Athagarh Elephant News: ଜଙ୍ଗଲ ଛାଡ଼ି କ୍ରିକେଟ ପଡ଼ିଆରେ ବୁଲୁଛି ହାତୀ; ଘଉଡ଼ାଇବାକୁ ଲୋକଙ୍କ ଦାବି
ଜଙ୍ଗଲରେ ଛାଡ଼ି କ୍ରିକେଟ ପଡ଼ିଆରେ ବୁଲୁଛି ହାତୀ।
ନେଟ୍ ପ୍ରାକ୍ଟିସ୍ ଚାଲିଥିବା ସ୍ଥାନରେ ହଠାତ୍ ପଶି ଆସିଲା ହାତୀ।
ପାଚେରୀ ଭାଙ୍ଗି କ୍ୟାମ୍ପସ୍ ଭିତରେ ଆରମ୍ଭ କଲା ଭଙ୍ଗାରୁଜା।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ଅଞ୍ଚଳରେ।
କପୁରସିଂ ନିକଟ ୫୫ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ସ୍ପୋର୍ଟସ୍ ସ୍କୁଲ ପରିସରରେ ଗତକାଲି ରାତିରେ ଏହି ହାତୀ ଆତଙ୍କ ଖେଳାଇଥିଲା।
Advertisment ହାତୀ ପାଚେରୀ ଭାଙ୍ଗି ସ୍କୁଲ କ୍ୟାମ୍ପସ୍ ଭିତରକୁ ପଶି ଆସିଥିଲା।
ସୁରକ୍ଷାକର୍ମୀ ଘଉଡ଼ାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ବନ ବିଭାଗକୁ ଖବର ଦେଇଥିଲେ।
ପରେ ଖୁଣ୍ଟୁଣୀ ବନ ବିଭାଗର କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ପରେ ହାତୀଟିକୁ କ୍ୟାମ୍ପସ୍ ବାହାରକୁ ଘଉଡ଼ାଇଥିଲେ।
ଗାଁ ମଧ୍ୟରେ ପଶି ଧନଜୀବନ ନଷ୍ଟ କରୁଛନ୍ତି ହାତୀ।
ତୁରନ୍ତ ହାତୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
କ୍ରିକେଟ ପଡ଼ିଆରେ ବୁଲୁଛି ହାତୀ ଜଙ୍ଗଲରେ ଛାଡ଼ି କ୍ରିକେଟ ପଡ଼ିଆରେ ହାତୀ ଆଠଗଡ଼ ବନଖଣ୍ଡ ଖୁଣ୍ଟୁଣୀ ଅଞ୍ଚଳରେ ହାତୀ ଆତଙ୍କ ହାତୀଙ୍କୁ ଜଙ୍ଗଲକୁ ଘଉଡ଼ାଇବାକୁ ଲୋକଙ୍କ ଦାବି Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
