Flex-Fuel Version Set to Launch: ପେଟ୍ରୋଲ ନୁହେଁ, ୧୦୦% ଇଥାନଲରେ ଚାଲିବ ୭-ସିଟର୍ ଗାଡ଼ି
ଭାରତରେ ଆଜି ଲଞ୍ଚ ହେବାକୁ ଯାଉଛି ଏତ କଂପାନୀର ନୂଆ ଫ୍ଲେକ୍ସ-ଫ୍ୟୁଏଲ୍ କାର୍।
ଏହା ହେଉଛି ନୂଆ ଫ୍ଲେକ୍ସ-ଫ୍ୟୁଏଲ୍ ଭର୍ସନ୍ ।
ଏହା ୧୦୦ ପ୍ରତିଶତ ଇଥାନଲରେ ଚାଲିପାରିବ।
ଏହି ଫ୍ଲେକ୍ସ-ଫ୍ୟୁଏଲ୍ କାର୍ ଲଞ୍ଚ କାର୍ଯ୍ୟକ୍ରମରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଉପସ୍ଥିତ ରହିବେ ବୋଲି କୁହାଯାଇଛି।
Advertisment ଏହି କଂପାନୀ ନିକଟରେ ଇଣ୍ଡୋନେସିଆରେ ଏହି କାର୍ର ଅପଡେଟେଡ୍ ଭର୍ସନ୍ ଲଞ୍ଚ କରିଥିଲା।
ଭାରତରେ ଆସୁଥିବା ନୂଆ ହାଇକ୍ରସ୍ରେ କେବଳ ନୂଆ ପାୱାରଟ୍ରେନ୍ ନୁହେଁ, ଏକ୍ସଟେରିୟର୍ ଓ ଇଣ୍ଟେରିୟର୍ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ଇଥାନଲ୍ ଇନ୍ଧନ ହେବ ମୁଖ୍ୟ ଆକର୍ଷଣ ଫ୍ଲେକ୍ସ-ଫ୍ୟୁଏଲ୍ ଭର୍ସନ୍ର ବଡ଼ ବିଶେଷତା ହେଉଛି ଏହା ୧୦୦ ପ୍ରତିଶତ ଇଥାନଲରେ ଚାଲିବାକୁ ସକ୍ଷମ।
ଇଥାନଲ୍ ମିଶ୍ରିତ ଇନ୍ଧନକୁ ନେଇ ଚିନ୍ତିତ ଗ୍ରାହକଙ୍କ ପାଇଁ ଏହା ଏକ ବିକଳ୍ପ ହୋଇପାରେ।
ତେବେ ଏହି କାର୍ର ଭାରତୀୟ ବଜାରରେ ଉପଲବ୍ଧତା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ।
ଦେଶର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ମାତ୍ର E85 ଇନ୍ଧନ ମିଳୁଥିବାରୁ ଏହାର ବ୍ୟବହାର ଓ ଉପଲବ୍ଧତା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।
ତଥାପି, ଏହିପରି କାର୍ଗୁଡ଼ିକ E20 ପେଟ୍ରୋଲରେ ମଧ୍ୟ ଚାଲିପାରିବ।
Advertisment ଲୁକ୍ରୁ ଫିଚର୍ସ ପର୍ଯ୍ୟନ୍ତ ନୂଆ ଅପଡେଟ୍ ଏଥିରେ ନୂଆ ହେଡ୍ଲାଇଟ୍ ହାଉସିଂ, ପରିବର୍ତ୍ତିତ ଗ୍ରିଲ୍ ଓ ନୂଆ ବମ୍ପର୍ ମିଳିପାରେ।
ଏହାର ଲୁକ୍କୁ ଅଧିକ ବୋଲ୍ଡ୍ କରିବା ପାଇଁ ନୂଆ ଆଲୟ ହ୍ୱିଲ୍ ଏବଂ ପଛ ପଟେ ପରିବର୍ତ୍ତିତ ଟେଲ୍ଲ୍ୟାମ୍ପ୍ସ ମଧ୍ୟ ଦିଆଯାଇପାରେ।
କ୍ୟାବିନ୍ରେ ୧୨.୩ ଇଞ୍ଚର ସେଣ୍ଟ୍ରାଲ୍ ଟଚ୍ସ୍କ୍ରିନ୍ ମିଳିପାରେ।
କିଛି ଭାରିଆଣ୍ଟରେ ୧୨.୩ ଇଞ୍ଚର ଡିଜିଟାଲ୍ ଡ୍ରାଇଭର୍ ଡିସ୍ପ୍ଲେ ମଧ୍ୟ ରହିପାରେ।
ଏବେର ମଡେଲ୍ରେ ୧୦.୧ ଇଞ୍ଚର ଇନ୍ଫୋଟେନ୍ମେଣ୍ଟ୍ ସିଷ୍ଟମ୍ ରହିଛି।
ଇଞ୍ଜିନ୍ ବିଷୟରେ କହିବାକୁ ଗଲେ, ବର୍ତ୍ତମାନର ପେଟ୍ରୋଲ୍ ଭର୍ସନ୍ରେ ୨.୦ ଲିଟର୍ ନ୍ୟାଚୁରାଲି ଆସ୍ପିରେଟେଡ୍ ଇଞ୍ଜିନ୍ ୧୭୩ ଏଚ୍ପି ପାୱାର୍ ଦେଉଛି।
ହାଇବ୍ରିଡ୍ ଭର୍ସନ୍ର ଆଉଟ୍ପୁଟ୍ ୧୮୪ ଏଚ୍ପି।
ନୂଆ ମଡେଲ୍ରେ ଭେଣ୍ଟିଲେଟେଡ୍ ଫ୍ରଣ୍ଟ୍ ସିଟ୍, ପାନୋରାମିକ୍ ସନ୍ରୁଫ୍, ଆଡାପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍ ଓ ପ୍ରି-କଲିଜନ୍ ଆସିଷ୍ଟ୍ ଭଳି ଫିଚର୍ସ ମିଳିପାରେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
