BJP Reviews Ministers Ground-Level Performance: ମନ୍ତ୍ରୀଙ୍କ କାମର ହେବ ସମୀକ୍ଷା, ନିର୍ଦ୍ଦେଶ ନମାନିଲେ କଟିବ ଟିକେଟ୍!

Nov 26, 2026 - 17:13
BJP Reviews Ministers Ground-Level Performance: ମନ୍ତ୍ରୀଙ୍କ କାମର ହେବ ସମୀକ୍ଷା, ନିର୍ଦ୍ଦେଶ ନମାନିଲେ କଟିବ ଟିକେଟ୍!

୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ରଣନୀତି।

ନିଜ ମନ୍ତ୍ରୀଙ୍କ କାମର ହିସାବ ନେବାକୁ ଏବେ ମଇଦାନକୁ ଓହ୍ଲାଇଛି ଦଳ।

ସମସ୍ତ ପ୍ରଭାରୀ ମନ୍ତ୍ରୀଙ୍କୁ ନିଜ ଦାୟିତ୍ୱରେ ଥିବା ଅଞ୍ଚଳରେ ଲଗାତାର ୩ ଦିନ ରହିବା ସହ ରାତିରେ ସେଠାରେ ହିଁ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେବଳ ଦିନରେ କାର୍ଯ୍ୟକ୍ରମ କରି ଫେରିଆସିଲେ ଆଉ ଚଳିବ ନାହିଁ।

Advertisment ମନ୍ତ୍ରୀମାନେ ସ୍ଥାନୀୟ ସଂଗଠନର କାମ ଯାଞ୍ଚ କରିବେ, କର୍ମୀଙ୍କୁ ଭେଟିବେ ଏବଂ ଲୋକଙ୍କ ସମସ୍ୟା ଶୁଣିବେ।

ଏହାସହ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସିଧାସଳଖ ଭେଟି, ସେମାନଙ୍କ ପାଖରେ ପ୍ରକୃତରେ ସୁବିଧା ପହଞ୍ଚୁଛି କି ନାହିଁ, ତାହାର ରିପୋର୍ଟ ପ୍ରସ୍ତୁତ କରିବେ।

ସବୁଠାରୁ ବଡ଼ କଥା ହେଉଛି, କେଉଁ ମନ୍ତ୍ରୀ ନିଜ ଅଞ୍ଚଳରେ ରାତି ରହୁଛନ୍ତି ଏବଂ କିଏ ଏହାକୁ ଏଡ଼ାଉଛନ୍ତି, ତାହାର ମଧ୍ୟ ନଜର ରଖାଯିବ।

ପୂରା ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ପାଖକୁ ପଠାଯିବ।

ଯେଉଁ ମନ୍ତ୍ରୀ ଏହି ନିର୍ଦ୍ଦେଶ ପାଳନ କରିବେ ନାହିଁ, ଆଗାମୀ ନିର୍ବାଚନରେ ସେମାନଙ୍କ ଟିକେଟ୍ ଦାବି ଉପରେ ମଧ୍ୟ ପ୍ରଭାବ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

Advertisment ଏପଟେ ଉତ୍ତରପ୍ରଦେଶର ଏନ୍‌ଡିଏ ମେଣ୍ଟକୁ ନେଇ ମଧ୍ୟ ବଡ଼ ଖବର ଆସୁଛି।

ସୂତ୍ର ଅନୁସାରେ, ଡିସେମ୍ବର ପ୍ରଥମ ସପ୍ତାହରେ ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ମେଣ୍ଟ ସହଯୋଗୀ ଦଳମାନଙ୍କ ମଧ୍ୟରେ ବୈଠକ ହୋଇପାରେ।

ସଞ୍ଜୟ ନିଷାଦ ଓ ଓମ୍‌ପ୍ରକାଶ ରାଜଭରଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଆସନ ଦାବି ଏବଂ ବୟାନ ପରେ, ଆସନ ବଣ୍ଟନ ଫର୍ମୁଲା ନେଇ ଆଲୋଚନା ହେବାର ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)