From Self-Doubt to Double Ton: ଯୁବରାଜଙ୍କ ଅଧଘଣ୍ଟାର ମନ୍ତ୍ର, ବୈଭବଙ୍କ ବ୍ୟାଟ୍‌ରୁ ବର୍ଷିଲା ଛକା ଚୌକା

Nov 25, 2026 - 12:18
From Self-Doubt to Double Ton: ଯୁବରାଜଙ୍କ ଅଧଘଣ୍ଟାର ମନ୍ତ୍ର, ବୈଭବଙ୍କ ବ୍ୟାଟ୍‌ରୁ ବର୍ଷିଲା ଛକା ଚୌକା

କ୍ରିକେଟ୍‌ ପଡ଼ିଆରେ ଛକା ଓ ଚୌକାର ବର୍ଷା କରୁଥିବା ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଆତ୍ମବିଶ୍ୱାସକୁ ନେଇ କେବେ ପ୍ରଶ୍ନ ଉଠିନଥିଲା।

କିନ୍ତୁ ତାଙ୍କ ମନ ଭିତରେ ଚାଲିଥିଲା ଏକ ଅଲଗା ଲଢ଼େଇ।

ଲଗାତାର ୧୦ଟି ଇନିଂସରେ ଅର୍ଦ୍ଧଶତକଟିଏ ମଧ୍ୟ ହାସଲ କରିପାରିନଥିଲେ ସେ।

ଫଳରେ ବ୍ୟାଟିଂକୁ ନେଇ ମନରେ ସୃଷ୍ଟି ହୋଇଥିଲା ଦ୍ୱନ୍ଦ୍ୱ ଓ ସନ୍ଦେହ।

ହେଲେ ମାତ୍ର ୩୦ ମିନିଟ୍‌ର ଏକ ଆଲୋଚନା ତାଙ୍କ ଖେଳର ଦିଗ ବଦଳାଇଦେଲା।

Advertisment ଏହି ପରିବର୍ତ୍ତନ ପଛରେ ଥିଲେ ତାଙ୍କ ଆଦର୍ଶ ତଥା ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ।

ଏସିଆ କପ୍‌ ରାଇଜିଂ ଷ୍ଟାର୍ସରେ ୟୁଏଇ ବିପକ୍ଷରେ ମାତ୍ର ୫୩ ବଲ୍‌ରେ ୨୦୪ ରନ୍‌ର ଐତିହାସିକ ଇନିଂସ ଖେଳିବା ପରେ ନିଜେ ଏହି କଥା ଖୋଲି କହିଛନ୍ତି ବୈଭବ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବୈଭବ କହିଛନ୍ତି, ମ୍ୟାଚ୍‌ ପୂର୍ବଦିନ ସେ କେବଳ ଚାରି ଜଣଙ୍କ ସହ କଥା ହୋଇଥିଲେ।

ବାପା, ପିଲାଦିନର କୋଚ୍‌ ମନୀଷ ଓଝା, ବନ୍ଧୁ ପ୍ରଥମ ଯାଚକ ଏବଂ ଯୁବରାଜ ସିଂହ।

ଯୁବରାଜଙ୍କ ସହ ପ୍ରାୟ ଅଧଘଣ୍ଟା ଧରି ତାଙ୍କର ଆଲୋଚନା ହୋଇଥିଲା।

Advertisment ବ୍ୟାଟିଂ ସମୟରେ କେଉଁଠି ଭୁଲ୍‌ ହେଉଥିଲା, କେଉଁ ଦିଗରେ ସୁଧାର ଆଣିବା ଆବଶ୍ୟକ, ସେନେଇ ଯୁବରାଜ ତାଙ୍କୁ କିଛି ନିର୍ଦ୍ଦିଷ୍ଟ ପରାମର୍ଶ ଦେଇଥିଲେ।

୨୦ଟି ବଲ୍‌ ଖେଳିବା ଉପରେ ଧ୍ୟାନ ଦେଲେ ରନ୍‌ର ଚିତ୍ର ବଦଳିପାରିବ ବୋଲି ମଧ୍ୟ ବୁଝାଇଥିଲେ।

ଏହାପରେ ବୈଭବ ନିଜ ବ୍ୟାଟିଂର ଭିଡିଓ ଦେଖିଥିଲେ।

ଯୁବରାଜ ଦେଖାଇଥିବା ତ୍ରୁଟିଗୁଡ଼ିକୁ ନିଜେ ଅନୁଭବ କରିଥିଲେ।

ୟୁଏଇ ବିପକ୍ଷ ମ୍ୟାଚ୍‌ରେ ସେହି ଭୁଲ୍‌ ନଦୋହରାଇବାକୁ ଚେଷ୍ଟା କରିଥିଲେ।

ଆଉ ତାହାର ପରିଣାମ ଥିଲା ୫୩ ବଲ୍‌ରେ ୨୦୪ ରନ୍‌।

ଏହି ଇନିଂସରେ ସେ ୭ଟି ଚୌକା ଓ ୨୮ଟି ଛକା ମାରିଥିଲେ।

ତାଙ୍କ ଷ୍ଟ୍ରାଇକ୍‌ ରେଟ୍‌ ଥିଲା ୩୮୪.୯୧।

କେବଳ ଟି-୨୦ ନୁହେଁ, ତିନିଟିଯାକ ଫର୍ମାଟ୍‌ରେ ଖେଳିବା ଲକ୍ଷ୍ୟ ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଅନେକ ତାଙ୍କୁ ଟି-୨୦ କ୍ରିକେଟ୍‌ ପାଇଁ ଉପଯୁକ୍ତ ବୋଲି ଭାବୁଥିବାବେଳେ, ସେ ତିନିଟି ଯାକ ଫର୍ମାଟ୍‌ରେ ଖେଳିବାକୁ ଚାହାନ୍ତି।

ପରିସ୍ଥିତି ଅନୁସାରେ ନିଜ ଖେଳ ବଦଳାଇବାର ଦକ୍ଷତା ତାଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ସେ ଧୈର୍ଯ୍ୟର ସହ ଅଧିକ ସମୟ ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ।

କିନ୍ତୁ ୟୁଏଇ ବିପକ୍ଷରେ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ଥିବା ଦେଖି ନିଜ ସ୍ୱାଭାବିକ ଆକ୍ରମଣାତ୍ମକ ଖେଳ ଉପରେ ଭରସା କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)