FIR: ସ୍କୁଲରେ ପଶି ଟଙ୍କା ଓ କାଗଜପତ୍ର ଚୋରି ଘଟଣା: ବିଜେପି ନେତାଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା
ରାଉରକେଲା: ଛେଣ୍ଡ କଳିଙ୍ଗ ବିହାର କୋଅପରେଟିଭ୍ କଲୋନିରେ ଥିବା ସାଇ ଶିଶୁ ମନ୍ଦିରରେ ତାଲା ଭାଙ୍ଗି ଚୋରି ନେଇ ମାମଲା ରୁଜୁ ହୋଇଛି।
ମୋଟ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଜଣେ ବିଜେପିର ନେତାଙ୍କ ନାଁ ମଧ୍ୟ ରହିଛି।
ସ୍କୁଲରୁ ଟଙ୍କା ଓ କାଗଜପତ୍ର ଚୋରି କରିବା ସହ ସ୍କୁଲ ଜବରଦଖଲ କରିବାକୁ ଚେଷ୍ଟା କରାଯାଇଥିବା ସ୍କୁଲ ସଭାପତି ଜୟନ୍ତୀ ଦାସ କହିଛନ୍ତି।
ଏହାସହ ତାଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ମଧ୍ୟ କରାଯାଇଥିବା ନେଇ ମଧ୍ୟ ମାମଲା ରୁଜୁ ହୋଇଛି।
Advertisment ଆଶ୍ଚର୍ଯ୍ୟର ବିଷୟ ହେଉଛି ୯ ଥର ଛେଣ୍ଡ ଥାନାର ଆଶ୍ରୟ ନେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ।
ଶେଷରେ କଟକରେ ଏଡିଜିପି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭେଟିବା ପରେ ରାଉରାକେଲା ପୁଲିସ ମାମଲା ରୁଜୁ କରିଛି।
ସୂଚନାନୁଯାୟୀ, ଜୟନ୍ତୀ ଦାସ ଦୀର୍ଘ ୩ ବର୍ଷ ହେଲା କଳିଙ୍ଗ ବିହାର କୋଅପରେଟିଭ୍ କଲୋନିରେ ଥିବା ସାଇ ଶିଶୁ ମନ୍ଦିର ଚଳାଉଛନ୍ତି।
ପୂର୍ବରୁ ସେହି ସ୍ଥାନରେ ଏକ ସ୍କୁଲ ଥିବା କହି କିଛି ବ୍ୟକ୍ତି ତାଙ୍କୁ ଡରାଇ ଜାଗା ଖାଲି କରିବାକୁ ଧମକ ଦେଇଥିଲେ।
ଜୟନ୍ତୀଙ୍କ ଅଭିଯୋଗ ଅନୁଯାୟୀ, ସନ୍ତୋଷ ବିଶ୍ବାଳ ନାମକ ଯୁବକଙ୍କ ଇଙ୍ଗିତରେ ସ୍କୁଲ୍ ଆଖପାଖରେ ରହୁଥିବା ପ୍ରଫୁଲ ପ୍ରଧାନ, ଶାନ୍ତିମନ ଭଞ୍ଜ, କୁମୁଦ ସାହୁ, କମଳାକାନ୍ତ ନାୟକ, ବସନ୍ତ ସାମଲ, ଛଗନଲାଲ ଜେନା ଓ ତାଙ୍କ ପୁଅ ଜୁନ୍ ୫ ତାରିଖରେ ସକାଳ ୧୦ଟା ୨୦ରେ ସ୍କୁଲରେ ପ୍ରବେଶ କରିବା ସହ ଅଫିସ ତାଲା ଭାଙ୍ଗି ପ୍ରାୟ ୮୦ ହଜାର ଟଙ୍କା ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଚୋରି କରିଥିଲେ।
ସ୍କୁଲକୁ ଜବରଦଖଲ କରିବାକୁ ପାଇଁ ସବୁଠି ତାଲା ପକାଇ ଦେଇଥିଲେ।
Theft: ତାଲା ଭାଙ୍ଗି ବ୍ୟବସାୟୀଙ୍କ ଘରେ କଳା ବୁଲାଇଲା ଚୋର, ଲକ୍ଷାଧିକ ନଗଦ ଟଙ୍କା ସହ ସୁନା-ରୁପା ଲୁଟ୍ ଏନେଇ ଛେଣ୍ଡ ଥାନାରେ ଜଣାଇବା ସତ୍ତ୍ବେ ଅଭିଯୋଗ ଗ୍ରହଣ କରିବା ପରିବର୍ତ୍ତେ ଅପୋସ ବୁଝାମଣା କରିବାକୁ ବାଧ୍ୟ କରାଯାଇଥିଲା।
ଏହାସହ ପରିବାରକୁ ମରିଦେବାକୁ ଧମକ ମଧ୍ୟ ଦିଆଯାଇଥିଲା।
ଏମିକି କି ଅକ୍ଟୋବର ୯ ତାରିଖରେ ଶାନ୍ତିମନ ଭଞ୍ଜ, ବସନ୍ତ ସାମଲ, ପ୍ରଫୁଲ ପ୍ରଧାନ ଓ ତାଙ୍କ ପୁଅ ମିଶି ଜୟନ୍ତୀଙ୍କ ସ୍ବାମୀ ଶ୍ୟାମ ସୁନ୍ଦର ଦାସଙ୍କୁ ପିଟାମରା କରିଥିଲେ।
ଏନେଇ ୨ଟି ପୃଥକପୃଥକ ମାମଲା ରୁଜୁ ହୋଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଶ୍ରୀମତୀ ଦାସ ଅଭିଯୋଗ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
