MLA Anant Singh’s : ବିଧାୟକଙ୍କ ଝିଅ ବିବାହ ମଣ୍ଡପରେ ସାପ: ଅତିଥିଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

Nov 25, 2026 - 18:13
MLA Anant Singh’s : ବିଧାୟକଙ୍କ ଝିଅ ବିବାହ ମଣ୍ଡପରେ ସାପ: ଅତିଥିଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ: ବିହାର ର ମୋକାମା ବିଧାନସଭା କ୍ଷେତ୍ରର ବିଧାୟକ ଅନନ୍ତ ସିଂହଙ୍କ ପୈତୃକ ଗ୍ରାମ 'ନାଦୱାନ'ରେ ତାଙ୍କ ଝିଅ ଶିବାଙ୍ଗୀ ସିଂହଙ୍କ ବିବାହ ଉପଲକ୍ଷେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

ଏହି ଉତ୍ସବରେ ରାଜ୍ୟ ତଥା ଦେଶର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି ଏବଂ ଗ୍ରାମରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ହେଲିକପ୍ଟର ମଧ୍ୟ ଅବତରଣ କରିଛି।

ଅତିଥିମାନଙ୍କ ପାଇଁ ବିପୁଳ ଭୋଜିର ଆୟୋଜନ କରାଯିବା ସହ ଏଠାରେ ଏକ ଘୋଡ଼ା ଦୌଡ଼ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଛି।

Advertisment ସାହସିକତାର ସହ ସାପକୁ ଧରି ଫିଙ୍ଗି ଦେଲେ ଯୁବକ ଉତ୍ସବ ଚାଲିଥିବା ସମୟରେ, ବିବାହ ମଣ୍ଡପରେ ହଠାତ୍ ଏକ ସାପ ଦେଖାଯିବାରୁ କିଛି କ୍ଷଣ ପାଇଁ ଆତଙ୍କ ଖେଳିଯାଇଥିଲା।

ସାପଟିକୁ ଦେଖି ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା, କିନ୍ତୁ ଜଣେ ଯୁବକ ଅତ୍ୟନ୍ତ ସାହସିକତାର ସହ ଖାଲି ହାତରେ ସାପଟିକୁ ଧରି ପକାଇଥିଲେ।

ସେ କିଛି ସମୟ ପାଇଁ ସାପଟିକୁ ନିୟନ୍ତ୍ରଣରେ ରଖିବା ପରେ ମଣ୍ଡପଠାରୁ ବହୁ ଦୂରରେ ଫିଙ୍ଗି ଦେଇଥିଲେ।

ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶିବାଙ୍ଗୀ ସିଂହଙ୍କ ବିବାହରେ ପ୍ରବଳ ଜନସମାଗମ ଶିବାଙ୍ଗୀ ସିଂହଙ୍କ ବିବାହରେ ଯୋଗ ଦେବାକୁ ଆସୁଥିବା ଅନେକ ଅତିଥିଙ୍କୁ ବିବାହ ସ୍ଥଳରେ ପହଞ୍ଚିବା ପାଇଁ ପ୍ରାୟ ୧୦ କିଲୋମିଟର ଚାଲିବାକୁ ପଡ଼ିଛି।

ବାର୍ ରେଳ ଷ୍ଟେସନରେ ମଧ୍ୟ ଦୂରଦୂରାନ୍ତରୁ ଆସୁଥିବା ସମର୍ଥକ ଏବଂ ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଛି।

କୁହାଯାଉଛି ଯେ, ଅନନ୍ତ ସିଂହ ଏହି ବିଶେଷ ଉତ୍ସବ ପାଇଁ କେବଳ ବିହାରରୁ ନୁହେଁ, ବରଂ ସମଗ୍ର ଦେଶରୁ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ, ଯେଉଁ କାରଣରୁ ତାଙ୍କ ପୈତୃକ ଗ୍ରାମ ନାଦୱାନ ବର୍ତ୍ତମାନ ଏକ ମେଳା ପରି ଦେଖାଯାଉଛି।

View this post on Instagram ପାଟନାର ନାଦୱାନ ସ୍ଥିତ ବିବାହ ସ୍ଥଳରେ ଅତିଥିମାନଙ୍କ ଆଗମନ ଜାରି ରହିଛି।

ଏହି ବିଶାଳ ଆୟୋଜନରେ ଅନେକ ହାଇ-ପ୍ରୋଫାଇଲ୍ ରାଜନେତା ଯୋଗ ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଲାଲନ ସିଂହ, ଉତ୍ତର ପ୍ରଦେଶର ପୂର୍ବତନ ସାଂସଦ ବ୍ରଜଭୂଷଣ ଶରଣ ସିଂହ ଏବଂ ପୂର୍ବତନ ସାଂସଦ ସାଧୁ ଯାଦବ ପ୍ରମୁଖ ଉପସ୍ଥିତ ରହି ବର-କନ୍ୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବ୍ୟାଟ୍‌ ପାଖକୁ ବଲ୍‌ ଆସୁଥିଲା, ନିଜର ଶକ୍ତି ଉପରେ ଭରସା ଥିଲା: ବୈଭବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)