Satellite Survey Exposes Fake Farmers: ପୋଖରୀରେ ଧାନ, ମଶାଣିରେ ଚାଷ! ସାଟେଲାଇଟ୍ ଖୋଲିଦେଲା ନକଲି ଜମିର ପୋଲ୍

Nov 24, 2026 - 20:53
Satellite Survey Exposes Fake Farmers: ପୋଖରୀରେ ଧାନ, ମଶାଣିରେ ଚାଷ! ସାଟେଲାଇଟ୍ ଖୋଲିଦେଲା ନକଲି ଜମିର ପୋଲ୍

କେନ୍ଦୁଝର ସଦର ବ୍ଲକ୍ ନରଣପୁର।

ଆଖିରେ କ'ଣ ଦେଖାଯାଉଛି ଟ୍ରେନ୍ ଟ୍ରାକ୍, ଅନାବନା ଲଟାବୁଦା ଇତ୍ୟାଦି।

କିନ୍ତୁ ନକଲି ଚାଷୀଙ୍କ ପାଇଁ ଏହା ତାଙ୍କର ଚାଷ ଜମି, ଧାନ ଫଳିଛି ଏଇଠି।

ହେଲେ ସତ ମିଛ ଜାଣିବା ପାଇଁ କ୍ଷେତ୍ରସ୍ତରୀୟ ଯାଞ୍ଚ ବେଳେ ଧରାପଡ଼ିଛି ସାଂଘାତିକ ମିଛ।

ନରଣପୁର କଥା ଛାଡ଼ନ୍ତୁ।

ସ୍ଥିତି ଜାଣିବା ପାଇଁ ହଳଦିଆଟାଙ୍ଗରୀ ଏବଂ ଟାଙ୍ଗରପଡ଼ା ବି ସମାନ ଅବସ୍ଥା।

ସେଠାରେ ପୋଖରୀରେ ଫଳାଇଛନ୍ତି ଧାନ, ମଶାଣିକୁ ସଜାଇଛନ୍ତି ଚାଷ ଜମି।

ଏଠି ବି ଟ୍ରେନ ଟ୍ରାକ୍ ଏବଂ ରେଲୱେ ଜମିକୁ ନିଜର ଦର୍ଶାଇ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି।

ଏଭଳି ଭାବେ କେନ୍ଦୁଝର ଜିଲ୍ଲାରେ ୯୪ ହଜାର ୧୩୭ ଜଣ ଚଳିତ ଖରିଫ୍ ୠତୁରେ ଧାନ ବିକିବାକୁ ପଞ୍ଜୀକରଣ କରିଛନ୍ତି।

କିନ୍ତୁ, ଧରାପକାଇ ଦେଇଛି ସାଟେଲାଇଟ୍ ସର୍ଭେ।

୧ ଲକ୍ଷ ୩୧ ହଜାର ୨୧୭ଟି ସନ୍ଦିଗ୍ଧ ନକଲି ଜମି ପ୍ଲଟ୍ ଚିହ୍ନଟ ହୋଇଛି।

ଯାହା ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ସର୍ବାଧିକ ବୋଲି ଆଶଙ୍କା କରାଯାଉଥିବାବେଳେ ସମବାୟ ବିଭାଗ, ଟିଆରସିଏସ୍ ଏବଂ ଲ୍ୟାମ୍ପସ୍ ପକ୍ଷରୁ ପ୍ରାୟ ୩ଶହ କର୍ମଚାରୀ କ୍ଷେତ୍ରସ୍ତରୀୟ ଯାଞ୍ଚ କରୁଛନ୍ତି।

Advertisment ସମାନ ଘଟଣା କୋରାପୁଟ ଜିଲ୍ଲାରେ।

ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ପୂର୍ବରୁ ସାଟେଲାଇଟ୍ ଇମେଜେରୀ ମାଧ୍ୟମରେ ଚିହ୍ନଟ ୨୮ ହଜାର ୪୬୫ଟି ସନ୍ଦେହଜନକ ପ୍ଲଟ୍ ଉପରେ କୋରାପୁଟ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛି।

ଭୂତ ଚାଷୀ ଓ ନକଲି ପଞ୍ଜୀକରଣ ରୋକିବାକୁ କରାଯାଇଥାଏ ସାଟେଲାଇଟ୍ ସର୍ଭେ।

ଯେଉଁମାନେ ଚାଷ ନକରି ପଡ଼ିଆ ଜମି ବା ଅଣ-ଚାଷ ଜମିକୁ ସରକାରଙ୍କ ୩୧ ଶହ ଟଙ୍କା MSP ହାତେଇବା ଚକ୍କରରେ ପଞ୍ଜୀକରଣ କରିଥାନ୍ତି, ସେମାନଙ୍କୁ ଏହି ସର୍ଭେ ଦ୍ୱାରା ଚିହ୍ନଟ କରାଯାଇଥାଏ।

ଏହି ଯାଞ୍ଚ ପ୍ରକ୍ରିୟା ମୁଖ୍ୟତଃ ୨ଟି ସ୍ତରରେ ହୋଇଥାଏ।

ପ୍ରଥମେ ଉପଗ୍ରହ ଚିତ୍ର ମାଧ୍ୟମରେ ଓ ଦ୍ବିତୀୟରେ କ୍ଷେତ୍ର ପରିଦର୍ଶନ।

ଏହାପରେ ଜିଲ୍ଲା ସ୍ତରରେ ଯାଞ୍ଚ ରିପୋର୍ଟ ଅନୁମୋଦିତ ହୋଇ ପ୍ରକୃତ ଚାଷୀଙ୍କୁ ଧାନ ବିକିବାକୁ ଟୋକନ୍ ଦିଆଯାଇଥାଏ।

ତେବେ ନକଲି ଚାଷୀଙ୍କ କଳା କାରନାମା ଯୋଗୁ ଅସଲି ଚାଷୀ ନିଜ ନିଜର ଧାନ ବିକିବେ କେମିତି ?

ଏତେ ସଂଖ୍ୟକ ନକଲି ଜମି ପଞ୍ଜୀକରଣ ପଛରେ କାହାର ହାତ ?

ତାକୁ ନେଇ ଉଠିଥିବା ନାନା ପ୍ରଶ୍ନ ଭିତରେ ତେଜିଛି ରାଜନୀତି।

ବିଜେପି କହିଛି, ପୂର୍ବ ବିଜେଡି ସରକାର ଅମଳରୁ ଚାଲୁଥିଲା ଏଭଳି ଅନିୟମିତତା।

ନକଲି ପ୍ଲଟ୍ ରେଜିଷ୍ଟ୍ରେସନ କରି ଧାନ ବିକ୍ରି ଉଦ୍ୟମକୁ ରୋକିବା ପାଇଁ ବିଜେପି ସରକାର କଡ଼ା ପଦକ୍ଷେପ ନେଉଛନ୍ତି।

ସେପଟେ ବିଜେଡି କହିଛି, ନିଜର ବିଫଳତାକୁ ଲୁଚାଇବା ପାଇଁ ବିଜେଡିକୁ ଦୋଷ ଦେଉଛି ବିଜେପି।

Advertisment ଦିନ କେଇଟା ପରେ ଖରିଫ ଧାନ କିଣା।

ତେବେ ଯାଞ୍ଚ ପ୍ରକ୍ରିୟା ପରେ କେତେ ଅସଲି ଏବଂ କେତେ ନକଲି ଚାଷୀ ବାହାରୁଛନ୍ତି, ତାକୁ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)