Meal Register Entry 103: ଖଜୁରିଆପଡ଼ା ସ୍କୁଲ୍‌: ଉପସ୍ଥିତ ୧୧, ମଧ୍ୟାହ୍ନଭୋଜନ ଚିଠା ୧୦୩

Oct 31, 2026 - 04:18
Meal Register Entry 103: ଖଜୁରିଆପଡ଼ା ସ୍କୁଲ୍‌: ଉପସ୍ଥିତ ୧୧, ମଧ୍ୟାହ୍ନଭୋଜନ ଚିଠା ୧୦୩

ବାଲିପାଟଣା: ବାଲିପାଟଣା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧୀନରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ ଏବଂ ପରିଚାଳନାରେ ବ୍ୟାପକ ଅନିୟମିତତା ଦେଖାଦେଇଛି।

ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନଭୋଜନ ହରିଲୁଟ୍‌ ହେଉଥିବା ସଂଗୀନ ଅଭିଯୋଗ ଆସୁଛି।

ଗୁରୁବାର ସ୍ଥାନୀୟ ଜନ ପ୍ରତିନିଧି ଓ ପରିଚାଳନା କମିଟି ସଦସ୍ୟ ଅଚାନକ ବିଦ୍ୟାଳୟ ଗସ୍ତରେ ଆସି ଅନିୟମିତତାର ପର୍ଦ୍ଦାଫାଶ କରିଛନ୍ତି।

ସ୍କୁଲରେ ମାତ୍ର ୧୧ ଜଣ ପିଲା ଥିବା ସ୍ଥଳେ ୧୦୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରନ୍ଧା ହୋଇଥିବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ରିପୋର୍ଟ ଦିଆଯାଇଛି।

ଆଉ ଏକ ସାଙ୍ଘାତିକ ତ୍ରୁଟି ନଜରକୁ ଆସିଥିଲା।

ମଧ୍ୟାହ୍ନ ୩ଟାରେ ବିଦ୍ୟାଳୟ ଉପସ୍ଥାନ ପୂରଣ ହୋଇ ନଥିବା ଧରାପଡ଼ିଥିଲା।

ଏନେଇ ବିଇଓଙ୍କ ଦୃଷ୍ଟିଗୋଚର କରିଥିଲେ।

ଘଟଣା ଉପରେ ତୁରନ୍ତ ୩ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାପଡ଼ିଛି।

Advertisment Ramky waste transport: ରାମ୍‌କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ ଅନିୟମିତତା ଧରିଲେ ଜିଲ୍ଲା ପରିଷଦ ସଦସ୍ୟ, କାରଣ ଦର୍ଶାଅ ନୋଟିସ ଜାରିକଲେ ବିଇଓ ନରିଶୋ ପଞ୍ଚାୟତ ଖଜୁରିଆପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକା ସହ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୩ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି।

ବିଭିନ୍ନ ସମୟରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହେରଫେର ହେଉଥିବା ସ୍ଥାନୀୟ ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ନଜରକୁ ଆସିଥିଲା।

ଗତକାଲି ଜିଲ୍ଲା ପରିଷଦ ସଦସ୍ୟ ପବିତ୍ର ମୋହନ ପଟେଲ ଓ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ର, ଆଲୁମ୍‌ନି ସଭାପତି ରମେଶ ଚନ୍ଦ୍ର ସ୍ୱାଇଁ, ୱାର୍ଡସଭ୍ୟ ତପନ ସେଠୀ ଏବଂ ଅଭିଭାବକମାନେ ଦିନ ୨ଟା ୪୫ରେ ବିଦ୍ୟାଳୟରେ ପହଞ୍ଚିଥିଲେ।

ସେତେବେଳେ ମାତ୍ର ୨ଟି ଶ୍ରେଣୀଗୃହ ଖୋଲା ରହିଥିଲା।

ମାତ୍ର ୧୧ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

କେତେ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ରୋଷେଇ ହୋଇଥିବା ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଫୋନ୍‌ କରି ବୁଝିଥିଲେ।

ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

VIP security: ନକ୍ସଲବାଦ ହ୍ରାସ ପରେ ଛତିଶଗଡ଼ରେ ୧୦୦ରୁ ଅଧିକ ନେତାଙ୍କ ସୁରକ୍ଷା କମିବ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ୧୦୩ ଜଣଙ୍କ ପାଇଁ ରନ୍ଧା ହୋଇଥିବା ଚିଠା ଦେଇଥିଲେ।

ଖୋଳତାଡ଼ ପରେ ବିଦ୍ୟାଳୟରେ ଉପସ୍ଥାନ ତଦନ୍ତ କରାଯାଇଥିଲା।

ସ୍କୁଲ ଛୁଟି ହେବା ସମୟ ହୋଇଥିଲା ବେଳେ ଉପସ୍ଥାନ ପଡ଼ି ନ ଥିବା ସନ୍ଦେହ ବଢ଼ାଇଥିଲା।

ପ୍ରଧାନଶିକ୍ଷୟିତ୍ରୀ କୁନି ରାଉତଙ୍କୁ ଅନିୟମିତତା ସମ୍ପର୍କରେ ପଚାରିବାରୁ, ସେ ଗାଁକୁ ସର୍ଭେ କରିବାକୁ ଯାଇଥିବା ସମୟରେ ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟାହ୍ନଭୋଜନ ତାଲିକା ଦେଇଥିବା ସଫେଇ ଦେଇଥିଲେ।

ଏନେଇ ବ୍ଲକ୍‌ ଶିକ୍ଷାଧିକାରୀ ନାରାୟଣ ଦାସ ଦୁର୍ନୀତି ଘଟଣାକୁ ସ୍ୱୀକାର କରିବା ସହ ସମ୍ପୃକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ୩ ଦିନ ଭିତରେ ଉତ୍ତର ରଖିବାକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)