EPFO's Central Board: ଇପିଏଫ୍ ପେନସନ୍ ବଢ଼ିପାରେ
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି)ର ୨୪୦ତମ ବୈଠକ ଆସନ୍ତାମାସ ୧୯ ତାରିଖରେ ଗୁଜରାଟର ଗିର୍ଠାରେ ଅନୁଷ୍ଠିତ ହେବ।
ଏହି ବୈଠକରେ ଟ୍ରଷ୍ଟ ସର୍ବନିମ୍ନ ପେନସନ୍ ବୃଦ୍ଧି ନେଇ ନିଷ୍ପତ୍ତି ନେଇପାରେ।
ଏହି ପ୍ରସଙ୍ଗ ବୈଠକର ଏଜେଣ୍ଡାରେ ରହିପାରେ ବୋଲି ଦୁଇଟି ସୂତ୍ରରୁ ଜଣାଯାଇଛି।
Advertisment ଉଲ୍ଲେଖଯୋଗ୍ୟ, ୨୦୧୪ ସେପ୍ଟେମ୍ବରରୁ ସର୍ବନିମ୍ନ ମାସିକ ଇପିଏଫ୍ ପେନସନ୍ ୧୦୦୦ ଟଙ୍କା କରାଯାଇଛି।
ଦରଦାମ ଓ ଜୀବନଯାପନ ଖର୍ଚ୍ଚ ବୃଦ୍ଧି କାରଣରୁ ଏହି ରାଶି ପେନସନ୍ଭୋଗୀଙ୍କ ପାଇଁ ଯଥେଷ୍ଟ ହେଉନାହିଁ।
ତେଣୁ ସର୍ବନିମ୍ନ ମାସିକ ପେନସନ୍ ରାଶି ୭୫୦୦ ଟଙ୍କାକୁ ବଢ଼ାଇବା ସହ ଏଥିରେ ମହଙ୍ଗା ଭତ୍ତାକୁ ଯୋଡ଼ିବା ପାଇଁ ପେନସନଭୋଗୀ ଓ ଶ୍ରମିକ ସଂଗଠନଗୁଡ଼ିକ ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି।
ମାସିକ ୧୦୦୦ ଟଙ୍କା ପେନସନ୍ ପ୍ରଦାନ ବାବଦରେ କେନ୍ଦ୍ର ସରକାର ପ୍ରତିବର୍ଷ ବଜେଟ୍ ସହାୟତା ପ୍ରଦାନ କରୁଛନ୍ତି।
ତେଣୁ ସର୍ବନିମ୍ନ ପେନସନ୍ ରାଶି ବଢ଼ାଇବା ଆର୍ଥିକ ଦୃଷ୍ଟିରୁ କେତେ ସମ୍ଭବ ସେ ନେଇ ବିଚାରବିମର୍ଶ ହେବ।
ଗତ ସେପ୍ଟେମ୍ବରରେ କର୍ମଚାରୀମାନଙ୍କ ପାଇଁ ଇପିଏଫ୍ର ସର୍ବୋଚ୍ଚ ବେତନ ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଆଗାମୀ ବୈଠକରେ ପେନସନ୍ ରାଶି ବୃଦ୍ଧି ଉପରେ ଆଲୋଚନା ସମ୍ଭାବନା ରହିଛି।
କୋଟିଆ ପ୍ରସଙ୍ଗରେ ରାଜନୀତି ନ କରି ନବୀନ ବାବୁ ୨୪ ବର୍ଷର ହିସାବ ଦିଅନ୍ତୁ: ବିଜେପି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
