Two Men Climb Power Tower: ବିଦ୍ୟୁତ ଟାୱାର ଉପରେ ଚଢ଼ିଲେ ଯୁବକ! ପୋଲିସ୍ ଓ ଅଗ୍ନିଶମ ବାହିନୀ ନାକେଦମ୍

Nov 25, 2026 - 14:00
Two Men Climb Power Tower: ବିଦ୍ୟୁତ ଟାୱାର ଉପରେ ଚଢ଼ିଲେ ଯୁବକ! ପୋଲିସ୍ ଓ ଅଗ୍ନିଶମ ବାହିନୀ ନାକେଦମ୍

ବିଦ୍ୟୁତ ଟାୱାର ଉପରେ ଚଢିଗଲେ ଯୁବକ।

ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ସିଫା ସମ୍ମୁଖରେ ଏହି ଘଟଣା ଦେଖିବାକୁ ମିଳିଛି।

୧୩୨ କେଭି ଲାଇନ୍ ଟାୱାର ଉପରେ ଦୁଇ ଯୁବକ ଚଢି ଥିବା ଦେଖିବାକୁ ମିଳିଛି।

Advertisment ଦୁଇ ଯୁବକ ଭୁବନେଶ୍ୱର ସର୍କଲ-୧ ର ପାୱାର କର୍ମଚାରୀ ବୋଲି କୁହାଯାଉଛି।

ପିପିଲି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ପ୍ରାୟ ଏକ ଘଣ୍ଟା ହେବେ ଟାୱାର ଉପରେ ଅଛନ୍ତି ସେମାନେ।

ସେହି ଟାୱାରରୁ ବିଦ୍ୟୁତ କଟାଯାଇଥିବା ସୂଚନା ମିଳିଛି।

ପିପିଲି ପରେ ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ସମାନ ଖବର।

ଭୁବନେଶ୍ୱର ସତ୍ୟବିହାର ବିଦ୍ୟୁତ ଟାୱାର ଉପରେ ଚଢିଗଲେ ୪ ଯୁବକ।

ଅନ୍ୟପଟେ ଆଚାର୍ଯ୍ୟବିହାରରେ, ମଧ୍ୟ ଏକ ବିଦ୍ୟୁତ ଟାୱାର ଉପରେ ଚଢିଗଲେ ୨ ଯୁବକ।

Advertisment ତେବେ ବିଦ୍ୟୁତ ଟାୱାର ଉପରେ ଚଢ଼ି ବିଦ୍ୟୁତ କର୍ମଚାରୀମାନେ ପ୍ରତିବାଦ କରୁଥିବା ଜଣାପଡିଛି।

ଛଟେଇ ହୋଇଥିବା ବିଦ୍ୟୁତ କର୍ମଚାରୀମାନେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ କରୁଛନ୍ତି ପ୍ରତିବାଦ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)