Uttar Pradesh: ଫେରି ଆସିଲେ ସ୍ୱାମୀ! ୭୫ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିବାକୁ ମନା କଲେ ୩୦ ବର୍ଷୀୟା ବ୍ଲଗର

Oct 23, 2026 - 18:47
Uttar Pradesh: ଫେରି ଆସିଲେ ସ୍ୱାମୀ! ୭୫ ବର୍ଷୀୟ ବୃଦ୍ଧଙ୍କୁ ବିବାହ କରିବାକୁ ମନା କଲେ ୩୦ ବର୍ଷୀୟା ବ୍ଲଗର

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ର ଔରେୟା ଜିଲ୍ଲାର ୭୫ ବର୍ଷୀୟ ବୃଦ୍ଧ ରାମ ସୁଗର ଏବଂ ୩୦ ବର୍ଷୀୟା ବ୍ଲଗର ରୀନା ରାଜପୁତଙ୍କ ଅନନ୍ୟ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

କିନ୍ତୁ ଏବେ ଏହି ସମ୍ପର୍କରେ ନୂଆ ମୋଡ଼ ଆସିଛି।

ସୋସିଆଲ ମିଡିଆରେ ନିର୍ବନ୍ଧ ଓ ହଳଦୀ ରସମ୍‌ର ଭିଡିଓ ଯୋଗୁଁ ଚର୍ଚ୍ଚାକୁ ଆସିଥିବା ଏହି ପ୍ରେମ କାହାଣୀରେ ଏବେ ନୂଆମୋଡ଼ ଦେଖା ଦେଇଛି।

ବ୍ଲଗର ରୀନା ଏକ ନୂଆ ଭିଡିଓ ଜାରି କରି ରାମ ସୁଗରଙ୍କୁ ବିବାହ କରିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି।

ରୀନାଙ୍କ କହିବା ଅନୁଯାୟୀ, ତାଙ୍କୁ ଛାଡ଼ି ଚାଲିଯାଇଥିବା ସ୍ୱାମୀ ଏବେ ଫେରି ଆସିଛନ୍ତି ଏବଂ ଦୁହେଁ ପୁଣିଥରେ ବିବାହ କରିଛନ୍ତି।

ତେଣୁ ସେ ରାମ ସୁଗରଙ୍କ ସହ ହୋଇଥିବା ନିର୍ବନ୍ଧକୁ ସ୍ବୀକାର କରୁନାହାନ୍ତି।

ଭାଇରାଲ ପ୍ରେମ କାହାଣୀରେ ୟୁଟର୍ଣ୍ଣ ରାମ ସୁଗର ଓ ରୀନା ରାଜପୁତଙ୍କ ନିର୍ବନ୍ଧ ଏବଂ ହଳଦୀ ରସମ୍‌ର ପ୍ରସ୍ତୁତି ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବା ପରେ ଦୁହେଁ ଚର୍ଚ୍ଚାକୁ ଆସିଥିଲେ।

୭୫ ବର୍ଷୀୟ ବୃଦ୍ଧ ଏବଂ ୩୦ ବର୍ଷୀୟା ବ୍ଲଗରଙ୍କ ବିବାହକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଥିଲା।

ଏହି ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା।

କିନ୍ତୁ ଯେଉଁ ପ୍ରେମ କାହାଣୀକୁ ଲୋକେ ବିବାହ ପର୍ଯ୍ୟନ୍ତ ପହଞ୍ଚିବାର ଦେଖିବାକୁ ଅପେକ୍ଷା କରିଥିଲେ, ତାହାର ଶେଷ ଏବେ ସମ୍ପୂର୍ଣ୍ଣ ଭାବେ ଭିନ୍ନ ମୋଡ଼ ନେଇଛି।

ସ୍ୱାମୀ ଫେରି ଆସିଲେ, ଏବେ ବିବାହର ପ୍ରଶ୍ନ ଉଠୁନାହିଁ: ରୀନା ରୀନା ରାଜପୁତ ନୂଆ ଭିଡିଓରେ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ ଛାଡ଼ି ଚାଲିଯାଇଥିଲେ।

ସେହି ସମୟରେ ପରିବାରରେ ଗମ୍ଭୀର ବିବାଦ ଚାଲିଥିଲା।

ପରିସ୍ଥିତି ଏପରି ଥିଲା ଯେ, ତାଙ୍କୁ କାହାର ସହଯୋଗ ମିଳୁ ନଥିଲା।

ଏହି ସମୟରେ ସେ ରାମ ସୁଗରଙ୍କ ଝିଅ ରାଧାଙ୍କ ସହ କଥା ହୋଇଥିଲେ ଏବଂ ରାମ ସୁଗରଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏବେ ତାଙ୍କ ସ୍ୱାମୀ ଫେରି ଆସିଛନ୍ତି ଏବଂ ପରିବାରରେ ଚାଲିଥିବା ବିବାଦ ମଧ୍ୟ ଶେଷ ହୋଇଛି।

ଏଭଳି ପରିସ୍ଥିତିରେ ରାମ ସୁଗରଙ୍କୁ ବିବାହ କରିବାର ଆଉ କୌଣସି ପ୍ରଶ୍ନ ଉଠୁନାହିଁ।

ତାଙ୍କ ପରିବାରର ଲୋକମାନେ ମଧ୍ୟ ଏହି ବିବାହକୁ ବିରୋଧ କରୁଛନ୍ତି।

ସ୍ୱାମୀଙ୍କ ଫେରିବା ଏବଂ ପରିବାରର ବିରୋଧ ପରେ ରୀନା ପୂର୍ବରୁ ହୋଇଥିବା ନିର୍ବନ୍ଧକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେ ସ୍ପଷ୍ଟ କରିଛନ୍ତି ଯେ, ଏବେ ତାଙ୍କ ପରିବାର ପୁଣିଥରେ ଏକାଠି ହୋଇଛି ଏବଂ ସେ ନିଜର ପୁରୁଣା ଜୀବନକୁ ଫେରିବାକୁ ଚାହୁଁଛନ୍ତି।

ଏହି ମାମଲାକୁ ନେଇ ତାଙ୍କୁ ବାରମ୍ବାର ହଇରାଣ ନକରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।

ସ୍ୱାମୀଙ୍କ ସହ ରୀନାଙ୍କ ନୂଆ ଭିଡିଓ ଭାଇରାଲ ରୀନା ରାଜପୁତଙ୍କ ସ୍ୱାମୀଙ୍କ ସହ ଏକ ନୂଆ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।

ଏହି ଭିଡିଓରେ ରୀନା ନିଜ ସ୍ୱାମୀଙ୍କ ସହ ବେଶ୍ ଖୁସି ଥିବା ଦେଖାଯାଉଛନ୍ତି।

ଦୁହେଁ ପରସ୍ପରକୁ ବରମାଳା ପିନ୍ଧାଉଥିବା ନଜର ଆସୁଛନ୍ତି।

ଏହାପରେ ରୀନା ନିଜ ସ୍ୱାମୀଙ୍କ ପାଦ ଛୁଇଁ ପ୍ରଣାମ କରିବା ସହ ତାଙ୍କୁ ଆଲିଙ୍ଗନ କରୁଛନ୍ତି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭିଡିଓଟିକୁ ନେଇ ସୋସିଆଲ ମିଡିଆରେ ପୁଣି ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ; ପ୍ରସ୍ତୁତି ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)