ପୁରୀ ଖଜା ଭାଟିରେ ପୋଲିସ ଚଢ଼ାଉ

Nov 17, 2026 - 11:38
ପୁରୀ ଖଜା ଭାଟିରେ ପୋଲିସ ଚଢ଼ାଉ

ପୁରୀ : ପୁଣି ଥରେ ଖଜା ଭାଟିରେ ପୋଲିସ ଚଢ଼ାଉ । ପୁରୀରେ ବିଭିନ୍ନ ଖଜା ଭାଟି ଉପରେ ପୋଲିସର ଚଢ଼ାଉ କରିଥିବା ସୂଚନା । ମିଳିଛି ଖଜା ପ୍ରସ୍ତୁତିରେ ଅନିୟମିତତା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ତିଆରି ହେଉଥିବା ଅଭିଯୋଗକୁ ନେଇ ଏହି ଚଢ଼ାଉ କରାଯାଉଛି । ପୁରୀ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ତୃତୀୟ ପର୍ଯ୍ୟାୟ ମିଳିତ ଚଢ଼ାଉ କରାଯାଇଛି । ପୁରୀର ଜମି ଖୁଣ୍ଟିଆ ଏବଂ ଲୁହାଗଡ଼ ଜାଗା ନିକଟରେ ଥିବା ବିଭିନ୍ନ ଖଜା ଭାଟିରେ ଏହି ଯାଞ୍ଚ କରାଯାଇଛି ।

ଖଜା ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ରକ୍ଷା କରାଯାଉଛି କି ନାହିଁ ଏବଂ ପ୍ରସ୍ତୁତି ପ୍ରକ୍ରିୟାରେ ନିୟମ ପାଳନ ହେଉଛି କି ନାହିଁ, ସେନେଇ ଯାଞ୍ଚ କରାଯାଉଛି । ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାର ଗୁଣବତ୍ତା ଓ ସ୍ୱଚ୍ଛତାକୁ ନେଇ ଉଠିଥିବା ଅଭିଯୋଗ ପରେ ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାକୁ ନେଇ ଏବେ ଉଠିଛି ସ୍ୱଚ୍ଛତା ଓ ଗୁଣବତ୍ତାର ପ୍ରଶ୍ନ । ଖଜା ପ୍ରସ୍ତୁତି ସମୟରେ ଅନିୟମିତତା ହେଉଥିବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ଏହା ତିଆରି କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡ୍କୁ ଆସିଛି ପୁରୀ ପୋଲିସ ଓ ମହାନଗର ନିଗମ। ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ମାନର ଖଜା ଯୋଗାଇଦେବା ଲକ୍ଷ୍ୟରେ ପ୍ରଶାସନ ପକ୍ଷରୁ ପୂର୍ବରୁ ମଧ୍ୟ ଦୁଇଥର ବଡ଼ ଧରଣର ଚଢ଼ାଉ କରାଯାଇଥିଲା।

ଦୋଳମଣ୍ଡପ ସାହି ଓ କାଳିକାଦେବୀ ସାହି ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ପ୍ରାୟ ୯ କ୍ୱିଣ୍ଟାଲରୁ ଅଧିକ ଖଜା ଓ ଶିରା ଜବତ ସହ ନଷ୍ଟ କରାଯାଇଥିଲା । ନିୟମ ଉଲ୍ଲଂଘନ ଅଭିଯୋଗରେ ୯ଟି ବେଆଇନ ଖଜା ଭାଟିକୁ ସିଲ୍ କରାଯିବା ସହ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଥିଲା ।

ପୁରୀର ଖଜା କେବଳ ଏକ ମିଠା ନୁହେଁ, ବରଂ ଶ୍ରୀକ୍ଷେତ୍ରର ଏକ ପ୍ରସିଦ୍ଧ ପରିଚୟ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ, ପୁରୀର ଖଜା କିଣିବାକୁ ଅନେକଙ୍କ ମନରେ ଥାଏ ସ୍ୱତନ୍ତ୍ର ଆଗ୍ରହ । ଏହି ଖଜାର ସ୍ୱାଦ ଓ ଗୁଣବତ୍ତା ପାଇଁ ପୁରୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । କିନ୍ତୁ ଏବେ ଏହାର ପ୍ରସ୍ତୁତି ପ୍ରକ୍ରିୟାକୁ ନେଇ ଉଠିଛି ପ୍ରଶ୍ନ । ଖଜା ତିଆରି ହେଉଥିବା କେତେକ ସ୍ଥାନରେ ସ୍ୱଚ୍ଛତା ରକ୍ଷା କରାଯାଉନଥିବା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ନେଇ ଅଭିଯୋଗ ଆସିଛି । ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)