Heartwarming Gesture: ଝିଅ ବାହାଘରରେ ନଥିଲେ ବାପା, ବାପାଙ୍କ କର୍ତ୍ତବ୍ୟ କଲେ ଭାରତୀୟ ସେନାର ଯବାନ

Nov 24, 2026 - 14:57
Heartwarming Gesture: ଝିଅ ବାହାଘରରେ ନଥିଲେ ବାପା, ବାପାଙ୍କ କର୍ତ୍ତବ୍ୟ କଲେ ଭାରତୀୟ ସେନାର ଯବାନ

ବାପା ନାହାନ୍ତି, ହେଲେ ଝିଅର ବାହାଘରରେ ଯେମିତି କୌଣସି ଅଭାବ ନରହେ, ସେଥିପାଇଁ ଆଗେଇ ଆସିଲେ ଭାରତୀୟ ସେନାର ଯବାନ।

ଯେଉଁ ବାପା ନିଜ ଝିଅର ହାତ ଧରି ତାକୁ ଶାଶୂଘରକୁ ବିଦାୟ ଦେବାର ସ୍ୱପ୍ନ ଦେଖିଥିଲେ, ସେ ଆଜି ଦୁନିଆରେ ନାହାନ୍ତି।

କିନ୍ତୁ ତାଙ୍କ ସହକର୍ମୀମାନେ ଏମିତି ଏକ ଦାୟିତ୍ୱ ତୁଲାଇଲେ, ଯାହା ଦେଖି ସମସ୍ତଙ୍କ ଆଖି ଲୁହରେ ଭିଜିଯାଇଛି।

Advertisment ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ରାଜସ୍ଥାନର ଅଲୱରରେ ଦେଖିବାକୁ ମିଳିଛି।

ଭାରତୀୟ ସେନାର ୧୬ତମ ଜାଟ୍ ରେଜିମେଣ୍ଟରେ କାର୍ଯ୍ୟରତ ଥିବା ହାବିଲଦାର ପପ୍ପଲ ସିଂହଙ୍କ ଦେହାନ୍ତ ପରେ ତାଙ୍କ ପରିବାର ଅନେକ ଦୁଃଖ ଦେଇ ଗତି କରୁଥିଲା।

ବିଶେଷକରି ଝିଅ ପ୍ରୀତିଙ୍କ ବାହାଘରରେ ବାପାଙ୍କ ଅନୁପସ୍ଥିତି ପରିବାର ପାଇଁ ବଡ଼ ଦୁଃଖ ଥିଲା।

କିନ୍ତୁ ଏହି ଦୁଃଖଦ ସମୟରେ ପପ୍ପଲ ସିଂହଙ୍କ ସହକର୍ମୀ ଯବାନମାନେ ପରିବାର ପାଖରେ ଛିଡ଼ା ହୋଇଥିଲେ।

ରେଜିମେଣ୍ଟର ଅଧିକାରୀ ଓ ଯବାନମାନେ ସେନା ପୋଷାକରେ ବିବାହ ଉତ୍ସବରେ ପହଞ୍ଚିଥିଲେ।

କେବଳ ଅତିଥି ଭାବେ ଯୋଗ ଦେଇନଥିଲେ, ବରଂ ଝିଅର ବାପା ଭାବେ ଯେଉଁ ସବୁ ଦାୟିତ୍ୱ ରହିଥାଏ, ସେସବୁ ତୁଲାଇଥିଲେ।

Advertisment ଏହା ସହିତ ବିବାହ ଖର୍ଚ୍ଚ ପାଇଁ ରେଜିମେଣ୍ଟ ପକ୍ଷରୁ ପରିବାରକୁ ୧ ଲକ୍ଷ ୬୧ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଦିଆଯାଇଥିଲା।

ପପ୍ପଲ ସିଂହଙ୍କ ପତ୍ନୀ ଅନିତା ଦେବୀଙ୍କୁ ଶାଲ୍‌ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ତେବେ ଏହି ବିବାହର ସବୁଠାରୁ ଭାବବିହ୍ୱଳ ମୁହୂର୍ତ୍ତ ଥିଲା ପ୍ରୀତିଙ୍କ ବିଦାୟୀ ସମୟ।

ଝିଅ ବାପ ଘର ଛାଡ଼ି ଶାଶୂଘରକୁ ଯିବାବେଳେ ସେଠାରେ ତାଙ୍କ ବାପାଙ୍କ ଅନୁପସ୍ଥିତି ସମସ୍ତଙ୍କୁ ମର୍ମାହତ କରିଥିଲା।

ହେଲେ ସେହି ସମୟରେ ଯବାନମାନେ ତାଙ୍କ ପାଖରେ ରହି ଆଶୀର୍ବାଦ ଦେଇଥିଲେ।

ସତରେ, ସେନାରେ କେବଳ ଦେଶର ସୁରକ୍ଷା ପାଇଁ ଯବାନମାନେ ଏକାଠି ଲଢ଼ନ୍ତି ନାହିଁ, ବରଂ ପରସ୍ପରର ସୁଖଦୁଃଖରେ ମଧ୍ୟ ପରିବାର ଭଳି ଛିଡ଼ା ହୁଅନ୍ତି।

ପପ୍ପଲ ସିଂହଙ୍କ ସହକର୍ମୀମାନେ ଏହା ପ୍ରମାଣ କରିଦେଇଛନ୍ତି ଯେ ସେନାରେ ଗଢ଼ି ଉଠୁଥିବା ସମ୍ପର୍କ କେବଳ ଡ୍ୟୁଟି ଭିତରେ ସୀମିତ ନୁହେଁ, ଏହା ଏକ ପରିବାରର ସମ୍ପର୍କ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)