31 OCTOBER 2026

Welcome!

Unlock your personalized experience.
Sign Up

Odisha Tata Naval HPC: ଖେଳାଳିଙ୍କୁ ବାଟ କଢ଼ାଉଛି ଓଡ଼ିଶା ଟାଟା ନାଭାଲ୍‌ ଏଚ୍‌ପିସି

Oct 31, 2026 - 04:18
Odisha Tata Naval HPC: ଖେଳାଳିଙ୍କୁ ବାଟ କଢ଼ାଉଛି ଓଡ଼ିଶା ଟାଟା ନାଭାଲ୍‌ ଏଚ୍‌ପିସି

ଭୁବନେଶ୍ବର: ସୁନ୍ଦରଗଡ଼କୁ ହକିର ଏନ୍ତୁଡିଶାଳ କୁହାଯାଇପାରେ, କିନ୍ତୁ ଖେଳାଳି ଗଢ଼ିବା ଏବଂ ସେମାନଙ୍କୁ ଆଗକୁ ବଢ଼ିବାର ବାଟ ଦେଖାଉଛି ଓଡ଼ିଶା ଟାଟା ନାଭାଲ୍‌ ହକି ଏଚ୍‌ପିସି (ହାଇ ପରଫର୍ମାନ୍ସ ସେଣ୍ଟର୍‌)। କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଥିବା ଏହି ଏଚ୍‌ପିସିକୁ ଟାଟା ଷ୍ଟିଲ୍‌ ଓ ଟାଟା ଟ୍ରଷ୍ଟ୍‌ର ମିଳିତ ପ୍ରୟାସରେ ପରିଚାଳନା କରୁଛି ହକି ଏସ୍‌ ଫାଉ‌ଣ୍ଡେସନ୍। ତୃଣମୂଳସ୍ତରର‌ ଖେଳାଳିଙ୍କୁ ତାଲିମ ଦେବା, ପ୍ରତିଯୋଗିତା ଯୋଗାଇବାଠାରୁ ଆରମ୍ଭ କରି କ୍ୟାରିୟର ଗଢ଼ିବାରେ ପ୍ରମୁଖ ଭୂମିକା ତୁଲାଉଛି। ୮ ବ‌ର୍ଷ ବୟସରୁ ୧୯ ବର୍ଷ ଯାଏ ଖେଳାଳିଙ୍କ ଅସଲ ସମୟରେ ସେମାନଙ୍କୁ ଶାଣିତ କରି ଭାରତୀୟ ଦଳ ପାଇଁ ପ୍ରତିଭା ଯୋଗାଣର ବଡ଼ ମାଧ୍ୟମ ହୋଇଛି। ରାଜ୍ୟର ୧୭ ଜିଲ୍ଲାରେ ୩୩ ତୃଣମୂଳ କେନ୍ଦ୍ର ମାଧ୍ୟମରେ ଖେଳାଳିଙ୍କୁ ଆଗକୁ ବଢ଼ିବାର ବାଟ ଦେଖାଉଛି ଏହି ଅନୁଷ୍ଠାନ। ୭ ବ‌ର୍ଷର ଯାତ୍ରାରେ ଏହି ଏଚ୍‌ପିସି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି। ଓଡ଼ିଶା ସରକାରଙ୍କ ଭିତ୍ତିଭୂମି ଉପରେ ପ୍ରତିଷ୍ଠା ହୋଇଥିବା ଏହି ଏଚ୍‌ପିସିର ଶୁଭାରମ୍ଭ ହୋଇଥିଲା ୨୦୧୯ ମସିହାରେ। ୨୦୨୦ରୁ ତୃଣମୂଳ କେନ୍ଦ୍ରମାନ ଖୋଲିବା ଆରମ୍ଭ କରିଥିଲା ରାଜ୍ୟର ବିଭିନ୍ନ ପ୍ରାନ୍ତରେ। ୭ ବର୍ଷର ଯାତ୍ରାରେ ଏଚ୍‌ପିସି ଉଲ୍ଲେଖନୀୟ ସଫଳତା ହାସଲ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। 

Ramky waste transport: ରାମ୍‌କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ

