Saudi Arabia: ୟେମେନର ହୋଦେଇଦା ବନ୍ଦର ସହର ଉପରେ ସାଉଦି ବାୟୁସେନାର ଘନଘନ ବିମାନ
ରିୟାଦ/ସାନା: ୟେମେନର ଲୋହିତ ସାଗର ଉପକୂଳବର୍ତ୍ତୀ ପ୍ରମୁଖ ବନ୍ଦର ସହର ହୋଦେଇଦା ଉପରେ ଶନିବାର ସନ୍ଧ୍ୟାରେ ସାଉଦି ଆରବର ଯୁଦ୍ଧବିମାନଗୁଡ଼ିକ ଘନଘନ ବିମାନ ଆକ୍ରମଣ କରିଛି।
ହୁତି ବିଦ୍ରୋହୀ ଙ୍କ ଦ୍ୱାରା ପରିଚାଳିତ ''ଅଲ୍-ମାସିରା'' ଟେଲିଭିଜନ ପକ୍ଷରୁ ଏହି ସୂଚନା ଦିଆଯିବା ସହ ଏହାକୁ ସାଉଦି ଆକ୍ରମଣ ବୋଲି କୁହାଯାଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଆକାଶମାର୍ଗରେ ଯୁଦ୍ଧବିମାନଗୁଡ଼ିକ ପଇଁତରା ମାରୁଥିବା ବେଳେ ସହରରେ ପାଞ୍ଚୋଟିରୁ ଅଧିକ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା।
ତେବେ ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି କିମ୍ବା ମୃତାହତ ଙ୍କ ସମ୍ପର୍କରେ କୌଣସି ସବିଶେଷ ତଥ୍ୟ ପ୍ରଦାନ କରାଯାଇନାହିଁ।
Advertisment ୭୧ ଥର ଆକ୍ରମଣ ଅନ୍ୟପକ୍ଷରେ, ହୁତି ସାମରିକ ମୁଖପାତ୍ର ୟାହିଆ ସାରିଆ ''ଏକ୍ସ'' ରେ ଏକ ବିବୃତ୍ତି ଜାରି କରି ଦାବି କରିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ସାଉଦି ଯୁଦ୍ଧବିମାନ ଏବଂ କ୍ଷେପଣାସ୍ତ୍ର ଜରିଆରେ ୟେମେନର ଆଠଟି ପ୍ରଦେଶରେ ମୋଟ ୭୧ ଥର ଆକ୍ରମଣ କରାଯାଇଛି, ଯେଉଁଥିରେ ଅନେକ ଲୋକ ମୃତାହତ ହୋଇଛନ୍ତି।
ନୂତନ ସାମରିକ ଉତ୍ତେଜନା ଆରମ୍ଭ ହେବା ପରଠାରୁ ସାଉଦି ଆରବ ପକ୍ଷରୁ ୟେମେନ ଉପରେ ମୋଟ ୫,୫୦୦ ଥର ବିମାନ ଓ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇସାରିଥିବା ସେ ଅଭିଯୋଗ କରିଛନ୍ତି।
ତିନୋଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ ସେପଟେ ସାଉଦି ନେତୃତ୍ୱାଧୀନ ସାମରିକ ମେଣ୍ଟର ମୁଖପାତ୍ର ତୁର୍କୀ ଅଲ୍-ମାଲିକି ଶନିବାର ସୂଚନା ଦେଇଛନ୍ତି ଯେ, ହୁତି ଗୋଷ୍ଠୀ ପକ୍ଷରୁ ସାଉଦି ରାଜଧାନୀ ରିୟାଦ ଅଞ୍ଚଳକୁ ଲକ୍ଷ୍ୟ କରି ପଠାଯାଇଥିବା ଏକ ଡ୍ରୋନକୁ ମେଣ୍ଟ ବାହିନୀ ଆକାଶମାର୍ଗରେ ଧ୍ୱଂସ କରିଦେଇଛି।
ଏହା ପୂର୍ବରୁ ଶନିବାର ଦିନ ରିୟାଦ ଆଡ଼କୁ ନିକ୍ଷେପ କରାଯାଇଥିବା ତିନୋଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଦେଶର ଦକ୍ଷିଣାଞ୍ଚଳ ଅଭିମୁଖେ ପଠାଯାଇଥିବା ଅନ୍ୟ ଏକ ଡ୍ରୋନକୁ ମଧ୍ୟ ସାଉଦି ବାୟୁସେନା ପ୍ରତିହତ କରିଥିଲା।
Agniveer Rules Relaxed: : ଅଗ୍ନିବୀର କରିପାରିବେ ବିବାହ: କୋହଳ ହେଲା ନିୟମ ସୂଚନାଯୋଗ୍ୟ ଯେ, ୨୦୧୪ ମସିହା ଶେଷ ଭାଗରେ ହୁତି ବିଦ୍ରୋହୀମାନେ ୟେମେନର ରାଜଧାନୀ ସାନା ସମେତ ଉତ୍ତରାଞ୍ଚଳର ଅଧିକାଂଶ ଅଞ୍ଚଳ ଦଖଲ କରିବା ପରଠାରୁ ଦେଶରେ ଗୃହଯୁଦ୍ଧ ଲାଗି ରହିଛି।
ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ୟେମେନ ସରକାରଙ୍କ ସମର୍ଥନରେ ୨୦୧୫ ମସିହାରୁ ସାଉଦି ନେତୃତ୍ୱାଧୀନ ମେଣ୍ଟ ସେଠାରେ ସାମରିକ ହସ୍ତକ୍ଷେପ ଜାରି ରଖିଛି।
ନିକଟ ଅତୀତରେ ହୁତି ଗୋଷ୍ଠୀ ସାଉଦି ବିମାନବନ୍ଦର ଓ ତୈଳ ପ୍ରତିଷ୍ଠାନଗୁଡ଼ିକ ଉପରେ ବାରମ୍ବାର ଆକ୍ରମଣ ଦାବି କରୁଥିବା ବେଳେ ସାଉଦି ମେଣ୍ଟ ପକ୍ଷରୁ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
