Snake: ବିଷାକ୍ତ ସାପ କାମୁଡ଼ିବା ପରେ ଜୀଅନ୍ତା ସାପକୁ ନେଇ ଡାକ୍ତରଖାନାରେ ପହଞ୍ଚିଲେ ପରିବାର
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କଟଣାପାଣି ଗ୍ରାମର ଜଣେ ମହିଳା ଙ୍କୁ ମକା ଜମିରେ କାମ କରିବା ସମୟରେ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।
ସାପ କାମୁଡ଼ିବା ପରେ ଚିକିତ୍ସା ପାଇଁ ଜୀଅନ୍ତା ସାପକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପହଞ୍ଚିଥିଲେ ପରିବାର ।
Advertisment ସୂଚନା ପ୍ରକାରେ, କଟଣାପାଣି ଗ୍ରାମର ରାଜୁ ସାନ୍ତା ଏବଂ ତାଙ୍କ ସ୍ତ୍ରୀ ସାଡ୍ରି ସାନ୍ତା(୩୮) ଘରୁ ଦୁଇ କିଲୋମିଟର ଦୂରରେ ଥିବା ମକା ଜମିରେ କାମ କରିବା ପାଇଁ ଯାଇଥିଲେ।
ଦିନ ୯ଟା ସମୟରେ ମକା ଜମିରେ କାମ କରିବା ସମୟରେ ହଠାତ ସାଡ୍ରିଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା।
ସାପ କାମୁଡ଼ିବା ପରେ ସ୍ବାମୀରାଜୁ ସାପକୁ ଧରିବା ସହ ଏକ ବୋତଲରେ ରଖି ଦେଇଥିଲେ।
ପରେ ପରିବାର ଲୋକ ଏକ ବାଇକ ଯୋଗେ ଜୀଅନ୍ତା ସାପକୁ ନେଇ ସାଡ୍ରିଙ୍କ ଚିକିତ୍ସା ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ସାଡ୍ରିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ପ୍ରାଥମିକ ଚିକିତ୍ସା ପରେ ସାଡ୍ରିଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ସନ୍ତୋଷ ପ୍ରଧାନ ସୂଚନା ଦେଇଛନ୍ତି।
ଅନ୍ୟ ପକ୍ଷେ ଝରିଗାଁ ବନ ବିଭାଗ ଖବର ପାଇ ଜୀଅନ୍ତା ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ପାଇଁ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି।
DA Increased: ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀମାନଙ୍କ ପାଇଁ ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