ଏହି ଯାତ୍ରା ମଧ୍ୟରେ ୨୨ ଜଣ ଖେଳାଳି ଜାତୀୟ ଶିବିର ପାଇଁ ଡାକରା ପାଇପାରିଛନ୍ତି। ହକି ଇଣ୍ଡିଆ ଲିଗ୍‌ରେ ୧୫ ବାଳକ ଓ ୫ ବାଳିକା ଖେଳିବାର ଅଭିଜ୍ଞତା ପାଇଛନ୍ତି। ୨୩ ଜଣ ଦେଶସାରା ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି। ଦଳଗତ ଭାବେ ଏଚପିସିର ୧୪ ବ‌ର୍ଷରୁ କମ୍‌ ବାଳକ ଦଳ କ୍ରମାଗତ ଦୁଇବର୍ଷ ୨୦୨୫ ଓ ୨୦୨୬ରେ ସର୍ବଭାରତୀୟ କେଡି ସିଂହ ବାବୁ ଟୁର୍ଣ୍ଣାମେଣ୍ଟ୍‌ ଜିତିବାରେ ସଫଳ ହୋଇଛନ୍ତି। ୨୦୨୫ରେ ୧୬ ବର୍ଷରୁ କମ୍‌ ଦଳ ଏସଏନବିପି ପ୍ରତିଯୋଗିତାରେ ରନର୍ସ ଅପ୍‌ ହୋଇଥିଲା। ୨୦୨୦ ଆରମ୍ଭ କରି ୨୯୦ ଜଣ ପ୍ରତିଭା ବିଭିନ୍ନ କ୍ରୀଡ଼ା ଛାତ୍ରାବାସରେ ସାମିଲ ହୋଇଛନ୍ତି। କ୍ରମାଗତ ଦୁଇ ବର୍ଷ ହକି ଇଣ୍ଡିଆ ଜୁନିୟର୍‌ ବାଳିକା ଏକାଡେମୀରେ ବିଜେତା ହେବା ଅଗ୍ରଗତିର ଅନ୍ୟତମ ନମୂନା ଦେଖାଇଛି। ଜାତୀୟ ବାଳକ ପ୍ରତିଯୋଗିତାରେ ଓଡ଼ିଶାକୁ ବିଜେତା କରିବାରେ ଏଚ୍‌ପିସିର ୯ ଜଣ ପ୍ରତିଭାଙ୍କ ଅବଦାନ ରହିଥିଲା।

ଶ୍ରୀଜେଶଙ୍କ ସ୍ଥାନ ନେବି: ବିବେକ

Horoscope 2026 October 31: ଜାଣନ୍ତୁ ଆଜିର ରାଶିଫଳ...

ଗତ ସେପ୍ଟେମ୍ବର ମାସରେ ଚୀନରେ ଅନୁଷ୍ଠିତ କନିଷ୍ଠ ଏସିଆ କପ୍‌ରେ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲେ ବିବେକ ଲାକ୍ରା। ଓଡ଼ିଶା ଟାଟା ନାଭାଲ୍‌ ହକି ଏଚ୍‌ପିସିର ଏହି ଉଦୀୟମାନ ପ୍ରତିଭା ଏସିଆର ଶ୍ରେଷ୍ଠ ଗୋଲରକ୍ଷକ ଭାବେ ସମ୍ମାନିତ ହୋଇ ଫେରିଛନ୍ତି। ଏଚ୍‌ପିସିରେ ବିତାଇଥିବା ନିଜ ଯାତ୍ରା ସମ୍ପର୍କରେ ଖୁସି ବ୍ୟକ୍ତ କରି ବିବେକ କହିଛନ୍ତି ଏଠାରେ ହିଁ ମୁଁ ମୋ ଖେଳକୁ ଅଧିକ ଶାଣିତ କରି ଆଗକୁ ବଢ଼ିଛି। ଡି’ ଏରିଆରେ ନିଜକୁ କିଭଳି ପ୍ରସ୍ତୁତ କରିବାକୁ ହୁଏ ଏବଂ ରକ୍ଷଣ ଭାଗକୁ ଦୃଢ଼ ରଖିବାକୁ ହୁଏ ଏଠାରୁ ଶିଖିଛି। ଭାରତୀୟ ହକିର ‘ଦ ଗ୍ରେଟ୍‌ ୱାଲ୍‌ ଅଫ୍‌ ଇଣ୍ଡିଆ’ ଭାବେ ପରିଚିତ କିଂବଦନ୍ତି ଗୋଲରକ୍ଷକ ପିଆର ଶ୍ରୀଜେଶଙ୍କୁ ଆଦର୍ଶ ମାନୁଥିବା ବିବେକ କହିଛନ୍ତି ‘ମୁଁ ଶ୍ରୀଜେଶ ସାରଙ୍କଠାରୁ ଅନେକ କିଛି ଶିଖିଛି। ପୂର୍ବରୁ ସେ ଆମ ଦଳର ପ୍ରଶିକ୍ଷକ ଥିଲେ। ଏହି ସମୟରେ ସେ ମୋତେ ବ୍ୟକ୍ତିଗତ ଭାବେ ଅନେକ ପରାମର୍ଶ ଦେଇଛନ୍ତି। ମୁଁ ବି ଭବିଷ୍ୟତରେ ତାଙ୍କ ସ୍ଥାନ ନେବାକୁ ଆଶା ରଖିଛି। ‌ସେ ମଧ୍ୟ ମୁଁ ତାଙ୍କ ବିକଳ୍ପ ବୋଲି କହିଛନ୍ତି’। ଶୁକ୍ରବାର ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ବିବେକଙ୍କ ବ୍ୟତୀତ ଅନ୍ୟତମ ଓଡ଼ିଆ ଝିଅ ବିଷ୍ଣୁପ୍ରିୟା ସେଠୀ ମଧ୍ୟ ନିଜ ଯାତ୍ରାରେ ଓଡ଼ିଶା ଟାଟା ନାଭାଲ୍‌ ହକି ଏଚ୍‌ପିସିର ଭୂମିକାକୁ ସ୍ବୀକାର କରିଥିଲେ। ଢ଼େଙ୍କାନାଳରୁ ଏଠାକୁ ଆସିବା ପରେ ମୁଁ ଖେଳାଳି ଭାବେ ଆଗକୁ ବଢ଼ିଛି ବୋଲି ସେ ପ୍ରକାଶ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)