Bhubaneswar Pub Harassment Row: ପୋଲିସ ତଦନ୍ତକୁ ନେଇ ଅଭିନେତ୍ରୀଙ୍କ ଅସନ୍ତୋଷ, ସୋସିଆଲ ମିଡିଆରେ ଉଠାଇଲେ ପ୍ରଶ୍ନ

Nov 24, 2026 - 20:20
Bhubaneswar Pub Harassment Row: ପୋଲିସ ତଦନ୍ତକୁ ନେଇ ଅଭିନେତ୍ରୀଙ୍କ ଅସନ୍ତୋଷ, ସୋସିଆଲ ମିଡିଆରେ ଉଠାଇଲେ ପ୍ରଶ୍ନ

ସୋସିଆଲ ମିଡିଆରେ ହଲ୍ଲାପଟା ହେଲା।

ଚନ୍ଦ୍ରଶେଖରପୁରରେ ଚାଞ୍ଚଲ୍ୟ ଖେଳିଗଲା।

ଘଟଣାକୁ ତିନିଦିନ ବିତିଗଲାଣି, ହେଲେ କେଉଁଠି ଅଟକିଛି ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗର ତଦନ୍ତ ?

ଘଟଣାକୁ ନେଇ ସିରିଜ୍ ପୋଷ୍ଟ କରି ସୋସିଆଲ ମିଡିଆରେ ପୀଡ଼ିତା ଅସନ୍ତୋଷ ଝାଡ଼ୁଛନ୍ତି।

କିନ୍ତୁ ପୋଲିସ ପାଖକୁ ଯାଇ କାହିଁକି କରୁନାହାନ୍ତି ବୟାନ ରେକର୍ଡ ?

ରାଜଧାନୀ ଭୁବନେଶ୍ବରର ନାମୀ ପବ୍ ଭିତରେ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ ଘଟଣାକୁ ନେଇ ବଢୁଛି ସସପେନ୍ସ ।

ପୋଲିସର ତଦନ୍ତ ଉପରେ ପୀଡ଼ିତା ପ୍ରଶ୍ନ ଉଠାଇ ନ୍ୟାୟ ଦାବି କରିଛନ୍ତି ।

Advertisment ରାଜଧାନୀର ନାମୀ ପବ୍ ଭିତରେ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଓ ଅଶ୍ଳୀଳ ଇଂଗିତ ଅଭିଯୋଗକୁ ନେଇ ଏବେ ସର୍ବସାଧାରଣରେ ଏଭଳି ମାଳମାଳ ପ୍ରଶ୍ନ।

ଏସବୁ ଭିତରେ ଆଜି ସୋସିଆଲ୍ ମିଡିଆରେ ଆଇନଗତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ପୀଡ଼ିତା।

ଆଣିଛନ୍ତି ସଂଗୀନ ଅଭିଯୋଗ।

ଅଭିନେତ୍ରୀଙ୍କ ଅଭିଯୋଗ, ଘଟଣାକୁ ତିନି ଦିନ ବିତିଥିଲେ ବି ପୋଲିସର ଆକ୍ସନ ବାବଦରେ କୌଣସି ସୂଚନା ନାହିଁ।

FIR ଦେଇ ACPଙ୍କୁ ଅନେକ ଥର କଲ୍ କରିବା ସତ୍ତ୍ବେ ପଦକ୍ଷେପ ଶୂନ୍।

ଏପରିକି ଅଭିଯୁକ୍ତଙ୍କର ରାଜନୈତିକ ସଂପୃକ୍ତି ଥିବାରୁ କୋହଳ ମନୋଭାବ ଆପଣାଯାଉଛି ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ।

ଅଭିଯୋଗକୁ ଗୁରୁତର ସହିତ ନେଇ ତାଙ୍କ ଘରକୁ ଯାଇ ବୟାନ ରେକର୍ଡ କରିବା ସହିତ ତାଙ୍କ ପାଖରେ ଥିବା ପ୍ରମାଣକୁ ମଧ୍ୟ ଯାଞ୍ଚ କରାଯାଉ ବୋଲି ପୋଲିସକୁ ନିବେଦନ କରିଛନ୍ତି ପୀଡ଼ିତା।

ପ୍ରଶ୍ନ ଉଠୁଛି- ସତରେ କଣ ତଦନ୍ତରେ ଶୀଥିଳ ପଡ଼ିଯାଇଛି କି କମିଶନରେଟ୍ ପୋଲିସ ?

