31 OCTOBER 2026

Welcome!

Unlock your personalized experience.
Sign Up

Ramky waste transport: ରାମ୍‌କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ

Oct 31, 2026 - 00:54
Ramky waste transport: ରାମ୍‌କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ

କାଳିଆପାଣି (ରବି ନାରାୟଣ କର): ସୁକିନ୍ଦା ତହସିଲ ଦୁଧୁଯୋରୀ ପଞ୍ଚାୟତ କଞ୍ଚିଚୁଆସ୍ଥିତ ରାମକି କମ୍ପାନିର ବେଆଇନ ବର୍ଜ୍ୟ ପରିବହନକୁ ଅଞ୍ଚଳବାସୀ ଆଜି ଜୋରଦାର୍‌ ବିରୋଧ କରିଛନ୍ତି। କଳିଙ୍ଗନଗର ଶିଳ୍ପାଞ୍ଚଳର ଏକ ଇସ୍ପାତ କାରଖାନାରୁ ରାମ୍‌କି କାରଖାନା ଆସୁଥିବା ୩ ଟି ବର୍ଜ୍ୟ ବୋଝେଇ ହାଇୱାକୁ ପ୍ରଭାବିତ ଚାଷୀ ଓ ଅଞ୍ଚଳବାସୀ ବାଟରେ ଅଟକାଇଛନ୍ତି। ବର୍ଜ୍ୟବସ୍ତୁ ଅଧିଗ୍ରହଣ ଅନୁମତି ନଥିବା ସତ୍ତ୍ବେ କମ୍ପାନି ବେଆଇନ ଭାବେ ବର୍ଜ୍ୟ ପରିବହନ କରୁଥିବା ସୂଚନା ଆଧାରରେ ଆଜି ସକାଳ କ୍ଷତିଗ୍ରସ୍ତ ଚାଷୀ ମେଳି କରିଥିଲେ। ଚାଷୀ ଭାଗଭାଗ ହୋଇ କମ୍ପାନି ରାସ୍ତାରେ ଜଗି ରହିଥିଲେ। 

ପୁରୁଣାପାଣି-ରାମ୍‌କି କାରଖାନା ମଝି ରାସ୍ତାରେ କେନ୍ଦୁଢିପି, ପୁରୁଣାପାଣି, ମଙ୍ଗଳପୁର, କଞ୍ଚିଚୁଆ ଓ ଦଲକି ଗାଁର ଅଞ୍ଚଳବାସୀ ସଂଘବଦ୍ଧ ଭାବେ ଉକ୍ତ ୩ ବର୍ଜ୍ୟ ବୋଝେଇ ହାଇୱାକୁ ଅଟକାଇଥିଲେ। ସୁକିନ୍ଦା ଟସର ସମବାୟ ସମିତିର କ୍ଷତିଗ୍ରସ୍ତ ଚାଷୀକୁଳ ପକ୍ଷରୁ ରତ୍ନା ମୁଣ୍ଡା, ଲକ୍ଷ୍ମଣ ନାୟକ, ଅଜୟ ବେହେରା, ମଥୁରା ଦେହୁରୀ, ଟୁଟୁ ଦେହୁରୀ,  ମନୁ ମହାନ୍ତ, ଦୀନବନ୍ଧୁ ନାୟକ, ନରେନ୍ଦ୍ର ମହାନ୍ତ, ବୁଲୁ ତିରିଆ, ବଳରାମ ମହାନ୍ତ, ରାମ ମହାନ୍ତ, ସୁରେଶ ମହାନ୍ତ, ସହଦେବ ମହାନ୍ତ, କୁନା ମହାନ୍ତ, ରବୀନ୍ଦ୍ର ମହାନ୍ତ ପ୍ରମୁଖ ୩ ହାଇୱାକୁ ଜଗି ରହିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। 

Accident: ଖାଲି ହାଇୱାକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲା କୋଇଲା ବୋଝେଇ ଗାଡ଼ି, ୨ ଚାଳକ ଗୁରୁତର

