Gold Price: ସୁନା-ରୁପା ଦରରେ ବଡ଼ ହ୍ରାସ! ରେକର୍ଡ ସ୍ତରରୁ ୭୨ ହଜାର ଶସ୍ତା ହେଲା ସୁନା

Nov 22, 2026 - 15:44
Gold Price: ସୁନା-ରୁପା ଦରରେ ବଡ଼ ହ୍ରାସ! ରେକର୍ଡ ସ୍ତରରୁ ୭୨ ହଜାର ଶସ୍ତା ହେଲା ସୁନା

ବିବାହ ଋତୁ ଓ ପାର୍ବଣ ସମୟରେ ସୁନା ଓ ରୁପା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର।

ଦେଶରେ ଉଭୟ ମୂଲ୍ୟବାନ ଧାତୁର ଦରରେ ଲଗାତାର ହ୍ରାସ ଦେଖାଦେଇଛି।

ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ଠାରୁ ଆରମ୍ଭ କରି ଘରୋଇ ବଜାର ପର୍ଯ୍ୟନ୍ତ ସୁନା ଓ ରୁପାର ଦର ଖସିଛି।

ରିପୋର୍ଟ ଅନୁସାରେ, ରୁପା ନିଜର ସର୍ବୋଚ୍ଚ ଦରଠାରୁ କିଲୋ ପିଛା ୨.୭୧ ଲକ୍ଷ ଟଙ୍କାରୁ ଅଧିକ ଶସ୍ତା ହୋଇଥିବା ବେଳେ ୧୦ ଗ୍ରାମ ସୁନା ଦର ୭୨ ହଜାର ଟଙ୍କାରୁ ଅଧିକ କମିଛି।

Advertisment ସୁନା ଓ ରୁପା ଦରରେ ବଡ଼ ହ୍ରାସ ଗତ ସପ୍ତାହର ମାତ୍ର ପାଞ୍ଚଟି କାରବାର ଦିନରେ ସୁନା ଓ ରୁପା ଦରରେ ବଡ଼ ହ୍ରାସ ହୋଇଛି।

ଡିସେମ୍ବର ୪ରେ ଏକ୍ସପାୟର ହେବାକୁ ଥିବା ରୁପା ଦର କିଲୋ ପିଛା ୧,୭୬,୩୦୯ ଟଙ୍କାରୁ ଖସି ୧,୪୮,୯୦୦ ଟଙ୍କାରେ ପହଞ୍ଚିଛି।

ଅର୍ଥାତ୍‌ ଏହି ସମୟ ମଧ୍ୟରେ ରୁପା କିଲୋ ପିଛା ୨୭,୪୦୯ ଟଙ୍କା ଶସ୍ତା ହୋଇଛି।

ସେହିପରି ଡିସେମ୍ବର ଏକ୍ସପାୟରି ସୁନା ଦର ୧୦ ଗ୍ରାମ ପିଛା ୧,୩୬,୭୦୫ ଟଙ୍କାରୁ ହ୍ରାସ ପାଇ ୧,୨୧,୯୪୯ ଟଙ୍କା ହୋଇଛି।

ଶସ୍ତା ହୋଇଛି ସୁନା-ରୁପା ରୁପା ଦରରେ ହ୍ରାସର ପରିମାଣ ଦେଖିଲେ ଏହାର ପ୍ରଭାବ ଆହୁରି ସ୍ପଷ୍ଟ ହେଉଛି।

ଅକ୍ଟୋବର ମାସର ଶେଷ କାରବାର ଦିନ ଏମସିଏକ୍ସରେ ରୁପା କିଲୋ ପିଛା ୧,୭୯,୧୩୨ ଟଙ୍କା ଥିଲା।

ନଭେମ୍ବର ୨୧ ସୁଦ୍ଧା ଏହା ୧,୪୮,୯୦୦ ଟଙ୍କାକୁ ଖସି ଆସିଛି।

ତେବେ ଏହାର ସର୍ବୋଚ୍ଚ ଦର ୪,୨୦,୦୪୮ ଟଙ୍କା ସହ ତୁଳନା କଲେ ରୁପା କିଲୋ ପିଛା ୨,୭୧,୧୪୮ ଟଙ୍କା ଶସ୍ତା ହୋଇଛି।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରୁପା ଦର ହ୍ରାସ ପାଇଛି।

