31 OCTOBER 2026

Welcome!

Unlock your personalized experience.
Sign Up

ପକ୍ଷୀ ଦେଖିଲେ ସକ୍ରିୟ ହୁଏ ମସ୍ତିଷ୍କ

Oct 31, 2026 - 04:34
ପକ୍ଷୀ ଦେଖିଲେ ସକ୍ରିୟ ହୁଏ ମସ୍ତିଷ୍କ

ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ଓ ଗଛ ଡାଳରେ ରଙ୍ଗବିରଙ୍ଗ ପକ୍ଷୀଙ୍କ ଦୃଶ୍ୟ ମନକୁ ଖୁସି କରିଦିଏ। ତେବେ ଏହା ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ଗବେଷଣା ଅନୁସାରେ, ପକ୍ଷୀ ଦେଖିବାର ଅଭ୍ୟାସ ସ୍ମୃତିଶକ୍ତି, ଏକାଗ୍ରତା ଓ ଚିନ୍ତା କରିବାର କ୍ଷମତାକୁ ସକ୍ରିୟ ରଖିବାରେ ସହାୟକ ହୋଇଥାଏ। କାନାଡାର ଟରଣ୍ଟୋସ୍ଥିତ ବେକ୍ରେଷ୍ଟ ଏକାଡେମିର ଗବେଷକ ଏରିକ୍ ୱିଙ୍ଗ୍ ପକ୍ଷୀ ଚିହ୍ନିବାରେ ଅଭିଜ୍ଞ ଓ ନୂଆ କରି ଚିହ୍ନା ଶିଖୁଥିବା ବ୍ୟକ୍ତିଙ୍କ ମସ୍ତିଷ୍କର ଏମ୍‌ଆର୍‌ଆଇ ପରୀକ୍ଷା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ଅଭିଜ୍ଞ ପକ୍ଷୀପ୍ରେମୀଙ୍କ ମସ୍ତିଷ୍କର କିଛି ଅଂଶ ଅଧିକ ସକ୍ରିୟ ଥାଏ। ଏହି ଅଂଶଗୁଡ଼ିକ ପକ୍ଷୀଙ୍କୁ ଚିହ୍ନିବା, ସେମାନଙ୍କୁ ଧ୍ୟାନର ସହ ଦେଖିବା ଓ ମନେ ରଖିବାରେ ସାହାଯ୍ୟ କରେ। ବିଶେଷଜ୍ଞଙ୍କ ମତରେ, ନୂଆ ପକ୍ଷୀଙ୍କୁ ଚିହ୍ନିବା ସହ ସେମାନଙ୍କ ରଙ୍ଗ, ଆକାର, ସ୍ୱର ଓ ଗତିବିଧି ମନେ ରଖିବା ଦ୍ୱାରା ମସ୍ତିଷ୍କ ସକ୍ରିୟ ରହେ। ଏହା ମସ୍ତିଷ୍କର ନୂଆ କଥା ଶିଖିବା ଓ ଅନୁଭୂତି ଅନୁସାରେ ନିଜକୁ ବଦଳାଇବାର କ୍ଷମତାକୁ ବଢ଼ାଇଥାଏ। ବିଜ୍ଞାନ ଭାଷାରେ ଏହି କ୍ଷମତାକୁ ‘ନ୍ୟୁରୋପ୍ଲାଷ୍ଟିସିଟି’ କୁହାଯାଏ।

SBI: ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ପକ୍ଷରୁ ସତର୍କତା ସଚେତନତା ସପ୍ତାହ

ଏହାର ଉପକାରିତା ଗବେଷଣାଗାରରେ ସୀମିତ ନାହିଁ। ଜର୍ମାନୀର ୬୫ଟି ବୃଦ୍ଧାଶ୍ରମରେ ପକ୍ଷୀଙ୍କ ପାଇଁ ଖାଦ୍ୟ ରଖିବାର ବ୍ୟବସ୍ଥା କରାଯାଇଥିଲା। ଏହାଦ୍ୱାରା ବୃଦ୍ଧାଶ୍ରମର ବାସିନ୍ଦାମାନେ ପକ୍ଷୀଙ୍କୁ ଦେଖିବା ସହ ସେମାନଙ୍କ ଗତିବିଧି ଉପରେ ଧ୍ୟାନ ଦେବାର ସୁଯୋଗ ପାଇଥିଲେ। ମାତ୍ର ୩ରୁ ୪ ସପ୍ତାହ ମଧ୍ୟରେ କେତେକଙ୍କ ସ୍ମୃତିଶକ୍ତି ଓ ଏକାଗ୍ରତାରେ ସୁଧାର ଦେଖାଯାଇଥିଲା। ସେହିପରି, ପୋଲାଣ୍ଡର ୩୮୮ ଜଣ ପକ୍ଷୀପ୍ରେମୀଙ୍କୁ ନେଇ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ପକ୍ଷୀ ଦେଖିବା ଅଭ୍ୟାସ ମାନସିକ ଖୁସି ଓ ଶାନ୍ତି ବଢ଼ାଇବାରେ ସହାୟକ ହୋଇପାରେ। ପକ୍ଷୀଦେଖା ବା ‘ବାର୍ଡ ଵାଚିଂ’ ସଉକ ପାଇଁ ଅଧିକ ଖର୍ଚ୍ଚ କିମ୍ବା ପ୍ରସ୍ତୁତି ଦରକାର ନାହିଁ। ବାଲକୋନିରେ ବସି ପକ୍ଷୀଙ୍କ ରଙ୍ଗ, ସ୍ୱର ଓ ଗତିବିଧିକୁ ନିରୀକ୍ଷଣ କରି ଏହି ଅଭ୍ୟାସ ଆରମ୍ଭ କରିହେବ।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)