National Scientific Conference: ହୋମିଓପାଥିକ ଜାତୀୟ ବୈଜ୍ଞାନିକ ସମ୍ମିଳନୀ: ‘ପ୍ରଶ୍ନ କରିବାର ଅଭ୍ୟାସ, ଶିଖିବା ବନ୍ଦ କରନାହିଁ’

Nov 26, 2026 - 04:35
National Scientific Conference: ହୋମିଓପାଥିକ ଜାତୀୟ ବୈଜ୍ଞାନିକ ସମ୍ମିଳନୀ: ‘ପ୍ରଶ୍ନ କରିବାର ଅଭ୍ୟାସ, ଶିଖିବା ବନ୍ଦ କରନାହିଁ’

ଭୁବନେଶ୍ବର: ଦେଶର ବିବିଧ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ହୋମିଓପାଥିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି।

ଦୀର୍ଘ ବର୍ଷ ଧରି ଦେଶରେ ଏହାର ଏକ ସଂସ୍ଥାଗତ ଉପସ୍ଥିତି ଗଢ଼ି ଉଠିଛି।

ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟସେବା କେନ୍ଦ୍ର ମାଧ୍ୟମରେ ଏହା ଲୋକଙ୍କ ପାଖରେ ପହଞ୍ଚିପାରିଛି।

ହେଲେ ଭବିଷ୍ୟତରେ ହୋମିଓପାଥିର ବିଶ୍ୱସନୀୟତା ଓ ଶୈକ୍ଷିକ ସ୍ଥିତି ଏହାର ଗବେଷଣାଗତ ବୈଜ୍ଞାନିକ ବିଶ୍ୱସନୀୟତା ଏବଂ ଏହା ଦ୍ୱାରା ସୃଷ୍ଟି ହେଉଥିବା ପ୍ରମାଣର ଗୁଣବତ୍ତା ଉପରେ ନିର୍ଭର କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment Demad: ଏକାଧିକ ଦାବି ନେଇ ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ ଭୁବନେଶ୍ବରସ୍ଥିତ ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜରେ ଆୟୋଜିତ ହୋମିଓପାଥିକ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି କହିଲେ, ହୋମିଓପାଥିର ବିକାଶ ସହିତ ବୈଜ୍ଞାନିକ ଅନୁସନ୍ଧାନ, ଶିକ୍ଷାଗତ ଉତ୍କର୍ଷ ଓ ପେସାଦାର ଦାୟିତ୍ୱ ପ୍ରତି ଏକ ଅଟଳ ପ୍ରତିବଦ୍ଧତା ରହିବା ଉଚିତ।

ଗବେଷଣାକୁ ଉପଯୁକ୍ତ ପଦ୍ଧତି, ପର୍ଯ୍ୟାପ୍ତ ଭାବେ ଡିଜାଇନ୍ ହୋଇଥିବା ଚିକିତ୍ସାଗତ ଅଧ୍ୟୟନ, ପଦ୍ଧତିଗତ ଦସ୍ତାବିଜ ପ୍ରସ୍ତୁତି ଓ ସ୍ୱଚ୍ଛ ରିପୋର୍ଟିଂ ଦ୍ୱାରା ପରିଚାଳିତ ହେବା ଦରକାର।

ହୋମିଓପାଥିର ଯୁବ ଚିକିତ୍ସକ ପ୍ରଶ୍ନ କରିବାର ଅଭ୍ୟାସ ବିକଶିତ କରିବା ଓ କେବେବି ଶିଖିବା ବନ୍ଦ କରନ୍ତୁ ନାହିଁ।

ଦେଶ ବିକଶିତ ଭାରତ ୨୦୪୭ର ଜାତୀୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି।

ଏଭଳି ସମୟରେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ଏହାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ।

ପ୍ରତିଷ୍ଠାନ, ଗବେଷକ, ଶିକ୍ଷକ ଓ ସ୍ୱାସ୍ଥ୍ୟସେବା ପେସାଦାରଙ୍କୁ ଏକ ସୁଗମ, ସମାନତାପୂର୍ଣ୍ଣ, ବୈଜ୍ଞାନିକ ଭାବେ ଉତ୍ତରଦାୟୀ ଓ ପ୍ରତିକ୍ରିୟାଶୀଳ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ କରିବାରେ ଯୋଗଦାନ ଦେବାକୁ ପଡ଼ିବ।

