Post office Scheme: ଟଙ୍କା ରଖନ୍ତୁ ପୋଷ୍ଟ ଅଫିସରେ, ସୁଧରୁ ମିଳିବ ୫ ଲକ୍ଷରୁ ଅଧିକ!

Oct 23, 2026 - 16:57
Post office Scheme: ଟଙ୍କା ରଖନ୍ତୁ ପୋଷ୍ଟ ଅଫିସରେ, ସୁଧରୁ ମିଳିବ ୫ ଲକ୍ଷରୁ ଅଧିକ!

ନୂଆଦିଲ୍ଲୀ: ଟଙ୍କା ରୋଜଗାର କରିବା ଯେତିକି କଷ୍ଟ, ସେହି ଟଙ୍କାକୁ ସୁରକ୍ଷିତ ରଖି ବଢ଼ାଇବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।

କାରଣ ଭବିଷ୍ୟତ ପାଇଁ ଆଜିର ଛୋଟ ସଞ୍ଚୟ ହିଁ କାଲି ବଡ଼ ସମ୍ବଳ ପାଲଟିପାରେ।

ହେଲେ ଟଙ୍କା କେଉଁଠି ନିବେଶ କଲେ ମିଳିବ ଭଲ ରିଟର୍ଣ୍ଣ?

ବଜାରରେ ଅନେକ ନିବେଶ ବିକଳ୍ପ ଥିବାବେଳେ ରିସ୍କ ନେବାକୁ ଚାହୁଁନଥିବା ଲୋକଙ୍କ ପାଇଁ ରହିଛି ପୋଷ୍ଟ ଅଫିସର ଏକ ଖାସ୍‌ ସ୍କିମ୍‌।

ଏହାର ନାଁ ନ୍ୟାସନାଲ ସେଭିଂସ୍‌ ସାର୍ଟିଫିକେଟ୍‌, ଅର୍ଥାତ୍‌ ଏନ୍‌ଏସ୍‌ସି।

ଏହି ଯୋଜନାରେ ଏକକାଳୀନ ଟଙ୍କା ଜମା କରି ୫ ବର୍ଷ ପରେ ସୁଧରୁ ହିଁ ୫ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିବାର ସୁଯୋଗ ରହିଛି।

ପୋଷ୍ଟ ଅଫିସର ଏହି ଯୋଜନାରେ ନିବେଶ କରିବା ପାଇଁ ଆପଣଙ୍କୁ ସେୟାର ବଜାରର ଉତ୍‌ଥାନ ପତନକୁ ନେଇ ଚିନ୍ତା କରିବାକୁ ପଡ଼ିବନି।

ଏହା ଏକ ସରକାରୀ କ୍ଷୁଦ୍ର ସଞ୍ଚୟ ଯୋଜନା।

ଏଥିରେ ନିର୍ଦ୍ଧାରିତ ସୁଧ ହାରରେ ରିଟର୍ଣ୍ଣ ମିଳିଥାଏ।

ଦିଆଯାଇଥିବା ତଥ୍ୟ ଅନୁସାରେ, ଏନ୍‌ଏସ୍‌ସିରେ ବାର୍ଷିକ ୭.୭ ପ୍ରତିଶତ ସୁଧ ମିଳୁଛି।

ଏହି ସୁଧ ଚକ୍ରବୃଦ୍ଧି ହାରରେ ହିସାବ ହୁଏ ଏବଂ ନିବେଶ ଅବଧି ଶେଷରେ ମୂଳଧନ ସହ ସୁଧ ମିଳିଥାଏ।

ତେଣୁ ଦୀର୍ଘମିଆଦୀ ସଞ୍ଚୟ ପାଇଁ ଏହା ଏକ ଆକର୍ଷଣୀୟ ବିକଳ୍ପ ହୋଇପାରେ।

Advertisment Strawberry Farming: ଷ୍ଟ୍ରବେରି ଚାଷ କରି ଜାତିସଂଘର ୧୦୦ ମହିଳାଙ୍କ ତାଲିକାରେ ଜେଡ୍ଟି ଲାଲରିଥାଙ୍ଗି ଏବେ ଜାଣନ୍ତୁ ଏହି ସ୍କିମ୍‌ରେ କେତେ ଟଙ୍କା ନିବେଶ କଲେ ମିଳିବ ଏତେ ବଡ଼ ରିଟର୍ଣ୍ଣ।

ଯଦି ଆପଣ ଏକାଥରକେ ୧୧ ଲକ୍ଷ ୫୦ ହଜାର ଟଙ୍କା ନିବେଶ କରନ୍ତି, ତେବେ ୫ ବର୍ଷ ପରେ ୭.୭ ପ୍ରତିଶତ ସୁଧ ହାର ଅନୁସାରେ ଏହା ପ୍ରାୟ ୧୬ ଲକ୍ଷ ୬୬ ହଜାର ଟଙ୍କା ହୋଇପାରେ।

ଅର୍ଥାତ୍‌ କେବଳ ସୁଧରୁ ଆପଣଙ୍କ ରୋଜଗାର ପ୍ରାୟ ୫ ଲକ୍ଷ ୧୬ ହଜାର ଟଙ୍କା!

ତେବେ ଏହି ରିଟର୍ଣ୍ଣ ନିର୍ଦ୍ଧାରିତ ସୁଧ ହାର ଏବଂ ନିବେଶ ଅବଧି ଉପରେ ନିର୍ଭର କରିବ।

କେବଳ ଭଲ ସୁଧ ନୁହେଁ, ଏହି ଯୋଜନାରେ ଟିକସ ସଞ୍ଚୟର ମଧ୍ୟ ସୁଯୋଗ ରହିଛି।

ଆୟକର ଆଇନର ଧାରା ୮୦ସି ଅନୁସାରେ ଯୋଗ୍ୟ ନିବେଶ ଉପରେ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ମିଳିପାରେ।

ମାତ୍ର ଏହି ସୁବିଧା ପୁରୁଣା ଟିକସ ବ୍ୟବସ୍ଥାରେ ନିୟମ ଅନୁସାରେ ଉପଲବ୍ଧ।

ଏହି ଯୋଜନାରେ ସର୍ବନିମ୍ନ ୧ ହଜାର ଟଙ୍କାରୁ ନିବେଶ ଆରମ୍ଭ କରିହେବ।

ତେବେ ମନେ ରଖନ୍ତୁ, ସୁଧ ହାର ସମୟ ସହ ବଦଳିପାରେ ଏବଂ ଏହାର ସର୍ତ୍ତାବଳୀ ଜାଣି ନିବେଶ କରିବା ଉଚିତ।

ତେଣୁ ଆଖିବୁଜି ନିବେଶ ନକରି, ନିଜ ଆର୍ଥିକ ସ୍ଥିତି ଅନୁସାରେ ନିଷ୍ପତ୍ତି ନିଅନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)