Tragic End to Search: କାଲି ଘର ଅଗଣାରୁ ଝାମ୍ପି ନେଇଥିଲା, ଆଜି ଜଙ୍ଗଲରୁ ମିଳିଲା ମୃତଦେହ
କାଲି ବାଘ ଝାମ୍ପି ନେଇଥିଲା, ଆଜି ଜଙ୍ଗଲ ଭିତରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ।
ନବରଙ୍ଗପୁର ଜିଲ୍ଲା ନାକଟିସିମୋଡ଼ା ପଞ୍ଚାୟତ ଚଢ଼ିଆପାରା ଗାଁର କୁନି ଝିଅ ନିଖୋଜ ଘଟଣାରେ ଆସିଛି ବଡ଼ ସୂଚନା।
ଦୀର୍ଘ ସମୟର ଖୋଜାଖୋଜି ପରେ ସ୍ଥାନୀୟ ଜଙ୍ଗଲରୁ ମିଳିଛି ନିଖୋଜ ଶିଶୁକନ୍ୟାର ମୃତଦେହ।
ଖଣ୍ଡବିଖଣ୍ଡିତ ମୃତଦେହ ଜଙ୍ଗଲରୁ ଉଦ୍ଧାର କରିଛନ୍ତି ଛତିଶଗଡ ଓ ନବରଙ୍ଗପୁର ବନ ବିଭାଗର ମିଳିତ ଟିମ୍।
Advertisment ଗତକାଲି ଘର ଅଗଣାରୁ ୨ ବର୍ଷର ଶିଶୁକନ୍ୟାକୁ ଏକ ଅଜଣା ବନ୍ୟଜନ୍ତୁ ଝାମ୍ପି ନେଇଥିବା ପରିବାର ଅଭିଯୋଗ କରିଥିଲେ।
ଖବର ପାଇବା ପରେ ବନ ବିଭାଗର ୧୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି।
ଆଜି ମୃତଦେହ ଉଦ୍ଧାର ହେବା ପରେ ଏହା କଲରାପତରିଆ ବାଘର କାମ ବୋଲି ସନ୍ଦେହ କରାଯାଉଛି।...ଏପଟେ ଶିଶୁର ମୃତେଦହ ମିଳିବା ପରେ ଚଢିଆପାରା ଗାଁରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।...
ମିଳିଲା କୁନିଝିଅ ମୃତଦେହ କାଲି ବାଘ ଝାମ୍ପି ନେଇଥିଲା ଆଜି ଜଙ୍ଗଲରୁ ମିଳିଲା ମୃତଦେହ କୁନି ଝିଅର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କାଲିଠୁ ଖୋଜୁଥିଲେ ଓଡ଼ିଶା ଓ ଛତିଶଗଡ଼ର ଟିମ୍ ସନ୍ଧାନୀ କୁକୁର ସହାୟତାରେ ଚାଲିଥିଲା ସର୍ଚ୍ଚ ଅପରେସନ୍ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