ଏପର୍ଯ୍ୟନ୍ତ ପୀଡିତାଙ୍କ ବୟାନ ରେକର୍ଡ କରାଯାଇନାହିଁ କାହିଁକି ?

ବାର୍ ସିସିଟିଭିରୁ କି ପ୍ରକାରର ପ୍ରମାଣ ମିଳିଛି ?

ସେପଟେ ଘଟଣା ପରଦିନ ପବ୍ କର୍ତ୍ତୃପକ୍ଷଙ୍କ କହିବା କଥା ଥିଲା, ଶନିବାର ରାତିରେ ଅସଦାଚରଣ ଭଳି କୌଣସି ଅପ୍ରୀତିକର ପରିସ୍ଥିତି ଘଟିନଥିଲା।

ଦୁଇଟି ଟେବୁଲରେ ପାଖାପାଖି ବସିଥିବା ଲୋକଙ୍କ ମଧ୍ୟରେ ବଚସା ହେବାପରେ ତୁରନ୍ତୁ ସେମାନେ ହସ୍ତକ୍ଷେପ କରିଥିଲେ।

Advertisment ତେବେ ଏଠି କିଏ କହୁଛି ସତ ?

ପୀଡ଼ିତା ଅଭିନେତ୍ରୀ ନା ପବ୍ କର୍ତ୍ତୃପକ୍ଷ ?

ଏପଟେ ଚନ୍ଦ୍ରଶେଖରପୁର ପୋଲିସ୍ ଗତକାଲି ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିବାପରେ ସମସ୍ତଙ୍କୁ 35(3)BNSSରେ ଛାଡ଼ିଦେଇଛି।

ସୂଚନା ଅନୁସାରେ, ପୀଡ଼ିତାଙ୍କୁ ଥାନାକୁ ଆସି ବୟାନ ରେକର୍ଡ କରାଇବାକୁ ପୋଲିସ କହିଛି।

କିନ୍ତୁ ସେ ପୋଲିସକୁ ଘରକୁ ଡାକୁଛନ୍ତି।

ସେପଟେ ବରିଷ୍ଠ ଆଇନଜୀବୀଙ୍କ କହିବା କଥା, ଘରେ ନୁହେଁ ବରଂ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ହିଁ ମାମଲା ଶକ୍ତିଶାଳୀ ହୋଇଥାଏ।

କେବଳ ସୋସିଆଲ ମିଡିଆରେ ପୋଷ୍ଟ କଲେ ମାମଲା ଉପରେ କୌଣସି ପ୍ରଭାବ ପଡ଼େ ନାହିଁ ।

ପ୍ରଶ୍ନ ଉଠୁଛି- ସୋସିଆଲ ମିଡିଆରେ ସିରିଜ୍ ଅଭିଯୋଗ ଆଣୁଥିବା ଅଭିନେତ୍ରୀ କାହିଁକି ପୋଲିସ୍ ଥାନାକୁ ଯାଇ ବୟାନ ରେକର୍ଡ କରାଉନାହାନ୍ତି ?

ମାଜିଷ୍ଟ୍ରେଟଙ୍କ ନିକଟରେ କରିବେ କି ବୟାନ ରେକର୍ଡ ?

ମାମଲାରେ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନଥିବାବେଳେ ସିସିଟିଭିରେ କଣ ରହିଛି ଏବଂ ପୂରା ଘଟଣାର ସତ କଣ ତାକୁ ନେଇ ସସପେନ୍ସ ଲାଗି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)