SRK Sends Defamation Notice to Influencer: ଭାଇରାଲ୍ ଭିଡିଓକୁ ନେଇ ଶାହରୁଖଙ୍କ ଆକ୍ସନ୍, ଇନ୍‌ଫ୍ଲୁଏନ୍ସରଙ୍କୁ ୪୮ ଘଣ୍ଟାର ମହଲତ

Nov 26, 2026 - 10:48
SRK Sends Defamation Notice to Influencer: ଭାଇରାଲ୍ ଭିଡିଓକୁ ନେଇ ଶାହରୁଖଙ୍କ ଆକ୍ସନ୍, ଇନ୍‌ଫ୍ଲୁଏନ୍ସରଙ୍କୁ ୪୮ ଘଣ୍ଟାର ମହଲତ

ବଲିଉଡ୍‌ର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ ଏକ ଭାଇରାଲ୍ ଇନ୍‌ଷ୍ଟାଗ୍ରାମ୍ ରିଲ୍‌କୁ ନେଇ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ସୁଭିଗ୍ୟ ଶର୍ମାଙ୍କୁ ଆଇନଗତ ନୋଟିସ୍ ପଠାଇଛନ୍ତି।

ଏହି ଭିଡିଓରେ ଶିଳ୍ପପତି ଅନନ୍ତ ଅମ୍ବାନୀଙ୍କ ସହ ତାଙ୍କ କଥାବାର୍ତ୍ତାକୁ ଭୁଲ୍ ଭାବେ ଦେଖାଯାଇଥିବା ଅଭିଯୋଗ କରି ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ସୁଭିଗ୍ୟ ଶର୍ମାଙ୍କୁ ଓକିଲଙ୍କ ଜରିଆରେ ନୋଟିସ୍ ପଠାଇଛନ୍ତି।

Advertisment ଭାଇରାଲ୍ ରିଲ୍‌ରେ ଆଧ୍ୟାତ୍ମିକ ଗୁରୁ ସଦ୍‌ଗୁରୁଙ୍କ ସହ ଅନନ୍ତ ଅମ୍ବାନୀଙ୍କ କଥାବାର୍ତ୍ତାର ଦୃଶ୍ୟ ସହ ଶାହରୁଖ ଖାନ୍ ଓ ଅନନ୍ତ ଅମ୍ବାନୀଙ୍କ ଅନ୍ୟ ଏକ ଭିଡିଓ କ୍ଲିପ୍ ଯୋଡ଼ାଯାଇଥିଲା।

ଏହି ରିଲ୍‌ରେ ଶାହରୁଖଙ୍କୁ କଥାବାର୍ତ୍ତା ସମୟରେ ଚୁପ୍ ରହିବାକୁ କୁହାଯାଇଥିବା ଦାବି କରାଯାଇଥିଲା।

ତେବେ ଏହି ଦାବିକୁ ଶାହରୁଖଙ୍କ ଓକିଲ ମିଥ୍ୟା ଓ ଭ୍ରମାତ୍ମକ ବୋଲି କହିଛନ୍ତି।

ନଭେମ୍ବର ୨୩ ତାରିଖରେ ଜାରି ହୋଇଥିବା ଆଇନଗତ ନୋଟିସ୍‌ରେ ଉକ୍ତ ଭିଡିଓ ଓ ଏହାର କ୍ୟାପ୍‌ସନ୍‌କୁ ଉଦ୍ଦେଶ୍ୟମୂଳକ, ଭ୍ରମାତ୍ମକ ଏବଂ ମାନହାନିକାରକ ବୋଲି ଦର୍ଶାଯାଇଛି।

ଭିଡିଓର ପ୍ରକୃତ ପ୍ରସଙ୍ଗକୁ ବିକୃତ କରି ଅଭିନେତାଙ୍କ ଛବି ଓ ସମ୍ମାନକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ ହୋଇଥିବା ନୋଟିସ୍‌ରେ ଅଭିଯୋଗ କରାଯାଇଛି।

Advertisment ଶାହରୁଖଙ୍କ ଆଇନଜୀବୀ ଦଳ ଇନ୍‌ଫ୍ଲୁଏନ୍ସର ସୁଭିଗ୍ୟ ଶର୍ମାଙ୍କୁ ୪୮ ଘଣ୍ଟା ମଧ୍ୟରେ ପାଞ୍ଚଟି ଦାବି ପୂରଣ କରିବାକୁ କହିଛନ୍ତି।

ଏଥିରେ ବିବାଦୀୟ ଇନ୍‌ଷ୍ଟାଗ୍ରାମ୍ ରିଲ୍‌କୁ ତୁରନ୍ତ ହଟାଇବା, ଏଭଳି ଦାବିକୁ ଆଉ ପ୍ରସାର ନକରିବା, ଭିଡିଓ ସହ ଜଡ଼ିତ କ୍ୟାପ୍‌ସନ୍ ଓ ବିବୃତିକୁ ହଟାଇବା କିମ୍ବା ସଂଶୋଧନ କରିବାକୁ ଦାବି କରିଛନ୍ତି।

ଏହାସହ ମୂଳ ଭିଡିଓ ଫୁଟେଜ୍ ଓ ପ୍ରକାଶନ ସମ୍ପର୍କିତ ସମସ୍ତ ରେକର୍ଡ ସୁରକ୍ଷିତ ରଖିବା ସହ ନୋଟିସ୍‌ର ନିର୍ଦ୍ଦେଶ ପାଳନ କରାଯାଇଥିବା ନେଇ ଲିଖିତ ଭାବେ ଜଣାଇବାକୁ କୁହାଯାଇଛି।

ଅନ୍ୟପଟେ, ଶାହରୁଖଙ୍କ ଓକିଲଙ୍କଠାରୁ ନୋଟିସ୍ ପାଇବା ପରେ ସୁଭିଗ୍ୟ ଶର୍ମା ମଧ୍ୟ ଏହାର ଜବାବ ଦେଇଛନ୍ତି।

ଏକ ନୂଆ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ଭିଡିଓରେ ଯାହା ଦେଖାଯାଇଛି, ସେ ସେହି ଘଟଣାକୁ ନେଇ କେବଳ ନିଜ ମତ ରଖିଛନ୍ତି।

ଏହାକୁ ମାନହାନି କହିବା ଠିକ୍ ନୁହେଁ।

ନିଜ ମତ ପ୍ରକାଶ କରିବାର ଅଧିକାର ସମସ୍ତଙ୍କର ରହିଛି ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)