ହୋମିଓପାଥିକ ଜାତୀୟ ବୈଜ୍ଞାନିକ ସମ୍ମିଳନୀ ରୋଗୀଙ୍କୁ ସମ୍ମାନ ଚିକିତ୍ସା ବିଜ୍ଞାନର ପରିଚୟ: ରାଜ୍ୟପାଳ ଶିକ୍ଷା, ଗବେଷଣାରେ ଓଡ଼ିଶା ଶିଖର ଛୁଇଁବ: ମୁଖ୍ୟମନ୍ତ୍ରୀ ରାଜ୍ୟପାଳ ବ୍ରଜମୋହନ ରାମ କହିଲେ, କେବଳ ରୋଗର ଉପଚାର ନୁହେଁ, ଲୋକଙ୍କୁ ସଚେତନ ଓ ସୁସ୍ଥ ଜୀବନଯାପନ ପାଇଁ ପ୍ରେରିତ କରିବା ଦିଗରେ ଚିକିତ୍ସକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।

ଯୁବ ଚିକିତ୍ସକମାନେ ନିଜର କାର୍ଯ୍ୟ ପ୍ରତି ସମର୍ପଣ ଭାବ ରଖିବା ସହ ବୈଜ୍ଞାନିକ ଅନୁସନ୍ଧାନ ସହ ନିରନ୍ତର ଯୋଡ଼ି ହୁଅନ୍ତୁ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ହୋମିଓପ୍ୟାଥିକ ଚିକିତ୍ସା ପଦ୍ଧତି ଦେଶର ସ୍ବାସ୍ଥ୍ୟସେବାର ଏକ ମହତ୍ତ୍ବପୂର୍ଣ୍ଣ ଅଂଶ।

ମାତ୍ର ଏହାକୁ ଉପଯୁକ୍ତ ସମ୍ମାନ ମିଳି ନ ଥିଲା।

୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଆୟୁଷକୁ ଏକ ସ୍ବତନ୍ତ୍ର ମନ୍ତ୍ରାଳୟ ଗଠନ କରିବା ସହ ଭାରତୀୟ ଚିକିତ୍ସା ବିଜ୍ଞାନରେ ହୋମିଓପ୍ୟାଥିକୁ ସ୍ବତନ୍ତ୍ର ସ୍ଥାନ ମିଳିଥିଲା।

ରାଜ୍ୟ ସରକାର ନୂଆପଡ଼ା ଓ ନୟାଗଡ଼ରେ ନୂଆ ସରକାରୀ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ ଯାଉଛନ୍ତି।

ଢେଙ୍କାନାଳ ଓ ବ୍ରହ୍ମପୁରରେ ସମନ୍ବିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଓ ବାଲେଶ୍ବରରେ ନିର୍ମାଣ କାର୍ଯ୍ୟ ଜାରି ରହିଛି।

୨୦୨୪ ଡିସେମ୍ବରରେ ୮୫ ଜଣ ହୋମିଓପ୍ୟାଥିକ ଡାକ୍ତର ନିଯୁକ୍ତି ପାଇଛନ୍ତି।

ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜରେ ଥିବା ଅଭାବ ପୂରଣ ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି।

ଖୁବଶୀଘ୍ର ହୋମିଓପ୍ୟାଥି ଗବେଷଣା ଓ ବିଶ୍ଳେଷଣ ବିଭାଗ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରୟାସ ଚାଲିଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

Nayagarh group clash: ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ; ୨୫ରୁ ଊର୍ଦ୍ଧ୍ବ ଆହତ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଲେ, ହୋମିଓପ୍ୟାଥିକ ଚିକିତ୍ସାକୁ ଆଗକୁ ନେବା ପାଇଁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି।

ନୂଆ ହୋମିଓପ୍ୟାଥିକ ମେଡିକାଲ କଲେଜ ପ୍ରତିଷ୍ଠା, ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରାଯାଇଛି।

ହୋମିଓପ୍ୟାଥିକ ମେଡିକାଲରେ ଡାଏଗ୍ନୋଷ୍ଟିକ୍‌ ପରୀକ୍ଷା ମାଗଣାରେ ଉପଲବ୍ଧ ହୋଇଛି।

ଆଗକୁ ହୋମିଓପ୍ୟାଥିକ ଡିସ୍‌ପେନ୍‌ସାରି ସଂଖ୍ୟା ବୃଦ୍ଧି କରାଯିବ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଜାତୀୟ ହୋମିଓପ୍ୟାଥିକ ଆୟୋଗ ଡା.ତାରକେଶ୍ବର ଜୈନ ଉପସ୍ଥିତ ଥିଲେ।

ଏହି ଅବସରରେ ସ୍ମରଣିକା ଉନ୍ମୋଚନ ହୋଇଥିଲା।

ପ୍ରାରମ୍ଭରେ ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜର ଅଧ୍ୟକ୍ଷ ଡା.ପୁଷ୍ପାଞ୍ଜଳି ପାତ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)