତ ସମ୍ପୃକ୍ତି ନେଇ କୌଣସି ନିଶ୍ଚିତ ତଥ୍ୟ ସାମ୍ନାକୁ ଆସିନାହିଁ।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୬ ହେଉଛି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୮ତମ ବାର୍ଷିକୀ।

ଠିକ୍ ଏହି ଦିନରେ ସହରର ପ୍ରମୁଖ ସ୍ଥାନଗୁଡ଼ିକୁ ନେଇ ଏଭଳି ଧମକ ମିଳିବା ଘଟଣାକୁ ଆହୁରି ସମ୍ବେଦନଶୀଳ କରିଛି।

ପୂର୍ବରୁ ମଧ୍ୟ ଅମିତାଭଙ୍କ 'ଜଲସା' ଏବଂ BMC ମୁଖ୍ୟାଳୟକୁ ନେଇ ଏକାଧିକ ଥର ଧମକପୂର୍ଣ୍ଣ ଇମେଲ୍ ଆସିଥିବା ଜଣାପଡ଼ିଛି।

ତେବେ ଏହି ଧମକ ପଛରେ କିଏ ଅଛି ଏବଂ ଏହା କେତେ ଗୁରୁତର, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ବର୍ତ୍ତମାନ ଅମିତାଭଙ୍କ ବାସଭବନଠାରୁ ଆରମ୍ଭ କରି ମେଟ୍ରୋ ଓ ମେୟରଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସୁରକ୍ଷାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)