Raid: ୭୯ ଜୁଆ ଆଡ୍ଡା ଉପରେ ଚଢ଼ଉ, ୪୪୦ ଜୁଆଡ଼ି ଗିରଫ

Oct 23, 2026 - 16:42
Raid: ୭୯ ଜୁଆ ଆଡ୍ଡା ଉପରେ ଚଢ଼ଉ, ୪୪୦ ଜୁଆଡ଼ି ଗିରଫ

ଛତ୍ରପୁର (ବସନ୍ତ ମହାରଣା): ପାର୍ବଣ ଋତୁରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ଉପରେ ପୁଲିସର ଚଢ଼ଉ ଅଭିଯାନ ଜୋରଦାର ହୋଇଛି।

ଗତ ତିନି ଦିନ ମଧ୍ୟରେ ଗଞ୍ଜାମ ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମୋଟ ୭୯ଟି ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଛି।

ଏହି ଚଢ଼ଉରେ ୪୪୦ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଥିବା ବେଳେ ୧୧ ଲକ୍ଷ ୬୪ ହଜାର ୯୩୬ ଟଙ୍କା ନଗଦ, ୧୧୩ଟି ମୋବାଇଲ ଫୋନ୍‌ ଓ ୨୫ଟି ଗାଡ଼ି ଜବତ କରାଯାଇଛି।

Advertisment ସେହିପରି ଅକ୍ଟୋବର ୨୨ ତାରିଖରେ ଗୋଟିଏ ଦିନରେ ୨୧ଟି ଥାନା ଅଞ୍ଚଳରେ ୪୨ଟି ଜୁଆ ଆଡ୍ଡାରେ ଚଢ଼ାଉ କରାଯାଇଥିଲା।

ଏଥିରେ ୨୫୦ ଜଣ ଜୁଆଡ଼ି ଗିରଫ ହୋଇଥିବା ବେଳେ ୭ ଲକ୍ଷ ୯ ହଜାର ୮୭୧ ଟଙ୍କା ନଗଦ, ୬୯ଟି ମୋବାଇଲ ଫୋନ୍‌ ଓ ୧୧ଟି ଗାଡ଼ି ଜବତ ହୋଇଥିଲା।

ପୁଲିସ ସୂଚନା ଅନୁଯାୟୀ, ଭଞ୍ଜନଗର ଥାନା ପକ୍ଷରୁ ସର୍ବାଧିକ ୫ଟି ମାମଲା ରୁଜୁ କରାଯାଇ ୨୯ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି।

ସେହିପରି ହିଞ୍ଜିଳିକାଟୁ ଥାନା ପକ୍ଷରୁ ୨ଟି ମାମଲାରେ ୯୧ ହଜାର ୩୪୦ ଟଙ୍କା ଜବତ ସହ ୫ ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି।

Gambler's House: ଜୁଆଡ଼ିଙ୍କ ଘରେ ପୁଲିସର ଚଢ଼ଉ, ୧୫ ଲକ୍ଷ ଟଙ୍କା ଜବତ ପାର୍ବଣ ସମୟରେ ଜୁଆ ଖେଳ ସମେତ ବିଭିନ୍ନ ବେଆଇନ କାର୍ଯ୍ୟକଳାପ ଉପରେ ପୁଲିସର କଡ଼ା ନଜର ରହିଛି ବୋଲି ଗଞ୍ଜାମ ଏସ୍‌ପି ହରିଶ ବି.ସି.

କହିଛନ୍ତି।

ବେଆଇନ ଜୁଆ ଖେଳ କିମ୍ବା ଅନ୍ୟ କୌଣସି ଅପରାଧିକ କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ ୧୧୨କୁ ଯୋଗାଯୋଗ କରି ପୁଲିସକୁ ସୂଚନା ଦେବାକୁ ସେ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)