Akka Trailer Released: ନେଟଫ୍ଲିକ୍ସରେ ଆସୁଛି କୀର୍ତ୍ତି ସୁରେଶ ଓ ରାଧିକା ଆପ୍ଟେଙ୍କ ଧମାକାଦାର ସିରିଜ୍ 'ଆକ୍କା'
ମୁମ୍ବାଇ: ନେଟଫ୍ଲିକ୍ସ ଏବଂ ୱାଇଆରଏଫ୍ ଏଣ୍ଟରଟେନମେଣ୍ଟର ମିଳିତ ପ୍ରଯୋଜନାରେ ନିର୍ମିତ ଆଗାମୀ ଗ୍ୟାଙ୍ଗଷ୍ଟର୍ ସିରିଜ୍ ' ଆକ୍କା' ର ଟ୍ରେଲର୍ ରିଲିଜ୍ ହୋଇଛି ।
ଆସନ୍ତା ଅକ୍ଟୋବର ୩୦ ତାରିଖରେ ନେଟଫ୍ଲିକ୍ସରେ ରିଲିଜ୍ ହେବାକୁଥିବା ଏହି ସିରିଜ୍ଟି ଏକ କାଳ୍ପନିକ ରାଜ୍ୟ 'ପେର୍ନୁରୁ'ର କାହାଣୀ ଉପରେ ପର୍ଯ୍ୟବସିତ, ଯେଉଁଠାରେ ନାରୀମାନେ କ୍ଷମତାର ମଧ୍ୟବିନ୍ଦୁରେ ରହିଛନ୍ତି ।
Advertisment ଆହୁରି ପଢ଼ନ୍ତୁ: ଶୀତଦିନେ ବାୟୁ ପ୍ରଦୂଷଣରୁ ଆଖିକୁ କିପରି ସୁରକ୍ଷା ଦେବେ?
ଜାଣନ୍ତୁ ଜରୁରୀ ଟିପ୍ସ କାହାଣୀର ମୁଖ୍ୟ ଆକର୍ଷଣ 'ପେର୍ନୁରୁ' ରାଜ୍ୟରେ ମହିଳାମାନେ ଆଗରୁ ଶାସନ କରିଆସୁଥିବା ବେଳେ, ଜଣେ ବାହାର ବ୍ୟକ୍ତିଙ୍କ ଆଗମନ ପରେ ସେଠାକାର ପୁରୁଣା ପରମ୍ପରା ଏବଂ କ୍ଷମତା ସନ୍ତୁଳନରେ ଫାଟ ସୃଷ୍ଟି ହୋଇଥାଏ ।
ଏହି ସିରିଜ୍ରେ କୀର୍ତ୍ତି ସୁରେଶ 'ଭବାନୀ' ଓ ରାଧିକା ଆପ୍ଟେ 'ରୁଦ୍ରା' ଭୂମିକାରେ ଅଭିନୟ କରୁଛନ୍ତି ।
ଦୁହେଁ ଅତ୍ୟନ୍ତ ଶକ୍ତିଶାଳୀ ଓ ସେମାନଙ୍କର ଲକ୍ଷ୍ୟ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ, ଯାହାକି କ୍ଷମତା, ପରିବାର ଏବଂ ପ୍ରତିଶୋଧର ଏକ ଏପିକ୍ ସାଗାକୁ ପରଦାକୁ ଆଣିବ ।
ନିର୍ଦ୍ଦେଶନା ଏବଂ ଷ୍ଟାର୍ କାଷ୍ଟ ଧର୍ମରାଜ ଶେଟ୍ଟୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହି ସିରିଜ୍ ମାଧ୍ୟମରେ ଗ୍ୟାଙ୍ଗଷ୍ଟର୍ ଜେନ୍ରାକୁ ଏକ ନୂତନ ରୂପ ଦେବାକୁ ପ୍ରୟାସ କରାଯାଇଛି ।
ଏଥିରେ କୀର୍ତ୍ତି ଓ ରାଧିକାଙ୍କ ବ୍ୟତୀତ ତନଭୀ ଆଜମୀ, ମହେଶ ମଞ୍ଜରେକର, ଅଂଶୁମାନ ପୁଷ୍କର ଓ ମୋନିକା ପାୱାର ପ୍ରମୁଖ କଳାକାର ମଧ୍ୟ ଅଭିନୟ କରିଛନ୍ତି ସିଂହାସନ ପଛର ଏହି ଲଢ଼େଇରେ ଶେଷରେ କିଏ ବାଜି ମାରିବ, ତାହା ଆସନ୍ତା ଅକ୍ଟୋବର ୩୦ ତାରିଖରେ ହିଁ ଜଣାପଡ଼ିବ ।
ଆହୁରି ପଢ଼ନ୍ତୁ: ରେହାନ୍ ଭଦ୍ରା ପ୍ରସଙ୍ଗ: ବିଜେପିର ଦାବି କଂଗ୍ରେସରେ ରାହୁଲ ବନାମ ପ୍ରିୟଙ୍କା ଗାନ୍ଧୀ ଲଢ଼େଇ ଚାଲିଛି ଅଧିକ ଦେଖନ୍ତୁ:
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
