Vaibhav Sooryavanshi Creates History: ୟୁଏଇ ବୋଲରଙ୍କ ନିଦ ହଜାଇଲେ ବୈଭବ, ମାତ୍ର ୨୮ ବଲ୍ରେ ଶତକ
୨୮ ବଲ୍ରେ ଶତକ।
ବିଶ୍ୱ ରେକର୍ଡ ଭାଙ୍ଗିଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ।
କ୍ରିକେଟ୍ ପଡ଼ିଆରେ ଚାଲିଲା ତାଙ୍କ ବ୍ୟାଟ୍ର ଝଡ।
ମାତ୍ର ୧୬ ବଲ୍ରେ ଅର୍ଦ୍ଧଶତକ, ଆଉ ୨୮ ବଲ୍ରେ ଶତକ ହାସଲ କରି ଇତିହାସ ରଚିଛନ୍ତି ଏହି ଯୁବ ଖେଳାଳି।
Advertisment ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଇଣ୍ଡିଆ ଏ' ପାଇଁ ଖେଳି ଏହି ବିସ୍ଫୋରକ ଇନିଂସ ଖେଳିଛନ୍ତି ବୈଭବ।
ମାତ୍ର ୭ ଓଭରରୁ କମ୍ ସମୟରେ ଶତକ ପୂରଣ କରି ସେ ଲିଷ୍ଟ୍-ଏ କ୍ରିକେଟ୍ରେ ଦ୍ରୁତତମ ଶତକର ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି।
ତାଙ୍କ ଛକା ବର୍ଷାରେ ଇଣ୍ଡିଆ ଏ' ମଧ୍ୟ ମାତ୍ର ୫ ଓଭରରେ ୧୦୦ ରନ୍ ପୂରଣ କରି ଲିଷ୍ଟ୍-ଏ କ୍ରିକେଟ୍ରେ ନୂଆ ରେକର୍ଡ କରିଛି।
ଅନ୍ୟପଟେ ପ୍ରଥମେ ବ୍ୟାଟିଂ କରି ୟୁଏଇ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୯ ରନ୍ କରିଥିଲା।
ହରପ୍ରୀତ ସିଂହ ଭାଟିଆ ୧୩୦ ରନ୍ର ଇନିଂସ ଖେଳିଥିବା ବେଳେ ଅର୍ଶଦ ଖାନ୍ ୪ଟି ୱିକେଟ୍ ନେଇଥିଲେ।
ଏହାର ଜବାବରେ ଇଣ୍ଡିଆ ଏ' ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମ୍ୟାଚ୍କୁ ଏକତରଫା କରିଦେଇଛି।
ଏହି ବିଜୟ ଦଳକୁ ସେମିଫାଇନାଲ୍ରେ ସ୍ଥାନ ପକ୍କା କରିବାରେ ସହାୟକ ହେବ।
Advertisment 2️⃣8️⃣-ball HUNDRED 💯 Vaibhav Sooryavanshi with the fastest century ever in List A cricket 👏 Scorecard ▶️ https://t.co/6Vwvc5BnWQ #TeamIndia | #RisingStarsAsiaCup | #INDAvUAE pic.twitter.com/PH0gz2Ylci — BCCI (@BCCI) November 24, 2026
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
