Arjun Kapoor New Girlfriend: ଗୁରୁପର୍ବରେ ଅର୍ଜୁନ-ସାହିବାଙ୍କ ସେଲଫି ଭାଇରାଲ୍, ଡେଟିଂ ଚର୍ଚ୍ଚାକୁ ନେଇ ବଢ଼ିଲା ସସ୍‌ପେନ୍ସ!

Nov 25, 2026 - 15:08
Arjun Kapoor New Girlfriend: ଗୁରୁପର୍ବରେ ଅର୍ଜୁନ-ସାହିବାଙ୍କ ସେଲଫି ଭାଇରାଲ୍, ଡେଟିଂ ଚର୍ଚ୍ଚାକୁ ନେଇ ବଢ଼ିଲା ସସ୍‌ପେନ୍ସ!

ବଲିଉଡ୍‌ରେ ପୁଣି ଏକ ନୂଆ ଲଭ୍ ଷ୍ଟୋରୀକୁ ନେଇ ଚର୍ଚ୍ଚା।

ଅଭିନେତା ଅର୍ଜୁନ କପୁରଙ୍କ ଜୀବନରେ ଆଉ କେହି ଆସିଛନ୍ତି କି?

ଅଭିନେତ୍ରୀ ତଥା କଣ୍ଟେଣ୍ଟ କ୍ରିଏଟର ସାହିବା ବାଲିଙ୍କ ସହ ତାଙ୍କ ନାଁ ଯୋଡ଼ା ହେବା ପରେ ଏବେ ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଗୁରୁପର୍ବରେ ଉଭୟଙ୍କ ଏକ ସେଲଫି ଏବଂ ସାହିବାଙ୍କ ମଜାଦାର କ୍ୟାପସନ୍ ଏବେ ଚର୍ଚ୍ଚାରେ ।

Advertisment 'ଅଧା ପ୍ରସାଦ ଖାଇଦେଲି...' କାହା ପାଇଁ ଏମିତି ଲେଖିଲେ ସାହିବା?

ନଭେମ୍ବର ୨୪ରେ ଗୁରୁପର୍ବ ଅବସରରେ ସାହିବା ଇନଷ୍ଟାଗ୍ରାମ ଷ୍ଟୋରୀରେ ଅର୍ଜୁନ କପୁରଙ୍କ ସହ ଏକ ସେଲଫି ଶେୟାର କରିଥିଲେ।

ଉଭୟ ମୁଣ୍ଡରେ କପଡ଼ା ଘୋଡ଼ାଇ ଏକାଠି ପୋଜ୍ ଦେଇଥିଲେ।

ଫଟୋ ସହ ସାହିବା ଲେଖିଥିଲେ, 'ମୁଁ ତାଙ୍କ ଅଧା ପ୍ରସାଦ ବି ଖାଇଦେଲି।

ହାପି ଗୁରୁପର୍ବ।' ବାସ୍, ଏହି ଗୋଟିଏ କ୍ୟାପସନ୍ ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଯାଇଛି ନୂଆ ଚର୍ଚ୍ଚା।

ଉଭୟଙ୍କ ମଧ୍ୟରେ କେବଳ ବନ୍ଧୁତା ନା ଏହାଠାରୁ ଆହୁରି କିଛି ଅଧିକ ସମ୍ପର୍କ ରହିଛି, ତାକୁ ନେଇ ପ୍ରଶଂସକଙ୍କ ମନରେ ଉଠିଛି ପ୍ରଶ୍ନ।

କିଛି ୟୁଜର୍ସ ଏହାକୁ ଉଭୟଙ୍କ ସମ୍ପର୍କର ପ୍ରଥମ ସାର୍ବଜନୀନ ଇଙ୍ଗିତ ବୋଲି କହୁଛନ୍ତି।

ହେଲେ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ ଡେଟିଂ ଖବରକୁ ନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ।

Advertisment ଅର୍ଜୁନ ଓ ସାହିବାଙ୍କ ନିକଟତାକୁ ନେଇ ପ୍ରଥମେ ଜୁଲାଇ ମାସରେ ଚର୍ଚ୍ଚା ହୋଇଥିଲା।

ଲଣ୍ଡନର ପ୍ରସିଦ୍ଧ ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍ ଦେଖିବାକୁ ଉଭୟ ଏକାଠି ପହଞ୍ଚିଥିଲେ।

ଜୁଲାଇ ୧୯ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟଙ୍କୁ ପାଖାପାଖି ବସିଥିବା ଦେଖିବାକୁ ମିଳିଥିଲା।

ଉଭୟଙ୍କ ପୋଷାକର ରଙ୍ଗ ମଧ୍ୟ ନୀଳ ଥିଲା।

ଏହାର ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଅର୍ଜୁନଙ୍କ ଜନ୍ମଦିନରେ ବି ଥିଲା ସ୍ପେଶାଲ୍ ପୋଷ୍ଟ ଅର୍ଜୁନଙ୍କ ଜନ୍ମଦିନରେ ମଧ୍ୟ ସାହିବାଙ୍କ ଏକ ପୋଷ୍ଟ ଖୁବ୍ ଚର୍ଚ୍ଚାକୁ ଆସିଥିଲା।

ଅର୍ଜୁନଙ୍କ ଫଟୋ ଶେୟାର କରି ତାଙ୍କୁ 'ସମସ୍ତଙ୍କର ବେଷ୍ଟ ଫ୍ରେଣ୍ଡ୍' ବୋଲି କହିଥିଲେ।

ଏହା ସହ ଓଜନ କମାଇବା ବନ୍ଦ କରି କେକ୍ ଖାଇବାକୁ ମଜାଳିଆ ଢଙ୍ଗରେ ପରାମର୍ଶ ଦେଇଥିଲେ।

ଏହାର ଜବାବରେ ଅର୍ଜୁନ ମଧ୍ୟ ତାଙ୍କ ସହ ଯୋଗ ଦେବାକୁ ଅପେକ୍ଷା କରିଥିବା ଲେଖିଥିଲେ।

ମଲାଇକାଙ୍କଠାରୁ ବ୍ରେକ୍‌ଅପ୍ ପରେ ନୂଆ ସମ୍ପର୍କ?

ଅର୍ଜୁନ କପୁର ପୂର୍ବରୁ ଅଭିନେତ୍ରୀ ମଲାଇକା ଆରୋରାଙ୍କ ସହ ପ୍ରାୟ ୬ ବର୍ଷ ଧରି ସମ୍ପର୍କରେ ଥିଲେ।

୨୦୧୮ରେ ଉଭୟ ନିଜ ସମ୍ପର୍କକୁ ସାର୍ବଜନୀନ କରିଥିଲେ।

ତେବେ ୨୦୨୪ରେ ଉଭୟଙ୍କ ବ୍ରେକ୍‌ଅପ୍ ଖବର ସାମ୍ନାକୁ ଆସିଥିଲା।

ତେବେ ଗୁରୁପର୍ବର ଗୋଟିଏ ସେଲଫି ଓ ଅଧା ପ୍ରସାଦର କାହାଣୀ ଏବେ ବଲିଉଡ୍‌ରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ଅର୍ଜୁନ ଓ ସାହିବାଙ୍କ ମଧ୍ୟରେ ପ୍ରକୃତରେ ପ୍ରେମ ସମ୍ପର୍କ ଅଛି ନା ଏହା କେବଳ ବନ୍ଧୁତା, ତାହା ଜାଣିବାକୁ ପ୍ରଶଂସକଙ୍କ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)