ଜାନୁଆରୀ ୨୯ରେ ପ୍ରତି ଔନ୍ସ ୧୨୧.୭୮୫ ଡଲାରର ରେକର୍ଡ ସ୍ତରରୁ ଖସି ନଭେମ୍ବର ୧୯ରେ ୪୪.୦୨୫ ଡଲାରରେ ପହଞ୍ଚିଥିଲା।

କେବଳ ରୁପା ନୁହେଁ, ସୁନା ଦରରେ ମଧ୍ୟ ବଡ଼ ହ୍ରାସ ହୋଇଛି।

ନଭେମ୍ବର ମାସ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧୬,୫୩୬ ଟଙ୍କା କମିଛି।

ଏମସିଏକ୍ସରେ ସୁନାର ସର୍ବକାଳୀନ ସର୍ବୋଚ୍ଚ ଦର ୧.୯୩ ଲକ୍ଷ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାଠାରୁ ୧୦ ଗ୍ରାମ ପିଛା ୭୨ ହଜାର ଟଙ୍କାରୁ ଅଧିକ ଶସ୍ତା ହୋଇଛି।

ନଭେମ୍ବର ୨୧ରେ ଖୁଚୁରା ବଜାରରେ ୨୪ କ୍ୟାରେଟ୍‌ ସୁନାର ଦର ୧୦ ଗ୍ରାମ ପିଛା ପ୍ରାୟ ୧,୨୫,୦୮୦ ଟଙ୍କା ଥିବା ରିପୋର୍ଟ ହୋଇଥିଲା।

ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ବଜାର ବିଶେଷଜ୍ଞଙ୍କ ମତରେ, ଅନ୍ତର୍ଜାତୀୟ ବଜାରରେ ଡଲାରର ମଜବୁତ ସ୍ଥିତି, ଆମେରିକାର ଫେଡେରାଲ୍‌ ରିଜର୍ଭ ର ସୁଧହାର ସମ୍ପର୍କିତ ଆଶା ଏବଂ ବିଶ୍ୱ ଅର୍ଥନୈତିକ ପରିସ୍ଥିତି ମୂଲ୍ୟବାନ ଧାତୁର ଦରକୁ ପ୍ରଭାବିତ କରୁଛି।

ନିବେଶକଙ୍କ ମନୋଭାବରେ ପରିବର୍ତ୍ତନ ହେବା ସହ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପାର ଚାହିଦା ଏବଂ କାରବାର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି।

ତେବେ ଆଗକୁ ଏହି ଦର କେଉଁ ଦିଗକୁ ଯିବ, ତାହା ବିଶ୍ୱ ବଜାରର ପରିସ୍ଥିତି ଉପରେ ନିର୍ଭର କରିବ।

Loan-to-deposit ratio: ଋଣ-ଜମା ଅନୁପାତ ବଢ଼ାଅ: ୧୮୫ତମ ଏସ୍‌ଏଲ୍‌ବିସି ବୈଠକରେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ସୁନା ଓ ରୁପା ଦର କମିଥିବାରୁ ଗହଣା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ ଏହା ଆଶ୍ୱସ୍ତିକର ଖବର ହୋଇପାରେ।

କିନ୍ତୁ ନିବେଶକଙ୍କ ପାଇଁ ଏହି ହ୍ରାସ ଚିନ୍ତାର କାରଣ ପାଲଟିଛି।

ମନେ ରଖିବା ଜରୁରୀ ଯେ, ଏମସିଏକ୍ସ ଦର ଓ ଖୁଚୁରା ବଜାରର ଗହଣା ଦର ଏକା ନୁହେଁ।

ସହର ଅନୁସାରେ ମଧ୍ୟ ଦରରେ ପାର୍ଥକ୍ୟ ରହିପାରେ।

ଏହା ସହିତ ଜିଏସଟି, ମେକିଂ ଚାର୍ଜ ଓ ଅନ୍ୟାନ୍ୟ ଶୁଳ୍କ ଯୋଡ଼ି ହେବା ପରେ ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିପାରେ।

ତେଣୁ କିଣିବା ପୂର୍ବରୁ ସ୍ଥାନୀୟ ଜୁଏଲର୍ସଙ୍କଠାରୁ ଦର ଯାଞ୍ଚ କରିବା ଉଚିତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)