Prince William Takes the Wheel: ମୁମ୍ବାଇ ରାସ୍ତାରେ ଅଟୋ ଚଳାଇଲେ ପ୍ରିନ୍ସ ୱିଲିୟମ୍, ପଛ ସିଟ୍‌ରେ ବସି ମଜା ନେଲେ କେଟ୍

Nov 17, 2026 - 11:41
Prince William Takes the Wheel: ମୁମ୍ବାଇ ରାସ୍ତାରେ ଅଟୋ ଚଳାଇଲେ ପ୍ରିନ୍ସ ୱିଲିୟମ୍, ପଛ ସିଟ୍‌ରେ ବସି ମଜା ନେଲେ କେଟ୍

ବ୍ରିଟେନ୍‌ର ରାଜପରିବାରର ରାଜକୀୟ ଠାଣି।

ହେଲେ ମୁମ୍ବାଇରେ ଦେଖିବାକୁ ମିଳିଲା ଏକ ନିଆରା ଅନ୍ଦାଜ।

ରାଜକୀୟ କାର୍‌ କିମ୍ବା ବିଳାସପୂର୍ଣ୍ଣ ଗାଡ଼ି ନୁହେଁ, ବରଂ ଅଟୋରିକ୍ସାରେ ବୁଲିଲେ ବ୍ରିଟେନ୍‌ର ପ୍ରିନ୍ସ ୱିଲିୟମ୍‌ ଓ ପ୍ରିନ୍ସେସ୍‌ କେଟ୍‌ ମିଡଲଟନ୍‌।

ତାହା ପୁଣି ନିଜେ ଷ୍ଟିୟରିଂ ଧରି ଅଟୋ ଚଳାଇଲେ ପ୍ରିନ୍ସ ୱିଲିୟମ୍‌।

ଆଉ ପଛ ସିଟ୍‌ରେ ବସି ଏହି ନିଆରା ଯାତ୍ରାର ମଜା ନେଲେ କେଟ୍‌।

ମୁମ୍ବାଇ ଗସ୍ତର ଦ୍ୱିତୀୟ ଦିନରେ ରାଜକୀୟ ଦମ୍ପତିଙ୍କ ଏହି ଅନ୍ଦାଜ ଏବେ ଚର୍ଚ୍ଚାରେ।

Advertisment ଭାରତ ଗସ୍ତରେ ଥିବା ପ୍ରିନ୍ସ ୱିଲିୟମ୍‌ ଓ କେଟ୍‌ ମିଡଲଟନ୍‌ ଦ୍ୱିତୀୟ ଦିନରେ ମୁମ୍ବାଇର ବାନ୍ଦ୍ରା ରିକ୍ଲେମେସନ୍‌ ଗାର୍ଡେନ୍‌ରେ ପହଞ୍ଚିଥିଲେ।

ସେଠାରେ ଅର୍ଥଶଟ୍‌ ପ୍ରାଇଜ୍‌ ୨୦୨୬ର ୧୫ ଜଣ ଫାଇନାଲିଷ୍ଟଙ୍କୁ ଭେଟିଥିଲେ।

ପରିବେଶ ସୁରକ୍ଷା ଓ ସ୍ଥାୟୀ ବିକାଶ ପାଇଁ ନୂଆ ଉଦ୍ଭାବନ କରିଥିବା ପ୍ରତିଯୋଗୀଙ୍କ ସହ ଆଲୋଚନା କରିଥିଲେ ଏହି ରୟାଲ୍ ଦମ୍ପତି।

ଏହି ଅବସରରେ ମୁମ୍ବାଇର ଟ୍ରାଫିକ୍‌ ଓ ଅଟୋ ଯାତ୍ରାର ଅନୁଭବ ନେବାକୁ ମଧ୍ୟ ପଛାଇ ନଥିଲେ ସେମାନେ।

ଏକ ଇଲେକ୍ଟ୍ରିକ୍‌ ଅଟୋରିକ୍ସାରେ ବୁଲିଥିଲେ।

ପଛରେ ଥିଲା ମୁମ୍ବାଇର ପ୍ରସିଦ୍ଧ ବାନ୍ଦ୍ରା-ୱର୍ଲି ସି ଲିଙ୍କ୍‌।

ଏହି ମନୋରମ ପରିବେଶରେ ୱିଲିୟମ୍‌ ଅଟୋ ଚଳାଉଥିବା ବେଳେ କେଟ୍‌ ପଛ ସିଟ୍‌ରେ ବସିଥିଲେ।

Advertisment ଅନ୍ୟପଟେ ଏହି ଦମ୍ପତିଙ୍କ ପୋଷାକ ମଧ୍ୟ ଥିଲା ଖୁବ୍‌ ଆକର୍ଷଣୀୟ।

କେଟ୍‌ ଏକ ଆଇଭରି ଧଳା ରଙ୍ଗର ପ୍ୟାଣ୍ଟସୁଟ୍‌ ପିନ୍ଧିଥିଲେ।

ଫିଟେଡ୍‌ ବ୍ଲେଜର, ଧଳା ଭି-ନେକ୍‌ ଟପ୍‌ ଓ ୱାଇଡ୍‌-ଲେଗ୍‌ ଟ୍ରାଉଜର୍‌ ତାଙ୍କୁ ଦେଇଥିଲା ଏକ ରାଜକୀୟ ଲୁକ୍‌।

ସୁନାର ପେଣ୍ଡାଣ୍ଟ ଓ ଆକର୍ଷଣୀୟ ଇୟରରିଂ ସହ ତାଙ୍କର ସରଳ ମେକ୍‌ଅପ୍‌ ଲୁକ୍‌କୁ ଆହୁରି ସୁନ୍ଦର କରିଥିଲା।

ସେହିପରି ପ୍ରିନ୍ସ ୱିଲିୟମ୍‌ ହାଲୁକା ନୀଳ ରଙ୍ଗର ଷ୍ଟ୍ରାଇପ୍‌ ବ୍ଲେଜର ସହ ଧଳା ସାର୍ଟ, ଗାଢ଼ ନୀଳ ଟ୍ରାଉଜର୍‌ ଓ ବ୍ରାଉନ୍‌ ସୁଏଡ୍‌ ଜୋତା ପିନ୍ଧିଥିଲେ।

ଉଭୟଙ୍କ ସରଳ କିନ୍ତୁ ଷ୍ଟାଇଲିସ୍‌ ଲୁକ୍‌ ମୁମ୍ବାଇରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜକୀୟ ଗାମ୍ଭୀର୍ଯ୍ୟ ସହ ଭାରତୀୟ ଅଟୋରେ ମଜାଦାର ଯାତ୍ରା—ଏହି ଦୁଇଟିର ମିଶ୍ରଣ ହିଁ ଦ୍ୱିତୀୟ ଦିନର ମୁଖ୍ୟ ଆକର୍ଷଣ ହୋଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)