ଅଞ୍ଚଳବାସୀଙ୍କ ପକ୍ଷରୁ ଏ ସଂପର୍କରେ ସୁକିନ୍ଦା ତସସିଲଦାର ମାନସ ରଞ୍ଜନ ତ୍ରିପାଠୀ ଓ ପୁଲିସକୁ ସୂଚନା ଦିଆଯାଇଥିଲା। ସୁକିନ୍ଦା ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବଳ ଘଟଣାସ୍ଥଳରେ ପହଞ୍ଚି ରାମ୍‌କିର ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ମୁଖ୍ୟ ମେହବୁବ ସୁଭାନି ସୟଦ, ଆଞ୍ଚଳିକ ମୁଖ୍ୟ ଶୁଭେନ୍ଦୁ ଚାଟାର୍ଜୀ ଓ ପ୍ରଶାସନିକ ଅଧିକାରୀ ବିଭୂତି ଭୂଷଣ ସେଠୀଙ୍କ ଉପସ୍ଥିତିରେ ଉତ୍ତ୍ୟକ୍ତ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ହେଲେ ରାମ୍‌କି କମ୍ପାନିର ପ୍ରତିଶ୍ରୁତିକୁ ଲୋକେ ଭରସା କରିନଥିଲେ। ପୁଲିସ ଉପସ୍ଥିତିରେ ସଂଧ୍ୟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଠିଆଠିଆ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଥିଲେ ହେଁ ସମାଧାନର ବାଟ ଫିଟିନଥିଲା। ୩ଟିଯାକ ବର୍ଜ୍ୟ ବୋଝେଇ ହାଇୱା ରାସ୍ତାରେ ଅଟକି ରହିଥିବା ଦେଖାଯାଇଛି। 

ଏ ସଂପର୍କରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ମଦନ ମୋହନ ସାହୁଙ୍କୁ ପଚାରିବାରେ ରାମ୍‌କି କମ୍ପାନି ପାଖରେ କନସେଣ୍ଟ୍‌ ଟୁ ଅପରେଟ୍‌(ସିଟିଓ) ଅନୁମତି ଅଛି। କାରଖାନା ପରିସରରେ ଥିବା କଞ୍ଚାମାଲକୁ ବିନିଯୋଗ କରି କମ୍ପାନି ଏହାକୁ ଚଳାଇପାରିବ। ହେଲେ ଅଥରାଇଜେସନ ଅନୁମତି ନଥିବାରୁ କମ୍ପାନି ବାହାରୁ ବର୍ଜ୍ୟ ଗ୍ରହଣ କରିପାରିବ ନାହିଁ। ରାମ୍‌କି ପ୍ରକଳ୍ପ ଏମ୍‌ଏସ୍‌ ସୟଦଙ୍କୁ ପଚାରିବାରେ ଆମେ ଅଥରାଇଜେସନ ପାଇଁ ଆବେଦନ କରିଛୁ ଏହା ପ୍ରସେସ୍‌ରେ ଅଛି ବୋଲି ସଫେଇ ଦେଇଥିଲେ। ତେବେ ଆବେଦନ ପ୍ରକିୟା ବିଚାରାଧୀନ ଥିବା ସ୍ଥଳେ କମ୍ପାନି ପ୍ରଶାସନର ମାର୍ଗଦର୍ଶିକା ଉଲଂଘନ କରି ବର୍ଜ୍ୟବସ୍ତୁ ଆହରଣ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି କ୍ଷତିଗ୍ରସ୍ତ ଚାଷୀ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ ଯେ, କାରଖାନାରୁ ନିର୍ଗତ ବର୍ଜ୍ୟ ଓ ବିଷାକ୍ତ ପାଣି ପ୍ରଭାବରୁ ୧୦ ହଜାରରୁ ଅଧିକ ସଂଖ୍ୟାରେ ବଡ଼ ଅର୍ଜୁନ ଗଛ ମରିଯାଇଥିବା ସହ ପାରିପାର୍ଶ୍ବିକ ଅଞ୍ଚଳରେ କିଡ୍‌ନି ଓ ଚର୍ମରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା ସାଧାରଣ‌ରେ ଅଭିଯୋଗ ହୋଇଛି। ସୁକିନ୍ଦା ଟସର ସମବାୟ ସମିତି ପକ୍ଷରୁ କ୍ଷତିପୂରଣ ଦାବିରେ କାରଖାନା ସମ୍ମୁଖରେ ସପ୍ତାହ ବ୍ୟାପୀ ଗଣଧାରଣା ଓ ଆନ୍ଦୋଳନ କରାଯାଇଥିଲା।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)