Title: ନବଗୁଞ୍ଜର ହେଲା ‘ନବରୂପ’, ଆଗକୁ ବଦଳିବ ଏହି ଦୁଇ ଓଡ଼ିଆ ଫିଲ୍ମର ଟାଇଟଲ୍

Nov 22, 2026 - 15:28
Title: ନବଗୁଞ୍ଜର ହେଲା ‘ନବରୂପ’, ଆଗକୁ ବଦଳିବ ଏହି ଦୁଇ ଓଡ଼ିଆ ଫିଲ୍ମର ଟାଇଟଲ୍

ଭୁବନେଶ୍ବର: ବାବୁସାନ୍‌ଙ୍କ ଅଭିନୀତ 'ନବଗୁଞ୍ଜର' ହେଲା 'ନବରୂପ'।

ଠିକ୍ ସେହିପରି ଏବେ ଆଗକୁ ବଦଳିବ ଦୁଇଟି ଓଡ଼ିଆ ଫିଲ୍ମର ଟାଇଟଲ୍।

ପ୍ରଥମେ ଗୋଟିଏ ଟାଇଟଲ୍ ଦିଆଯାଇଥାଏ, ହେଲେ ରିଲିଜ୍ ବେଳକୁ ତାର ଟାଇଟଲ୍ ବଦଳିଯାଇଥାଏ।

ଏଭଳି ଘଟଣା ଓଲିଉଡ ପାଇଁ କିଛି ନୂଆ ନୁହେଁ।

ଅବଶ୍ୟ କାରଣ ଭିନ୍ନ ଭିନ୍ନ।

Advertisment ଏବେ ଆସନ୍ତୁ ଜାଣିବା କେଉଁ ଦୁଇ ଓଡ଼ିଆ ଛବିର ଟାଇଟଲ୍ ବଦଳିବ।

ପ୍ରଥମଟି ହେଲା 'ସୁନା ଚଢ଼େଇ'।

୧୯୮୮ର ସୁପରଡୁପର ହିଟ୍ 'ସୁନା ଚଢ଼େଇ'ର କାହାଣୀ ଆଧାରିତ ବୋଲି କୁହାଯାଉଥିବା ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଓଲିଉଡର ଆଗଧାଡ଼ିର ନିର୍ଦ୍ଦେଶକ ରମେଶ ରାଉତ।

ପୁରୁଣା 'ସୁନା ଚଢ଼େଇ'ର ନିର୍ମାତା ଥିଲେ କେଶବ ରାଉତ ଓ ନିର୍ଦ୍ଦେଶନା ଦେଇଥିଲେ ହିଟ୍ ମେକର୍ ରବି କିନ୍ନାଗୀ।

ଏଥିରେ ଉତ୍ତମ ମହାନ୍ତି, ଅର୍ଚ୍ଚନା ଜୋଗଲେନିର୍, ବିଜୟ ମହାନ୍ତି, ଦେବୁ ବୋଷ, ଅନିତା ଦାସ, ଜୟୀ, ରୁନୁ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ହେଲେ ନୂଆ 'ସୁନା ଚଢ଼େଇ'ରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିଷେକ ପଣ୍ଡା, ଶିବାନୀ, ଶୁଭାଶିଷ (ମଣ୍ଟୁ), ପ୍ରଦ୍ୟୁମ୍ନ ଲେଙ୍କା ଓ ନମ୍ରତା ଦାସ ପ୍ରମୁଖ କଳାକାର।

ପୁରୁଣା 'ସୁନା ଚଢ଼େଇ'ର ସଂଗୀତକାର ଥିଲେ ଅକ୍ଷୟ ମହାନ୍ତି।

ଆଉ ନୂଆର ସଂଗୀତ ନିର୍ଦ୍ଦେଶକ ହେଲେ ବୈଦ୍ୟନାଥ ଦାଶ।

କିନ୍ତୁ ଏହାର ନୂଆ ଟାଇଟଲ୍ କ'ଣ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। asiba bara tora heba to bahaghara Photograph: (sambad.in) 'ଆସିବ ବର ତୋର ହେବ ତୋ' ବାହାଘର' ଏଣେ ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ଓଡ଼ିଆ ଛବି 'ଆଶିକ୍ ଦିୱାନା' ।

ଏହାର ଟାଇଟଲ୍ ବି ବଦଳିବ ବୋଲି ଜଣାଯାଇଛି।

ଏହାର ନୂଆ ଟାଇଟଲ୍ ହେବ 'ଆସିବ ବର ତୋର ହେବ ତୋ' ବାହାଘର'।

ନାହିଁ।

ଏଥିରେ ଦୀପକ, ରୀୟା, ପ୍ରିୟଙ୍କା ପାଣିଗ୍ରାହୀ ନାୟକ , ନାୟିକା ଭୂମିକାରେ ଅଛନ୍ତି।

'ରସିକ ନାଗର', ଧୀରେ ଧୀରେ ପ୍ରେମ ହେଲା, ହିରୋ ଏକ ପ୍ରେମ କଥା, କ୍ରମିନାଲ୍, ହରି ଓମ୍ ହରି, ଧର୍ମ-ଦି ଫାଇଟର୍, ଟାଇଗର୍, ତୁ ଥିଲେ ମୋ ଡର କାହାକୁ, ମେଣ୍ଟାଲ୍, ଦିଲକା ରାଜା, ତୁ ମୋ ହିରୋ, ଲେଖିଛି ନାଆଁ ତୋର, ତୁ ମୋ ସୁନା ଚଢ଼େଇ, ଓମ୍ ସ୍ବାହା , 'ଲାଗେ ପ୍ରେମ ନଜର' ଓ 'ଶମ୍ଭୁ' ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିବା ଏସ ଦିଲୀପ ପଣ୍ଡା ଏହାର ନିର୍ଦ୍ଦେଶକ।

ଏହି ସିନେମା ଜରିଆରେ 'ତୁ ମୋ' ଆଖିର ତାରା', 'ଦେ ମା ଶକ୍ତି ଦେ', 'ଦିଓ୍ବାନା ଦିଓ୍ବାନୀ', 'ତୁ ମୋ ଡ୍ରିମଗାର୍ଲ' ଓ 'ଆଶିକ୍' ସମେତ ଛଅଟି ଓଡ଼ିଆ ଛବିର ନିର୍ମାତା ପ୍ରମୋଦ ସ୍ବାଇଁ ଏହାର ପ୍ରଯୋଜନା କରିଛନ୍ତି।

ଡକ୍ଟର ରଜନୀ ରଂଜନ ଏହାର ଚିତ୍ରନାଟ୍ୟକାର ଓ ସଂଳାପକାର।

ଦେଖାଯାଉ ଏହି ଦୁଇ ଓଡ଼ିଆ ଛବି କେବେ ମୁକ୍ତିଲାଭ କରୁଛି!

Actress: ରାଜଧାନୀରେ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ କରିଲେ ଜଣାଶୁଣା ଅଭିନେତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)