PhonePe Payment Dispute Turns Violent: ବିଚ୍ ବଜାରରେ ଯାତ୍ରା କଳାକାରଙ୍କୁ ମାଡ଼, ଭାଇରାଲ୍ ହେଲା ଭିଡିଓ
ବିଚ୍ ବଜାରରେ ଯାତ୍ରା କଳାକାରଙ୍କୁ ମାଡ଼।
ଚାପୁଡ଼ା ପରେ ଚାପୁଡ଼ା ମାରିଲେ, ସାର୍ଟ କଲର ଧରି ପିଟିଲେ।
ଭୁଲ ମାଗିବା ପରେ ବି ଛାଡ଼ିଲେନି।
ଏଭଳି ମାଡ଼ ମାରିବା ସହ ପୂରା ଘଟଣାର ଭିଡିଓ କରି ଭାଇରାଲ କରିଦେଲେ।
ମାଡ଼ ଖାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଯାତ୍ରା କଳାକାର ସୌମ୍ୟ ମିଶ୍ର ଓରଫ ଜୁନିୟର ବାବୁସାନ।
ଘଟଣା ଭଦ୍ରକ ସହରର ପୋଷ୍ଟ ଅଫିସ ଛକରେ ଘଟିଥିଲା।
ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ସୌମ୍ୟ ଜଣେ ଦୋକାନୀଙ୍କଠାରୁ ଟି-ସାର୍ଟ କିଣିଥିଲେ।
ହେଲେ ଟଙ୍କା ନଦେଇ ଫୋନ୍ ପେ'ରେ ପେମେଣ୍ଟ କରିଥିବା କହିଥିଲେ।
Advertisment ଏହାକୁ ନେଇ ଦୋକାନୀଙ୍କ ସହ ତାଙ୍କର ଯୁକ୍ତିତର୍କ ଓ ପରେ ହାତାହାତି ହୋଇଥିବା ଅଭିଯୋଗ ହୋଇଛି।
କେବଳ ଏହି ଦୋକାନ ନୁହେଁ, ପୂର୍ବରୁ RMC ମାର୍କେଟର ଅନ୍ୟ ଏକ ଦୋକାନରୁ ମଧ୍ୟ ସମାନ ଢଙ୍ଗରେ ଜିନିଷ କିଣି ଫୋନ୍ ପେ'ରେ ଟଙ୍କା ଦେଇଥିବା କହି ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ।
ତେବେ ଫୋନ୍ ପେ' ପେମେଣ୍ଟକୁ ନେଇ ଏହି ବିବାଦ ଉପୁଜିଥିବା କୁହାଯାଉଛି।
ଜଣେ ବ୍ୟବସାୟୀ ମଧ୍ୟ ସୌମ୍ୟଙ୍କୁ ଜଣେ ଯାତ୍ରା କଳାକାର ବୋଲି ଚିହ୍ନାଇ ତାଙ୍କ ବିରୋଧରେ ଫୋନ୍ ପେ' ଠକେଇ ଅଭିଯୋଗ କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।
ଏପଟେ ଏହି ମାଡ଼ ମାରିବା ଘଟଣାର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି।
ତେବେ ଫୋନ୍ ପେ'ରେ ଟଙ୍କା ହେରଫେର ଅଭିଯୋଗର ସତ୍ୟତା କଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଅନ୍ୟପଟେ ଜଣେ କଳାକାର ଭୁଲ କରିଥିଲେ ମଧ୍ୟ ତାଙ୍କୁ ଆଇନ ହାତକୁ ନେଇ ବିଚ୍ ରାସ୍ତାରେ ମାଡ଼ ମାରିବାକୁ କିଏ ଅଧିକାର ଦେଲା, ତାକୁ ନେଇ ପ୍ରଶ୍ନ ଉଠୁଛି।
ଏ ସମ୍ପର୍କରେ ସୌମ୍ୟ ମିଶ୍ରଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
...
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
