Sarpanch resigns from post: ଅଙ୍ଗନବାଡ଼ି କର୍ମୀ ଚାକିରି ପାଇଁ ସରପଞ୍ଚ ପଦ ଛାଡ଼ିଲେ: ନିଯୁକ୍ତିର ମାସକ ପରେ ବହିଷ୍କାର ନୋଟିସ୍‌

Nov 26, 2026 - 06:14
Sarpanch resigns from post: ଅଙ୍ଗନବାଡ଼ି କର୍ମୀ ଚାକିରି ପାଇଁ ସରପଞ୍ଚ ପଦ ଛାଡ଼ିଲେ: ନିଯୁକ୍ତିର ମାସକ ପରେ ବହିଷ୍କାର ନୋଟିସ୍‌

ପାଳଲହଡ଼ା: ସରକାରୀ ବିଜ୍ଞପ୍ତିକୁ ଭରସା କରି ସରପଞ୍ଚ ପଦରୁ ଇସ୍ତଫା ଦେଲେ।

ନିୟମ ଅନୁଯାୟୀ ଆବେଦନ କରି ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ମଧ୍ୟ ପାଇଲେ।

ଏମିତିକି ମାସେ କାର୍ଯ୍ୟ କରି ଦରମା ମଧ୍ୟ ପାଇଲେ।

କିନ୍ତୁ, ହଠାତ୍ ଆସିଲା ବହିଷ୍କାର ନୋଟିସ୍‌।

ନୋଟିସ୍‌ରେ ବହିଷ୍କାରର କାରଣ ମଧ୍ୟ ସ୍ପଷ୍ଟ ଉଲ୍ଲେଖ ନାହିଁ।

ଏବେ ନ୍ୟାୟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ସରପଞ୍ଚ ଫୁଲନ ପାତ୍ର।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାଳଲହଡ଼ା ବ୍ଲକ୍ ନମପଶି ପଞ୍ଚାୟତର ଜମରା ଗାଁରେ।

Advertisment Horoscope 2026 November 26: ଜାଣନ୍ତୁ ଆଜିର ରାଶିଫଳ ...

ପାଳଲହଡ଼ା ବ୍ଲକ୍ ନମପଶି ପଞ୍ଚାୟତ ଅନ୍ତର୍ଗତ ଜମରା ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ପଦ ଖାଲି ପଡ଼ିବା ପରେ ୨୨ ମେ ୨୦୨୬ରେ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ନୂତନ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ବିଜ୍ଞପ୍ତି ଅନୁଯାୟୀ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ମହିଳାମାନେ ଆବେଦନ କରିପାରିବେ ବୋଲି ଉଲ୍ଲେଖ ଥିଲା।

ଏହି ବିଜ୍ଞପ୍ତି ଆଧାରରେ ନମପଶି ପଞ୍ଚାୟତର ଅନୁସୂଚିତ ଜାତି ବର୍ଗର ମହିଳା ସରପଞ୍ଚ ଫୁଲନ ପାତ୍ର ଆବେଦନ କରିଥିଲେ।

ଚୟନ ପ୍ରକ୍ରିୟାରେ ପ୍ରଥମ ସ୍ଥାନରେ ରହିବା ପରେ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ପାଇ ସେ ୫ ସେପ୍ଟେମ୍ବର ୨୦୨୬ରେ ସରପଞ୍ଚ ପଦରୁ ଇସ୍ତଫା ଦେଇଥିଲେ।

୭ ସେପ୍ଟେମ୍ବରରେ ତାଙ୍କ ଇସ୍ତଫା ଗ୍ରହଣ ହୋଇଥିଲା।

୧୧ ସେପ୍ଟେମ୍ବରରେ ତାଙ୍କୁ ଜମରା ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ମିଳିଥିଲା।

ହେଲେ, ୧୬ ନଭେମ୍ବରରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ନେଇ ନୋଟିସ୍‌ ଦିଆଯାଇଥିଲା।

ନୋଟିସ୍‌ରେ ବହିଷ୍କାରର ସ୍ପଷ୍ଟ କାରଣ ଉଲ୍ଲେଖ ନଥିବା ଅଭିଯୋଗ କରିଛନ୍ତି ଫୁଲନ।

ନ୍ୟାୟ ଦାବି କଲେ ପୂର୍ବତନ ସରପଞ୍ଚ ଫୁଲନ ଅଧିକାରୀଙ୍କ ଅବହେଳାକୁ ଦାୟୀ କଲେ Nayagarh group clash: ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ; ୨୫ରୁ ଊର୍ଦ୍ଧ୍ବ ଆହତ ଅନ୍ୟପଟେ ୭ ନଭେମ୍ବର ୨୦୨୬ରେ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ପୁଣି ଥରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥର ଜମରା 'ମାଡା' ଅଞ୍ଚଳ ଅନ୍ତର୍ଗତ ହୋଇଥିବାରୁ କେବଳ ଅନୁସୂଚିତ ଜନଜାତି ବର୍ଗର ମହିଳାମାନେ ଆବେଦନ କରିପାରିବେ ବୋଲି କୁହାଯାଇଛି।

ପାଳଲହଡ଼ା ସିଡିପିଓ ବିଜୟଲକ୍ଷ୍ମୀ ମହାନ୍ତଙ୍କ କହିବା ଅନୁଯାୟୀ, କାର୍ଯ୍ୟାଳୟରେ ପୂର୍ବରୁ ଏ ସମ୍ପର୍କିତ ଗେଜେଟ୍ ନୋଟିଫିକେସନ୍‌ ଉପଲବ୍‌ଧ ନଥିଲା।

ଜିଲ୍ଲାପାଳଙ୍କ ଆଦେଶ ପରେ ଜମରା ଅଞ୍ଚଳ ପିବିଡିଏ ଅଧୀନସ୍ଥ 'ମାଡ଼ା' ଅଞ୍ଚଳ ବୋଲି ଜଣାପଡ଼ିଥିଲା।

ତେଣୁ ପୂର୍ବରୁ ନିଯୁକ୍ତ ଫୁଲନ ପାତ୍ରଙ୍କୁ ବହିଷ୍କାର କରାଯାଇ ପୁନର୍ବାର ନୂତନ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏହି ଘଟଣାରେ ନିଜର କ୍ଷୋଭ ପ୍ରକାଶ କରି ଫୁଲନ କହିଛନ୍ତି, ସରକାରୀ ବିଜ୍ଞପ୍ତି ଆଧାରରେ ସେ ଆବେଦନ କରିଥିଲେ ଏବଂ ନିଯୁକ୍ତି ମଧ୍ୟ ପାଇଥିଲେ।

ଚାକିରି ପାଇଁ ସରପଞ୍ଚ ପଦରୁ ଇସ୍ତଫା ଦେଇଥିଲେ।

ଯଦି ଅଞ୍ଚଳର ନିଯୁକ୍ତି ନିୟମ ସମ୍ପର୍କରେ ସରକାରୀ ଅଧିକାରୀଙ୍କ ପାଖରେ ଠିକ୍ ତଥ୍ୟ ନଥିଲା, ତେବେ ତଦନ୍ତ ନକରି କାହିଁକି ବିଜ୍ଞପ୍ତି ପ୍ରକାଶ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଅଧିକାରୀଙ୍କ ଅବହେଳା ପାଇଁ ତାଙ୍କ ସରପଞ୍ଚ ପଦ ଓ ଅଙ୍ଗନବାଡ଼ି ଚାକିରି ଉଭୟ ହାତଛଡ଼ା ହୋଇଥିବା ଅଭିଯୋଗ କରିବା ସହ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)